Man Eats Dog Meat: ସଡ଼କ ଦୁର୍ଘଟଣାରେ ମରିଯାଇଥିବା କୁକୁରର ମାଂସ ଛିଣ୍ଡାଇ ଖାଇଲେ ବ୍ୟକ୍ତି

59 minutes ago 2
ARTICLE AD BOX

ମାନେଶ୍ବର (ଗାର୍ଗୀ ଶତପଥୀ): ଭୋକର ଯନ୍ତ୍ରଣା କେତେ ଅସହ୍ୟ, ତା’ର ଏକ ବିଚଳିତ କଲାଭଳି ଦୃଶ୍ୟ ସାମ୍ନାକୁ ଆସିଛି। ସମ୍ବଲପୁର ସହର ଉପକଣ୍ଠ ମାନେଶ୍ବର ଛକରେ ଦୁର୍ଘଟଣାରେ ମୃତ ଏକ କୁକୁରର ମାଂସ ଛିଣ୍ଡାଇ ଜଣେ ବ୍ୟକ୍ତି ଖାଉଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବ୍ୟକ୍ତିଜଣକ ମାନସିକ ରୋଗୀ ଥିବା ସନ୍ଦେହ କରାଯାଉଛି। ତେବେ ଏହି ଭୟଙ୍କର ଦୃଶ୍ୟ ଆମର ‘ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ’ ସ୍ବପ୍ନକୁ ଆଘାତ ଦେବା ଭଳି ଲାଗୁଛି। 

ଏହି ଦୃଶ୍ୟ ଅସହାୟ ମାନସିକ ରୋଗୀଙ୍କ ଥଇଥାନ ଦିଗରେ ପ୍ରଶାସନର ବିଫଳତାକୁ ପଦାରେ ପକାଇଛି। ସ୍ଥାନୀୟ ଅଧିବାସୀ ରଞ୍ଜନ ବାଦୀ କହିଛନ୍ତି, ଶୁକ୍ରବାର ରାତି ପ୍ରାୟ ୯.୧୦-୯.୧୫ ମିନିଟ୍ ବେଳକୁ ସେମାନେ ମାନେଶ୍ବର ଛକ ଦେଇ ଯାଉଥିବାବେଳେ ଜଣେ ବ୍ୟକ୍ତି ରାସ୍ତା ମଝିରେ ବସିଥିବା ଦେଖିଥିଲେ। ପାଖକୁ ଯାଇ ଦେଖିବାବେଳକୁ ଲୋକଟି ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା ଏକ କୁକୁରର ମାଂସ ଛିଣ୍ଡାଇ ଖାଉଥିଲେ। ସେ ଯେଉଁଭଳି ଭାବରେ ଖାଉଥିଲେ, ତାଙ୍କୁ ପ୍ରବଳ ଭୋକ ହେଉଥିବା ଜଣା ପଡ଼ୁଥିଲା। ପୋଷାକ ପରିପାଟୀରୁ ବ୍ୟକ୍ତିଜଣକ ଏକ ମାନସିକ ରୋଗୀ ଥିବା ସ୍ପଷ୍ଟ ଥିଲା। ଲୋକେ ତାଙ୍କୁ ଏଭଳି ଅଖାଦ୍ୟ ନ ଖାଇବା ପାଇଁ ମନା କରିଥିଲେ। ମାତ୍ର ବ୍ୟକ୍ତିଜଣକ ପ୍ରଥମେ କିଛି ନମାନି ଖାଇ ଚାଲିଥିଲେ। କିଛି ମୁହୂର୍ତ୍ତ ପରେ ଅତି ହିଂସ୍ର ଭାବରେ ଅନାଇଥିଲେ। 

Corex: ବରଗଡ଼କୁ ଚାଲାଣ ହେଉଥିବାବେଳେ ସମ୍ବଲପୁରରୁ ବିପୁଳ କୋରେକ୍ସ ଏବଂ ନିଶା ଟାବଲେଟ ଜବତ

ରଞ୍ଜନ କହିଥିଲେ, ତାଙ୍କ ଆଖି ଦେଖି ଅଚାନକ ସେ ଭୟଭୀତ ହୋଇ ପଡ଼ିଥିଲେ। ଅନ୍ୟ କିଛି ଲୋକ କୁକୁର ନ ଖାଇବା ପାଇଁ କହିବାରୁ ସେ ଦୌଡ଼ି ଚାଲି ଯାଇଥିଲେ। ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, ଏହି ବ୍ୟକ୍ତିଜଣକ କିଛି ସମୟ ପୂର୍ବରୁ ନିକଟସ୍ଥ ଏକ ହୋଟେଲକୁ ଯାଇଥିଲେ। କିନ୍ତୁ ତାଙ୍କ କଥା କେହି ବୁଝି ପାରିନଥିଲେ। ଏହାପରେ ସେ ସେଠାରୁ ଆସି ସମ୍ଭବତଃ ଭୋକ ସହି ନପାରି କୁକୁର ମାଂସ ଖାଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.