Malaria: ମଶା ପାଇଁ ମଶାରି ନାହିଁ: କେନ୍ଦୁଝରରେ ବଢ଼ୁଛି ମ୍ୟାଲେରିଆ, ଆଠମାସରେ ୨୨୨୫ ପଜିଟିଭ୍‌, ୩ ମୃତ

5 days ago 6
ARTICLE AD BOX

କେନ୍ଦୁଝର: ମଶା ପାଇଁ ବଢ଼ୁଛି ମ୍ୟାଲେରିଆ। ହେଲେ ନିରାକରଣ ପାଇଁ ମଶାରି ନାହିଁ। ମ୍ୟାଲେରିଆ ପ୍ରବଣ କେନ୍ଦୁଝର ଜିଲ୍ଲାର ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳର ସ୍ଥିତି ଏବେ ଚିନ୍ତାଜନକ ରହିଛି। ଜାନୁଆରିରୁ ଅଗଷ୍ଟ ମଧ୍ୟରେ ଜିଲ୍ଲାରେ ୨୨୨୫ ଜଣ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ଘଟିଛି। ବାଂଶପାଳ ଓ ତେଲକୋଇ ବ୍ଲକ୍‌ରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହରିଚନ୍ଦନପୁରର କିଛି ଅଞ୍ଚଳରେ ଏହାର ପ୍ରଭାବ ଦେଖାଦେଇଛି। ମଶାରି ବଣ୍ଟନ ନିୟମିତ ହେଉନଥିବାରୁ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇଛି।

Brown sugar seizure: ୪ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ

କେନ୍ଦୁଝର ଜିଲ୍ଲାରେ ଶେଷଥର ପାଇଁ ୨୦୨୦ରେ ଔଷଧଯୁକ୍ତ ମଶାରି ବଣ୍ଟନ ହୋଇଥିଲା। ଏହାପରଠାରୁ ଜିଲ୍ଲାର ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ମଶାରି ବଣ୍ଟନ ହୋଇନଥିବା ଅଭିଯୋଗ ରହିଛି। ୨୦୨୫ରେ ବାଂଶପାଳ ଓ ତେଲକୋଇ ବ୍ଲକ୍‌ରେ ଅଳ୍ପ କିଛି ମଶାରି ବଣ୍ଟନ ହୋଇଥିଲା। ଚଳିତବର୍ଷ ଜିଲ୍ଲାରେ ମଶାରି ବଣ୍ଟନ ହୋଇନାହିଁ। ୨୦୨୪ରେ କେନ୍ଦୁଝର ଆସିବାକୁ ଥିବା ଔଷଧଯୁକ୍ତ ମଶାରି ଅନ୍ୟ ଜିଲ୍ଲାକୁ ପଠାଯାଇଥିଲା। ଫଳରେ ମ୍ୟାଲେରିଆ ପ୍ରବଣ ଅଞ୍ଚଳର ଅନେକ ପରିବାର ମଶାରି ପାଇବାରୁ ବଞ୍ଚିତ ହୋଇଛନ୍ତି। ମ୍ୟାଲେରିଆ ନିୟନ୍ତ୍ରଣର ଅନ୍ୟ ପ୍ରତିଷେଧକ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ମଶାବଂଶ ନିୟନ୍ତ୍ରଣ ପାଇଁ ଆବଶ୍ୟକସ୍ଥଳେ ମଶାମରା ତେଲ ସିଞ୍ଚନ କରାଯାଉଥିଲା। ଘର ଘର ସର୍ଭେ, ରକ୍ତ ପରୀକ୍ଷା ଓ ତ୍ବରିତ ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉଥିଲା। ଏବେ ଜିଲ୍ଲାର ଅନେକ ଅଞ୍ଚଳରେ ମଶାମରା ତେଲ ସିଞ୍ଚନ ନିୟମିତ ହେଉନି।ବର୍ଷାଦିନେ ଜମି ରହୁଥିବା ପାଣି, ଅପରିଷ୍କାର ନାଳନର୍ଦ୍ଦମା ଓ ଆବର୍ଜନା ମଶାଙ୍କ ପ୍ରଜନନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ସହରଠାରୁ ଗାଁ ଯାଏଁ ମଶା ଉପଦ୍ରବ ବଢ଼ିଥିବା ବେଳେ ମଶାଧୂଆଁ (ଫଗିଂ), ଲାର୍ଭା ନିୟନ୍ତ୍ରଣ, ଡ୍ରେନ୍‌ ସଫେଇ ଉପରେ ଗୁରୁତ୍ବ ଦିଆଯାଉ ନଥିବା ଅଭିଯୋଗ ହେଉଛି।

PM Surya Ghar: ପିଏମ୍‌ ସୂର୍ଯ୍ୟଘରରେ ଠକିଗଲେ ହିତାଧିକାରୀ

ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁରର ଅନେକ ଗାଁ ପାହାଡ଼ିଆ ଅଞ୍ଚଳରେ ରହିଛି। ସେଠାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ଏବେ ବି କଷ୍ଟକର। ଜ୍ୱର ହେବା ପରେ ତୁରନ୍ତ ରକ୍ତ ପରୀକ୍ଷା ନ କଲେ ରୋଗ ଚିହ୍ନଟରେ ବିଳମ୍ବ ହେଉଛି। ରୋଗୀ ବିଳମ୍ବରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗଲେ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହୁଛି। ଗାଁ ପରିବେଶ ସଫା ରଖିବା ପାଇଁ ଗାଁ କଲ୍ୟାଣ ସମିତି ଜରିଆରେ ସରକାରୀ ଅନୁଦାନ ଖର୍ଚ୍ଚ ହେଉଥିଲେ ବି ଏହାର ସୁଫଳ ମିଳୁନି। କେତେକ ସ୍ଥାନରେ ସଫେଇ ନ କରି କାଗଜକଲମରେ ବିଲ୍‌, ଭାଉଚର୍‌ କରାଯାଉଛି। ଉଲ୍ଲେଖଥାଉକି, ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୁର୍ଗମ ଅଞ୍ଚଳରେ ଘରଘର ସର୍ଭେ, ନିୟମିତ ରକ୍ତ ପରୀକ୍ଷା, ତୁରନ୍ତ ରୋଗ ଚିହ୍ନଟ, ଔଷଧ ଯୋଗାଣ ସହ ପ୍ରତିଷେଧକ ବ୍ୟବସ୍ଥାକୁ ଜୋରଦାର କରିବା ଆବଶ୍ୟକ। ମଶାରି ବଣ୍ଟନ ସହ ମଶା ନିୟନ୍ତ୍ରଣ, ଆବଶ୍ୟକସ୍ଥଳରେ ମଶାମରା ତେଲ ସିଞ୍ଚନ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଜରୁରି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.