Man Killed Over Witchcraft Suspicion ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ଦୁଇ ଭାଇ ଗିରଫ

1 hour ago 3
ARTICLE AD BOX

ଭଞ୍ଜନଗର:  ଗୁଣିଗାରେଡ଼ି ସନ୍ଦେହରେ ତାରସିଂ ଥାନା ଅଧୀନ ବଦାଙ୍ଗି ଗ୍ରାମ ଗୌଡ଼ସାହିର ତ୍ରିନାଥ ଗୌଡ଼ (୮୦)ଙ୍କୁ ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତ ଦୁଇଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ ସାହିର ସୁରେନ୍ଦ୍ର ଗୌଡ଼ଙ୍କ ଦୁଇପୁଅ ଅଭିମନ୍ୟୁ (୩୭) ଓ ସୁଶାନ୍ତ ଓରଫ କାଳିଆ (୩୫)।

Black magic: ତନ୍ତ୍ରବିଦ୍ୟା ପାଇଁ ମଶାଣିରେ ବୀଭତ୍ସ କାଣ୍ଡ! ସମାଧି ଖୋଳି ଶବ ମୁଣ୍ଡ କାଟିନେଲେ
ତଦନ୍ତରୁ ଜଣାପଡ଼ିଛି ତ୍ରିନାଥ ଗାଁରେ ଝଡ଼ାଫୁଙ୍କା କାମ କରୁଥିଲେ। ଏଣୁ ଅନେକ ଲୋକ ତାଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରିଆସୁଥିଲେ। ସୁରେନ୍ଦ୍ରଙ୍କ ଜଣେ ପୁଅ ସମେତ ପରିବାରର ଅନ୍ୟ କିଛି ସଦସ୍ୟ ହଠାତ୍‌ ଅସୁସ୍ଥ ହୋଇଥିଲେ। ଫଳରେ ତ୍ରିନାଥ ଗୁଣି କରୁଥିବା ଦୁଇଭାଇ ସନ୍ଦେହ କରିଥିଲେ। ଚଳିତମାସ ୪ ତାରିଖ ରାତିରେ ତ୍ରିନାଥ ଏକୁଟିଆ ଶୋଇଥିବା ବେଳେ ଅଭିମନ୍ୟୁ ଓ ସୁଶାନ୍ତ ତାଙ୍କ ଘରେ ପଶି ବାରଣ୍ଡାକୁ ଘୋଷାଡ଼ି ଆଣିଥିଲେ। ଏହାପରେ ଠେଙ୍ଗାରେ ଆକ୍ରମଣ କରିବା ସିମେଣ୍ଟ ଖଣ୍ଡରେ ମୁଣ୍ଡ ଓ ମୁହଁକୁ ଛେଚି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ମୃତକଙ୍କ ପୁଅ ଜଳନ୍ଧର ଗୌଡ଼ (୫୫)ଙ୍କ ଏତଲା କ୍ରମେ କେସ ନମ୍ବର ୪୪୨ରେ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଥିଲା। 

Black Magic: ଦେଓଗାଁରେ ନରବଳି! ଘର ଭିତରୁ ମିଳିଲା ମୁଣ୍ଡ, ବିଲରୁ ଦେହ
ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେ’ ଏବଂ ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର ସରଜମିନ ଯାଞ୍ଚ କରିବା ସହ ଛତ୍ରପୁରରୁ ଏକ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଗତକାଲି (ରବିବାର) ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସିମେଣ୍ଟ ଖଣ୍ଡ, ଠେଙ୍ଗା, ମୋବାଇଲ ଓ ଅଭିଯୁକ୍ତଙ୍କ ପୋଷାକ ଜବତ ହୋଇଥିବା ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।

Black magic incident: ଗୁଣିଗାରେଡ଼ି ସନ୍ଦେହରେ ଜଘନ୍ୟକାଣ୍ଡ: ଯୁବକଙ୍କୁ ମାରି ପୋଡ଼ିଦେଲେ, ୨୫ ଜଣ ଗିରଫ
ଅନ୍ୟପକ୍ଷରେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସରେ ବିଶ୍ବାସ ନକରିବା ଓ କୌଣସି ବ୍ୟକ୍ତିକୁ ଗୁଣିଆ ଆଖ୍ୟା ଦେଇ ଧମକଚମକ ଦିଆଯାଉଥିଲେ କିମ୍ବା କେହି ନିଜକୁ ଗୁଣିଆ କହି ଭୟଭୀତ କରୁଥିଲେ ତୁରନ୍ତ ଥାନାକୁ ଜଣାଇବାକୁ ତାରସିଂ ପୁଲିସ ପକ୍ଷରୁ ନିବେଦନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.