ARTICLE AD BOX
ମାଙ୍ଗାଲୁରୁ: ମାଙ୍ଗାଲୁରୁର ଜୋକାଟେରେ ଥିବା ମାଙ୍ଗାଲୋର୍ ରିଫାଇନେରୀ ଓ ପେଟ୍ରୋକେମିକାଲ୍ସ ଲିମିଟେଡ୍ (ଏମ୍ଆର୍ପିଏଲ୍)ର କୋକର୍ ହାଇଡ୍ରୋଟ୍ରିଟର ୟୁନିଟ୍ରେ ବଡ଼ଧରଣର ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ମନିଷ କାରକାରା (୩୦) ମୁଲ୍କିର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ଠିକାରେ କାମ କରୁଥିଲେ। ତାଙ୍କ ମୃତଦେହ ପୋଡ଼ି ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମାଙ୍ଗାଲୁରୁ ସହର ପୁଲିସ କମିସନର ସୁଧୀର କୁମାର ରେଡ୍ଡୀ କହିଛନ୍ତି, ବିସ୍ଫୋରଣଟି ସିଏଚ୍ଟି (ହାଇଡ୍ରୋ ସଲଫର ଟ୍ରିଟମେଣ୍ଟ) ୟୁନିଟ୍ରେ ଘଟିଥିଲା।
ଆହୁରି ପଢନ୍ତୁ :Judgement: ମେରଠ ‘ନୀଳ ଡ୍ରମ୍ ମାମଲା’: ମୁସ୍କାନ ଓ ସାହିଲ ଦୋଷୀ ସାବ୍ୟସ୍ତ
ବିସ୍ଫୋରଣପରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା, ଯାହାକୁ ପରେ ନିୟନ୍ତ୍ରଣ କରାଯାଇଥିଲା। ୩୫% ପୋଡ଼ି ଯାଇଥିବା ଅନ୍ୟ ଜଣେ କର୍ମଚାରୀଙ୍କୁ ଶ୍ରୀନିବାସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟ କର୍ମଚାରୀମାନେ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା କରାଯାଇଛି। କୋକର୍ ହାଇଡ୍ରୋଟ୍ରିଟର୍ ୟୁନିଟ୍ରେ କୋଲ୍ଡ ସେପାରେଟର ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଥିଲା। ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବର୍ତ୍ତମାନ ଚିନ୍ତାର କୌଣସି କାରଣ ନାହିଁ ଓ ଘଟଣାର ତଦନ୍ତ ଚାଲିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

1 day ago
2


