ARTICLE AD BOX
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ସିଜେଆଇଙ୍କ ମନ୍ତବ୍ୟରୁ ପ୍ରେରଣା ପାଇ ‘ମଖି ଜନତା ପାର୍ଟି’ (ଏମ୍ଜେପି) ନାମରେ ଏକ ବ୍ୟଙ୍ଗାତ୍ମକ ଗୋଷ୍ଠୀ ସାମ୍ନାକୁ ଆସିଛି। ଏହା ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ସହ ମିଶି କାମ କରିବାକୁ ମଧ୍ୟ ଆଗ୍ରହ ଦେଖାଇଛି।
ସିଜେପି ସହ ସମନ୍ୱୟ ରଖିବାକୁ ଉଦ୍ୟମ
ଦିଲ୍ଲୀରେ ପ୍ରତିବାଦ ପୂର୍ବରୁ ମେଟ୍ରୋ ଚଳାଚଳ ଓ ଟ୍ରେନ୍ ଉପରେ କଟକଣାକୁ ନେଇ ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଥିଲେ, ମାଛି (ମଖି) ମାରିବାକୁ ହାତୁଡ଼ି ବ୍ୟବହାର କରିବା ଉଚିତ ନୁହେଁ। ଅର୍ଥାତ୍, ସମସ୍ୟାର ମୁକାବିଲା ପାଇଁ ଅତ୍ୟଧିକ କଠୋର ପଦକ୍ଷେପ ନେବା ଠିକ୍ ନୁହେଁ। ଏହି ମନ୍ତବ୍ୟକୁ ଆଧାର କରି ଏମ୍ଜେପି ସୋସିଆଲ ମିଡିଆରେ ବ୍ୟଙ୍ଗାତ୍ମକ ପୋଷ୍ଟ କରୁଛି। ଗୋଷ୍ଠୀର ଦାବି ଅନୁଯାୟୀ, ମାତ୍ର ୭୨ ଘଣ୍ଟାରେ ଏହାର ଇନ୍ଷ୍ଟାଗ୍ରାମ୍ ପୃଷ୍ଠା ୪୦ ଲକ୍ଷରୁ ଅଧିକ ଥର ଦେଖାଯାଇଥିବାବେଳେ ୩.୩ ଲକ୍ଷରୁ ଅଧିକ ଅନୁଗାମୀ ଅଛନ୍ତି। ଗଣତାନ୍ତ୍ରିକ ଅଧିକାର ଓ ପ୍ରତିବାଦ ପ୍ରସଙ୍ଗରେ ସିଜେପି ସହ ସମନ୍ୱୟ ରଖିବାକୁ ମଧ୍ୟ ଏହା ଉଦ୍ୟମ କରୁଛି।

1 hour ago
1


