Maoist organizations: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଏକାଧିକ ମାଓବାଦୀ ସଂଗଠନ ନିଶ୍ଚିହ୍ନ: ପିଏଲ୍‌ଜିଏରୁ ଆରମ୍ଭ ହୋଇଥିବା ସଂଗଠନର ଯାତ୍ରା ଏବେ ଥମିଛି

1 week ago 4
ARTICLE AD BOX

ବିଶ୍ରା: ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ମାଓବାଦୀ ସଂଗଠନ ଗୁଡ଼ିକର ପ୍ରଭାବ ଯଥେଷ୍ଟ ହ୍ରାସ ପାଇଛି। ଏହି ଲମ୍ବା ଲଢ଼େଇରେ ଦୁଇଟି ରାଜ୍ୟରେ ପ୍ରାୟ ୬୦୦ରୁ ଅଧିକ ସୁରକ୍ଷାକର୍ମୀ ଓ ଅଧିକାରୀଙ୍କ ଜୀବନ ଯାଇଥିବା କୁହାଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିରନ୍ତର ଅଭିଯାନ, ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ, ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଯୋଗାଣ ରାସ୍ତାକୁ ଧ୍ୱଂସ କରାଯିବା ଯୋଗୁଁ ମାଓବାଦୀଙ୍କ ପ୍ରଭାବ କମିଛି। ଏହି ଦୁଇ ଦଶନ୍ଧି ମଧ୍ୟରେ ଝାଡ଼ଖଣ୍ଡରେ ଏକାଧିକ ମାଓବାଦୀ ଓ ଉଗ୍ରବାଦୀ ସଂଗଠନ ଦୁର୍ବଳ ହୋଇଛି। ଅନେକ ବଡ଼ ମାଓବାଦୀ ନେତା ନିହତ ହୋଇଥିବା ବେଳେ କେତେକ ମୁଖ୍ୟସ୍ରୋତକୁ ଫେରିଛନ୍ତି। ଆଉ କେହି ଗିରଫ କିମ୍ବା ଆତ୍ମସମର୍ପଣ ପରେ ଜେଲ୍‌ରେ ଅଛନ୍ତି। ଉଭୟ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ମଧ୍ୟ ଏଥିରେ ଏକ ପ୍ଲାଟଫର୍ମ ଯୋଗାଇଥିବା କୁହାଯାଉଛି। 

Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ

ପ୍ରାୟ ୨୦ ବର୍ଷ ତଳେ ପିପୁଲ୍ସ ଲିବରେସନ୍‌ ଗରିଲା ଆର୍ମି (ପିଏଲ୍‌ଜିଏ)ରୁ ଆରମ୍ଭ ହୋଇଥିବା ମାଓବାଦୀ ଆନ୍ଦୋଳନ ପରବର୍ତ୍ତୀ ସମୟରେ ବିଭିନ୍ନ ସଂଗଠନରେ ବିଭାଜିତ ହୋଇଥିଲା। ସୁରକ୍ଷା ବାହିନୀର ଅଭିଯାନ ଫଳରେ ଏହି ସଂଗଠନ ଗୁଡ଼ିକ ଧୀରେ ଧୀରେ ଦୁର୍ବଳ ହୋଇଥିବା ଦାବି କରାଯାଇଛି। ଏକ ସମୟରେ ଯେଉଁ ଜଙ୍ଗଲ ଓ ଦୁର୍ଗମ ରାସ୍ତାରେ ଦିନବେଳା ଯିବାକୁ ଲୋକେ ଭୟ କରୁଥିଲେ, ସେଠାରେ ଏବେ ରାତିରେ ମଧ୍ୟ ଯାତାୟାତ ବଢ଼ିଛି। ମୋବାଇଲ୍‌ ଟାୱାର ଓ ପୋଲ ଧ୍ୱଂସ କରିବା, ସୁରକ୍ଷାବାହିନୀ ଉପରେ ଆକ୍ରମଣ ଭଳି ଘଟଣା ମଧ୍ୟ ପୂର୍ବାପେକ୍ଷା ଅତ୍ୟନ୍ତ କମି ଯାଇଥିବା କୁହାଯାଉଛି। ମାଓବାଦୀ ପ୍ରଭାବ ଯୋଗୁଁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ସରଣ୍ଡା ଜଙ୍ଗଲ ସଂଲଗ୍ନ ଅନେକ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...

ବ୍ୟବସାୟ, ରାସ୍ତା, ପୋଲ, ସ୍କୁଲ୍‌, ହସ୍ପିଟାଲ ନିର୍ମାଣ ସମେତ ବିଭିନ୍ନ କାର୍ଯ୍ୟରେ ମାଓବାଦୀଙ୍କ ଦାଦାବଟି ଆଦାୟକୁ ନେଇ ବ୍ୟବସାୟୀ ଓ ଠିକାଦାରମାନେ ଚିନ୍ତାରେ ରହୁଥିଲେ। ମାଓବାଦୀ ବିରୋଧୀ ଅଭିଯାନରେ ପ୍ରଥମେ ‘ଅପରେସନ୍‌ ଗ୍ରିନ୍‌ ହଣ୍ଟ’ ଏବଂ ପରବର୍ତ୍ତୀ ସମୟରେ ‘ଅପରେସନ୍‌ କ୍ଲିନ୍‌’ ଓ ‘ଅପରେସନ୍‌ ନବଜୀବନ’ ଭଳି ଅଭିଯାନ ଚଳାଯାଇଥିଲା। ଏହାର ପରିଣାମ ସ୍ବରୂପ ସୀମାନ୍ତରେ ଥିବା ସରଣ୍ଡା ତଥା କୋହ୍ଲାନ ଜଙ୍ଗଲ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ପ୍ରାୟ କମିଥିବା ଦେଖିବାକୁ ମିଳୁଛି। ଏହି ୨୦ ବର୍ଷ ମଧ୍ୟରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ସମେତ ଦୁଇ ରାଜ୍ୟରେ ପିପୁଲ୍ସ ଲିବରେସନ୍‌ ଗରିଲା ଆର୍ମି (ପିଏଲ୍‌ଜିଏ), ଭାକପା (ମାଓବାଦୀ), ତୃତୀୟ ସମ୍ମିଳନ ପ୍ରସ୍ତୁତି କମିଟି (ଟିଏସ୍‌ପିସି), ଝାଡ଼ଖଣ୍ଡ ଜନମୁକ୍ତି ପରିଷଦ (ଜେଜେଏମ୍‌ପି), ଝାଡ଼ଖଣ୍ଡ ଲିବରେସନ୍‌ ଟାଇଗର୍ସ (ଜେଏଲ୍‌ଟି) ଏବଂ ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ଭଳି ସଂଗଠନ ସକ୍ରିୟ ରହିଥିଲା। ଯାହା ଏବେ ଲୁପ୍ତ ହେବାରେ ଲାଗିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.