Maharashtra: ବର୍ଷକ ପାଇଁ ବ୍ୟାନ ହେଲା ମହାରାଷ୍ଟ୍ରରେ ‘ନକଲି ପନୀର’

1 week ago 5
ARTICLE AD BOX

ମୁମ୍ବାଇ: ଜନସ୍ୱାସ୍ଥ୍ୟ ପ୍ରତି ସୃଷ୍ଟି ହେଉଥିବା ଗମ୍ଭୀର ବିପଦକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ନକଲି କିମ୍ବା ‘ଏନାଲୋଗ୍’ ପନୀରର ଉତ୍ପାଦନ, ବିକ୍ରି ଓ ବିତରଣ ଉପରେ ସମ୍ପୂର୍ଣ୍ଣ ଗୋଟିଏ ବର୍ଷ ପାଇଁ କଟକଣା ଲଗାଇଛନ୍ତି। ଗତ ଜୁଲାଇ ୩୦ ତାରିଖରେ ରାଜ୍ୟ ଏଫଡିଏ (ଖାଦ୍ୟ ଓ ଓଷଧ ପ୍ରଶାସନ) କମିଶନର ତୁକାରାମ ମୁଣ୍ଡେ ଏହି ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟରୁ ସଂଗୃହିତ ପନୀର ନମୁନାର ଲାବୋରେଟରୀ ପରୀକ୍ଷାରୁ ୩୫ ପ୍ରତିଶତରୁ ଅଧିକ ନମୁନାରେ ଭେଜିଟେବୁଲ ଫ୍ୟାଟ୍ ମିଶ୍ରଣ ହୋଇଥିବା ପ୍ରମାଣିତ ହେବା ପରେ ଏହି କଠୋର ପଦକ୍ଷେପ ନିଆଯାଇଛି।

 ଏଫଡିଏର କଡ଼ା କାର୍ଯ୍ୟାନୁଷ୍ଠାନ

ଏହି ଆଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ହୋଟେଲ, ରେଷ୍ଟୋରାଣ୍ଟ, କ୍ୟାଟରର୍ସ ଏବଂ କ୍ଲାଉଡ୍ କିଚେନଗୁଡ଼ିକରେ ଏହି କୃତ୍ରିମ ତଥା ନକଲି ପନୀରର ବ୍ୟବହାର, ପ୍ରସ୍ତୁତି, ପରିବେଷଣ କିମ୍ବା ମହଜୁଦ୍ ରଖିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଗ୍ରାହକଙ୍କୁ ଅନ୍ଧାରରେ ରଖି ଅନେକ ଭୋଜନାଳୟ ପ୍ରକୃତ କ୍ଷୀର ପନୀର ବଦଳରେ ଶସ୍ତା ନକଲି ପନୀର ବ୍ୟବହାର କରୁଥିଲେ, ଯାହା ମେନୁ କାର୍ଡରେ ମଧ୍ୟ ଉଲ୍ଲେଖ କରାଯାଉ ନଥିଲା। ନୂଆ ନିୟମ ଅନୁଯାୟୀ, ପ୍ରକୃତ ପନୀର ଉତ୍ପାଦନକାରୀମାନେ ଏଫଏସଏସଏଆଇର ପ୍ୟାକେଜିଂ ଓ ଲେବଲିଂ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବେ।

ଦକ୍ଷିଣ ଉପକୂଳରେ ୬.୩ ତୀବ୍ରତାଯୁକ୍ତ ଭୂମିକମ୍ପ

 ଏହି କଟକଣାକୁ ସ୍ୱାଗତ କରି ଅଲ୍ ଇଣ୍ଡିଆ ଫୁଡ୍ ଆଣ୍ଡ୍ ଡ୍ରଗ୍ ଲାଇସେନ୍ସ ହୋଲ୍ଡର ଫାଉଣ୍ଡେସନର ସଭାପତି ଅଭୟ ପାଣ୍ଡେ କହିଛନ୍ତି ଯେ, ନକଲି ପନୀରକୁ ନେଇ ଦୀର୍ଘ ଦିନରୁ ଚାଲିଥିବା ଆଲୋଚନା ପରେ ଏଫଡିଏ କମିଶନର ତୁକାରାମ ମୁଣ୍ଡେଙ୍କ ନେତୃତ୍ୱରେ ଏହି କଠୋର ଆଦେଶ ଆସିଛି। ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋଷୀ ପ୍ରମାଣିତ ହେଲେ ତୁରନ୍ତ ସାମଗ୍ରୀ ଜବତ, ନଷ୍ଟ କରାଯିବା ସହ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଭାରି ଜରିମାନା ଆଦାୟ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.