ICC T20I: ଶ୍ରେୟସଙ୍କୁ ଜୀବନର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ମାନ୍ୟତା

1 hour ago 1
ARTICLE AD BOX

ଦୁବାଇ:ଭାରତୀୟ ଅଧିନାୟକ ଶ୍ରେୟସ ଆୟର ବୁଧବାର ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ନିଜ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ ଚତୁର୍ଥକୁ ଉଠିଛନ୍ତି। ସଂପ୍ରତି ୱେ‌ଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଲକ୍ଷ୍ନୌରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଶତକ ଅର୍ଜନ କରିବା ପରେ ଆୟରଙ୍କ ୩ଟି ସ୍ଥାନ ଉନ୍ନତି ହୋଇଛି।

ସେ ଚତୁର୍ଥରେ ପହଞ୍ଚିବା ପରେ ଶୀର୍ଷ ମଧ୍ୟରେ ୩ ଜଣ ଭାରତୀୟ ବ୍ୟାଟର୍‌ ରହିଛନ୍ତି। ଈଶାନ କିଶନ (୯୦୪) ଓ ଅଭିଷେକ ଶର୍ମା (୮୯୧) ଶୀର୍ଷ ଦୁଇ ସ୍ଥାନରେ ରହିଛନ୍ତି। ତୃତୀୟରେ ପାକିସ୍ତାନ ଅଧିନାୟକ ସାହିବଜାଦା ଫର୍‌ହାନ ରହିଛନ୍ତି।

ସଞ୍ଜୁ ସାମ୍‌ସନ୍‌ ୪ଟି ସ୍ଥାନ ଉଠି ୨୭ରେ

ଶୀର୍ଷ ୧୦ ମଧ୍ୟରେ ଆଉ ଜଣେ ଭାରତୀୟ ବ୍ୟାଟର୍‌ ତିଳକ ବର୍ମା (ନବମ) ଥିଲା ବେଳେ ସଞ୍ଜୁ ସାମ୍‌ସନ୍‌ ୪ଟି ସ୍ଥାନ ଉଠି ୨୭ରେ ପହଞ୍ଚିଛନ୍ତି। ବୋଲିଂରେ ଶୀର୍ଷ ୧୦ରେ ଭାରତର କେବଳ ଅକ୍ଷର ପଟେଲ (ନବମ) ଅଛନ୍ତି।

Boxing Federation of India: ଭାରତୀୟ ବକ୍ସିଂ ସଂଘ ସମ୍ପାଦକ ପ୍ରମୋଦ ନିଲମ୍ବିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.