Manipur Violence: ମଣିପୁର ହିଂସା: ମାମଲାର ଶୀଘ୍ର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରିବାକୁ ଉଚ୍ଚତମ ନ୍ୟାୟାଳୟଙ୍କ ପ୍ରସ୍ତାବ

2 months ago 10
ARTICLE AD BOX

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ୨୦୨୩ ମଣିପୁର ଜାତିଗତ ହିଂସା ସମ୍ପର୍କିତ ଅପରାଧିକ ମାମଲାଗୁଡ଼ିକର ଦୈନନ୍ଦିନ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାସହ ଚାଲିଥିବା ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ପୀଡ଼ିତଙ୍କ ପରିବାରକୁ ଚାର୍ଜସିଟର ନକଲ ଯୋଗାଇଦେବାକୁ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ ଲକ୍ଷ୍ୟ କରିଥିଲେ ଯେ ସିବିଆଇ ଓ ରାଜ୍ୟ ଏସଆଇଟି ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟର କପି ଅନେକ ପୀଡ଼ିତ ପାଇନାହାଁନ୍ତି। ଏଥିପାଇଁ ଗୌହାଟୀ ଓ ମଣିପୁର ହାଇକୋର୍ଟଙ୍କ ଜରିଆରେ ଗୋଟିଏ ସପ୍ତାହ ମଧ୍ୟରେ ଏହି ଦସ୍ତାବିଜ୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ହିଂସା କାରଣରୁ ନିଖୋଜ ଥିବା ୩୦ ଜଣ ବ୍ୟକ୍ତିଙ୍କ ମାମଲାର ସମୀକ୍ଷା କରିବାକୁ ମଣିପୁର ହାଇକୋର୍ଟଙ୍କୁ କୁହାଯାଇଛି। ସିବିଆଇ, ଏସଆଇଟି ଓ ପୂର୍ବତନ ମହାରାଷ୍ଟ୍ର ଡିଜିପି ଦତ୍ତାତ୍ରୟ ପଡ଼ସାଲଗୀକରଙ୍କ ନେତୃତ୍ୱାଧୀନ ମୋନିଟରିଂ କମିଟିକୁ ତଦନ୍ତର ତାଜା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି। ୨୦୨୩ ମେ’ ୩ ରୁ ମଣିପୁରରେ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ୨୦୦ ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.