Maharashtra: ୨୦୦ ବର୍ଷ ପରେ ପରିବାରରେ ଝିଅ ଜନ୍ମ: ମହାରାଷ୍ଟ୍ର ପରିବାର ରଥରେ ବସାଇ ସ୍ବାଗତ କଲା

1 month ago 12
ARTICLE AD BOX

ବିଡ୍‌: ମହାରାଷ୍ଟ୍ରର ବିଡ୍‌ର ଏକ ପରିବାରରେ ଚାରି ପିଢ଼ି ପରେ ଜନ୍ମ ହୋଇଥିବା ଶିଶୁକନ୍ୟାଙ୍କୁ ରଥରେ ବସାଇ ଭବ୍ୟ ସ୍ୱାଗତ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଶିଶୁକନ୍ୟାଟିକୁ ଶୋଭାଯାତ୍ରା କରି ହସ୍ପିଟାଲରୁ ଘରକୁ ଢୋଲ, ଝାଞ୍ଜ ଓ ନୃତ୍ୟର ତାଳେ ତାଳେ ଆଣା ଯାଇଥିଲା।

ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଗାର୍ଗୀ ନାମକ ନବଜାତ ଶିଶୁକୁ ତାଙ୍କ ମାଆଙ୍କ ସହ ଘରକୁ ସ୍ୱାଗତ କରାଯାଇଥିଲା। ଦହିଫାଲେ ପରିବାର କହିଛନ୍ତି ଯେ, ପ୍ରାୟ ୨୦୦ ବର୍ଷ ଧରି ପରିବାରରେ କୌଣସି ଝିଅ ଜନ୍ମ ହୋଇନଥିଲା। ଗାର୍ଗୀଙ୍କ ବିଷୟରେ କହିବା ସମୟରେ ଶିଶୁଟିର ଜେଜେବାପା ଲିମ୍ବାଜୀ ଦହିଫାଲେ ଭାବପ୍ରବଣ ହୋଇଯାଇଥିଲେ। ସେ କହିଥିଲେ, ପରିବାରରେ ଝିଅ ଆସିବା ବଡ଼ ସୌଭାଗ୍ୟର କଥା। ଏତେ ବର୍ଷ ଧରି ଆମେ ପରିବାରରେ ଝିଅ ଜନ୍ମ ହୋଇନଥିବାର ଦୁଃଖ ଅନୁଭବ କରୁଥିଲୁ ଓ ଆଜି ତାହା ପୂରଣ ହୋଇଛି। ଲିମ୍ବାଜୀ କହିଛନ୍ତି, ସେ ତାଙ୍କ ବୋହୂମାନଙ୍କୁ ତାଙ୍କ ଝିଅ ମନେକରନ୍ତି। ନାତୁଣୀଙ୍କୁ ସେ ସଙ୍ଗୀତ ଓ ନୃତ୍ୟ ତାଳେ ତାଳେ ସ୍ବାଗତ କରିଥିଲେ। ଜେଜେ ମା ସୁରେଖା ଦହିଫାଲେ କହିଛନ୍ତି, ପରିବାର ନାତୁଣୀକୁ ହସ୍ପିଟାଲରୁ ସ୍ବାଗତ କରିବୁ ବୋଲି ସ୍ଥିର କରିଥିଲା। ଆମ ଘରକୁ ଲକ୍ଷ୍ମୀ ଆସିଥିବାରୁ ଆମେ ଖୁସି ବୋଲି କହିଛନ୍ତି।ଆମେରିକା, ଭାରତ ଓ ଚୀନକୁ ‘ଗ୍ରୀନ୍‌ହାଉସ୍‌’ ନିଗର୍ମନକାରୀ ଦେଶ କହି ଜଳବାୟୁ ସମ୍ବନ୍ଧୀୟ କ୍ଷତିପୂରଣ ମାଗିଲା ନେପାଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.