Marital conflict: ଦାମ୍ପତ୍ୟ କଳହର କରୁଣ ପରିଣତି: ବିଷ ପିଇଲେ ଦମ୍ପତି, ସ୍ତ୍ରୀ ମୃତ

53 minutes ago 1
ARTICLE AD BOX

ଖଣ୍ଡଗିରି: ଦାମ୍ପତ୍ୟ କଳହକୁ କେନ୍ଦ୍ରକରି ୨ଦିନ ତଳେ ବିଷ ପିଇ ଦେଇଥିବା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରୁ ଆଜି ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। କ୍ୟାପିଟାଲ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିବା ମହିଳା ହେଲେ ସ୍ବପ୍ନା ପାତ୍ର(୨୪)। ସ୍ବାମୀ ଜିତେନ୍ଦ୍ର ପାତ୍ର ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ବ୍ୟବଚ୍ଛେଦ କରାଇ ଖଣ୍ଡଗିରି ଥାନା ପୁଲିସ ସ୍ବପ୍ନାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ମାମଲାର ଅଧିକ ତଦନ୍ତ ଚଳାଇଛି। ଯୌତୁକ ଲୋଭ ହିଁ ଜିତେନ୍ଦ୍ର-ସ୍ବପ୍ନାଙ୍କ ୬ବର୍ଷର ଦାମ୍ପତ୍ୟ ଜୀବନରେ ଏଭଳି କରୁଣ ଅନ୍ତ ଘଟାଇଛି ବୋଲି ଜଣାପଡ଼ିଛି।   

Education: ‘ଏନ୍‌ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ

ଉଭୟ ଜିତେନ୍ଦ୍ର ଓ ସ୍ବପ୍ନାଙ୍କ ଘର ଗଞ୍ଜାମ କେନ୍ଦୁପଲ୍ଲୀ ଅଞ୍ଚଳରେ। ୬ବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା। ବାହାଘର ବେଳେ ଜିତେନ୍ଦ୍ରଙ୍କ ଦାବି ମୁତାବକ ସ୍ବପ୍ନାଙ୍କ ବାପଘର ପକ୍ଷରୁ ସମସ୍ତ ଯାନିଯୌତୁକ ଦିଆଯାଇଥିଲା। କିନ୍ତୁ ବାହାଘରର ୨ ବର୍ଷ ପରେ ସ୍ବପ୍ନାଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା। ନିଜେ ଜିତେନ୍ଦ୍ର ହିଁ ନିର୍ଯାତନା ଦେଉଥିଲେ। ଶାରୀରିକ ଓ ମାନସିକ ନିର୍ଯାତନା ବଢ଼ିବଢ଼ି ଚାଲିବାରୁ ସ୍ବପ୍ନା ବାପଘରକୁ ଚାଲିଆସିଥିଲେ ଏବଂ ଖଣ୍ଡଗିରି ବାରଭୁଜା କଂପ୍ଲେକ୍ସ ଅଞ୍ଚଳରେ ରହୁଥିବା ନିଜ ମାମୁଙ୍କ ଘରେ ରହୁଥିଲେ। ଜିତେନ୍ଦ୍ର ସେଠାକୁ ଆସି ସ୍ବପ୍ନାଙ୍କ ସହ ଝଗଡ଼ା କରୁଥିଲା ଏବଂ ଘରକୁ ଫେରିବା ଲାଗି ଧମକ ଦେଉଥିଲା। ଚଳିତ ବର୍ଷ ଜୁଲାଇ ୧୬ ତାରିଖ ଦିନ ଜିତେନ୍ଦ୍ର ଓ ତାଙ୍କ ଭାଇ ରାଜେନ୍ଦ୍ର, ସ୍ବପ୍ନାଙ୍କ ମାମୁଘରେ ପହଞ୍ଚି ଗଣ୍ଡଗୋଳ କରିଥିଲେ।

Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ

ସେମାନେ ଜୋରଜବରଦସ୍ତ ସ୍ବପ୍ନାଙ୍କୁ ନେବା ପାଇଁ ଉଦ୍ୟମ କରିବାରୁ ମାମୁଘର ଲୋକେ ପ୍ରତିରୋଧ କରିଥିଲେ। ଉତ୍‌କ୍ଷିପ୍ତ ହୋଇ ଜିତେନ୍ଦ୍ର ଓ ରାଜେନ୍ଦ୍ର ମାମୁଘର ଲୋକଙ୍କୁ ଆକ୍ରମଣ କରିଥିଲେ ଏବଂ ସ୍ବପ୍ନାଙ୍କ ତଣ୍ଟିଚିପି ମାରିଦେବାକୁ ଜିତେନ୍ଦ୍ର ଉଦ୍ୟମ କରିଥିଲେ। ଏହି ମାମଲାରେ ଖଣ୍ଡଗିରି ଥାନା ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସପ୍ତାହକ ତଳେ ଜିତେନ୍ଦ୍ର ଜାମିନରେ ମୁକୁଳିଥିଲେ। ଦୁଇ ଦିନ ତଳେ ସେ ପୁଣି ଖଣ୍ଡଗିରି ଆସି ସ୍ବପ୍ନାଙ୍କ ମାମୁଘରକୁ ଯାଇ ଗଣ୍ଡଗୋଳ କରିଥିଲେ। ଏଥିରେ ସ୍ବପ୍ନା ମର୍ମାହତ ହୋଇପଡ଼ିଥିଲେ। ଲୋକହସାରୁ ସବୁଦିନ ପାଇଁ ବର୍ତ୍ତିବା ଲାଗି ସେ ଜିତେନ୍ଦ୍ର ସମ୍ମୁଖରେ ବିଷ ପିଇଦେଇଥିଲେ। ଏହାଦେଖି ଜିତେନ୍ଦ୍ର ମଧ୍ୟ ସ୍ବପ୍ନାଙ୍କ ହାତରୁ ବିଷ ବୋତଲ ନେଇ ପିଇଦେଇଥିଲା। ତୁରନ୍ତ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.