ARTICLE AD BOX
ଇମ୍ଫାଲ: ରବିବାର ମଣିପୁର ପୋଲିସ ବିଭାଗରେ ଏକ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ରାଜ୍ୟର ବିଭିନ୍ନ ଥାନା, କମାଣ୍ଡୋ ୟୁନିଟ୍ ଓ ସ୍ୱତନ୍ତ୍ର ୱିଙ୍ଗରେ କାର୍ଯ୍ୟରତ ଇନ୍ସପେକ୍ଟର ଏବଂ ଜୁନିଅର କମିଶନଡ୍ ଅଫିସରଙ୍କ ସମେତ ମୋଟ ୮୩ ଜଣ ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ମୁକେଶ ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଏହି ସମସ୍ତ ଅଧିକାରୀଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନୂତନ ପଦବୀରେ ନିଯୁକ୍ତି ଦିଆଯାଇଛି।
ଏହି ବଦଳି ପ୍ରକ୍ରିୟାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଥାନାର ପ୍ରଭାରୀ (ଓସି) ଙ୍କୁ ପରିବର୍ତ୍ତନ କରାଯାଇଛି। ଇମ୍ଫାଲ ଥାନାର ପ୍ରଭାରୀ କ୍ଷେତ୍ରୀମୟୁମ ନରେଶ କୁମାରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଥିବା ବେଳେ କୋନ୍ଥୌଜମ୍ ବବି ସିଂହଙ୍କୁ ଇମ୍ଫାଲ ଥାନାର ନୂଆ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ଖୁମୁକଚମ୍ ବେଦାଜିତଙ୍କୁ ପୋରୋମପାଟ୍ ଥାନା ଏବଂ ସନାୟାଇମା ସାଦୋକପାମଙ୍କୁ ତୁଲିହଲ୍ ବିମାନବନ୍ଦର ଥାନାର ଦାୟିତ୍ୱ ମିଳିଛି। ପାର୍ବତ୍ୟାଞ୍ଚଳ ଜିଲ୍ଲାଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବ୍ୟାପକ ପରିବର୍ତ୍ତନ କରାଯାଇଛି।
ଆହୁରି ପଢନ୍ତୁ: Australia: ଅଷ୍ଟ୍ରେଲୀୟ ଟେଷ୍ଟ୍ ଖେଳାଳିଙ୍କ ସହ ଅଭ୍ୟାସ କରିବେ ଅଭିଷେକ, ବାସୁଦେବ
ଇନ୍ସପେକ୍ଟର ହେସନାମ ଥୋଇବା ସିଂହଙ୍କୁ ସେନାପତି ଥାନା ଏବଂ ତାଖେଲମାୟୁମ ରମେଶ୍ୱର ସିଂହଙ୍କୁ ଉଖ୍ରୁଲ୍ ଥାନାର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଥାନା ବ୍ୟତୀତ କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ (ସିଆଇଡି), ଭିଜିଲାନ୍ସ, ସ୍ୱତନ୍ତ୍ର କମାଣ୍ଡୋ, ଗୋଇନ୍ଦା ବିଭାଗ, ଟ୍ରାଫିକ, ଏବଂ ନାର୍କୋଟିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ଶାଖାଗୁଡ଼ିକରେ ମଧ୍ୟ ଅଧିକାରୀମାନଙ୍କୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି) ଏବଂ କମାଣ୍ଡାଣ୍ଟମାନଙ୍କୁ ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

10 hours ago
1


