ARTICLE AD BOX
ଭୁବନେଶ୍ବର: ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ୧୬ନମ୍ବର ଏନ୍ଏଚ୍ର ପିତାପଲ୍ଲୀ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିଲାମାନଙ୍କୁ ସ୍କୁଲ ନେଇ ଯାଉଥିବା ଅଟୋକୁ ‘ଆମ ବସ୍’ ଧକ୍କା ଦେବାରୁ ଅଟୋଚାଳକ ସଦାନନ୍ଦ ବେହେରାଙ୍କ ସହ ୬ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ପିତାପଲ୍ଲୀ ଛକରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ‘ଆମ ବସ’କୁ ଭଙ୍ଗାରୁଜା କରି ଚାଳକକୁ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ଇନଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
Migrant worker: ଦୁଃଖରେ ଭାଙ୍ଗିପଡ଼ିଥିଲେ ପରିବାର; ବିଧାୟକ ଦେଲେ ଆର୍ଥିକ ସହାୟତା
ମିଳିଥିବା ସୂଚନା ଅନୁସାରେ, ଆଜି ସ୍ଥାନୀୟ ପିତାପଲ୍ଲୀ ଓ କୁମାରବସ୍ତ ଅଞ୍ଚଳରୁ ୬ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଅଟୋ ଖୋରଧାସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଅଭିମୁଖେ ଯାଉଥିଲା। ଖୋରଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ‘ଆମ ବସ୍’ ଦ୍ରୁତ ଗତିରେ ଆସି ଅଟୋକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଅଟୋଚାଳକଙ୍କ ସମେତ ୬ ଜଣ ଛାତ୍ରଛାତ୍ରୀ ଚାପି ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକେ କୌଣସି ମତେ ପିଲାମାନଙ୍କୁ ଉଦ୍ଧାର କରି ଖୋରଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଅପରପଟେ ଦୁର୍ଘଟଣା ଘଟାଇଥିବା ‘ଆମ ବସ୍’ ଚାଳକ ନିଶା ଖାଇ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଇନ୍ଫୋଭ୍ୟାଲି ଥାନାରେ ଅଭିଯୋଗ ପରେ ପୁଲିସ ଦୁର୍ଘଟଣା ଘଟାଇଥିବା ‘ଆମ ବସ’କୁ ଜବତ କରିବା ସହ ଚାଳକକୁ ନୋଟିସ୍ ଦେଇଥିବା ଜଣାପଡ଼ିଛି।
Health: ୬ମାସରେ ଉଚ୍ଚରକ୍ତଚାପରେ ୮୧,୪୨୩, ମଧୁମେହରେ ୪୩,୭୮୪ରୋଗୀ ଚିକିତ୍ସାଧୀନ

31 minutes ago
2


