Mahanadi Flood : ଉତ୍ତର ଓଡ଼ିଶାରେ ବନ୍ୟା ବିଭୀଷିକା ପରେ ଡରାଇଲାଣି ମହାନଦୀ

1 hour ago 1
ARTICLE AD BOX

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ଫଳରେ ବନ୍ୟା  ସ୍ଥିତି ଉପୁଜିଛି। ଉତ୍ତର ଓଡ଼ିଶାରେ ବନ୍ୟା ବିଭୀଷିକା ପରେ ଡରାଇଛି ମହାନଦୀ । ପଶ୍ଚିମ ଓଡ଼ିଶା ଓ ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଛି । ବିଭିନ୍ନ ନଦୀର ପାଣି ଆସି ମହାନଦୀରେ ମିଶୁଥିବାରୁ ନଈ ଫୁଲୁଛି । ବିଶେଷକରି ତେଲ, ଇବ୍, ଜିରା ନଦୀର ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀକୁ ପ୍ରଚୁର ପରିମାଣରେ ବନ୍ୟା ଜଳ ପ୍ରବେଶ କରୁଛି । ଯାହାଫଳରେ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି । ଜଳଭଣ୍ଡାରରେ ୬୧୭.୪୩ ଫୁଟକୁ ଛୁଇଁଛି ଜଳସ୍ତର। ପ୍ରତି ସେକେଣ୍ଡରେ ୩ଲକ୍ଷ ୩୧ ହଜାର ୬୩ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଛି । ସେହିପରି ଡ୍ୟାମରୁ ୬୪ ହଜାର ୧୦୯ କ୍ୟୁସେକ ଜଳ ପ୍ରତିସେକେଣ୍ଡରେ ନିଷ୍କାସିତ ହେଉଛି। ହୀରାକୁଦ ଡ୍ୟାମର ୨ଟି ଗେଟ ଦେଇ ଏବେ ବନ୍ୟା ଜଳ ନିଷ୍କାସନ ହେଉଛି ।

ଅଧିକ ପଢନ୍ତୁ: Rain In Odisha: ବର୍ଷାରେ ଜନଜୀବନ ପ୍ରଭାବିତ; ଆଜି ୩ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ

ମୁଣ୍ଡୁଳିରେ ଏବେ ୫ ଲକ୍ଷ ୬୪ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । କିନ୍ତୁ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳି ଦେଇ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ତେଣୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଣିପାରେ ବୋଲି ଆକଳନ କରିଛି ଜଳସମ୍ପଦ ବିଭାଗ। ଜଳପ୍ରବାହକୁ ଦୃଷ୍ଟିରେ ରଖି ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି । ସେପଟେ ସକ୍ରିୟ ଥିବା ଗଭୀର ଅବପାତ କେନ୍ଦ୍ରୀୟ ଛତିଶଗଡ ଦେଇ ଗତି କରୁଥିବାରୁ ଚିନ୍ତା ଆହୁରି ବଢ଼ିଛି । ଏହାର ପ୍ରଭାବରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  ।    

Read Entire Article
LEFT SIDEBAR AD

Hidden in mobile, Best for skyscrapers.