ARTICLE AD BOX
ଛତ୍ରପୁର (ବସନ୍ତ ମହାରଣା): ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାର ସୁପରିଚାଳନା ନିମନ୍ତେ ଟ୍ରଷ୍ଟ ବୋର୍ଡ ପରିଚାଳନା କମିଟିର ବୈଠକ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବୈଠକରେ ଅଧ୍ୟକ୍ଷତା କରି ମା’ଙ୍କ ଷୋଡଶ ପୂଜା ନିମନ୍ତେ ଭକ୍ତଙ୍କ ସୁବିଧା, ଦର୍ଶନ ବ୍ୟବସ୍ଥା ଓ ଶୃଙ୍ଖଳା ରକ୍ଷା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଭକ୍ତଙ୍କ ଯାତାୟାତ ପାଇଁ ବସ୍ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
ଏଥିସହ ମନ୍ଦିରର ରୀତିନୀତି ଅନୁଯାୟୀ ପୂଜା ସୁଚାରୁ ରୂପେ ସମ୍ପନ୍ନ କରିବା, ସେବାୟତଙ୍କୁ ପରିଚୟପତ୍ର ପ୍ରଦାନ ଏବଂ ମନ୍ଦିରରେ ଦୀପ ପ୍ରଜ୍ୱଳନ ପାଇଁ ଉନ୍ନତମାନର ଘିଅ ବ୍ୟବହାର ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ଏହି ବୈଠକ ରେ ଟ୍ରଷ୍ଟ ବୋର୍ଡ ର ପ୍ରମୋଦ କୁମାର ପଣ୍ଡା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ପୁର୍ତ୍ତ ବିଭାଗ ର ବ୍ରହ୍ମପୁର ଡିଭିଜନ - ୨ ଅଧିକ୍ଷିଣ ଯନ୍ତ୍ରୀ ସନ୍ଦୀପ୍ତ ପାଣିଗ୍ରାହୀ, ଏସଡ଼ିଓ ସୁରେଶ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେl

41 minutes ago
1


