ARTICLE AD BOX
ଭୁବନେଶ୍ବର: କେୟାର ହସ୍ପିଟାଲ୍ ଓ ନାଲ୍କୋ ସହଯୋଗରେ ଏକ ହୃଦୟ ସ୍ବାସ୍ଥ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲ୍ର ‘ଟାଇମ୍ ଟୁ ବ୍ରେକ୍ ଅପ୍’ ଅଭିଯାନର ଅଂଶ ଭାବେ ଆୟୋଜିତ ଏହି ପଦଯାତ୍ରାକୁ ନାଲ୍କୋର ସିଏମ୍ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କେୟାର ହସ୍ପିଟାଲ୍ର ଜୋନାଲ ମୁଖ୍ୟ ପରିଚାଳନା ଅଧିକାରୀ କିସ୍ଲେ ଆନନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ସିଂହ କହିଥିଲେ ଚିକିତ୍ସା ଆବଶ୍ୟକ ହେବା ପୂର୍ବରୁ ହୃଦୟ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ଶ୍ରୀ ଆନନ୍ଦ ହୃଦୟ ପାଇଁ ବିପଦ ସୃଷ୍ଟି କରୁଥିବା ଅଧିକ ସମୟ ବସି ରହିବା, ତମାଖୁ ସେବନ, ନିଦ୍ରାହୀନତା ଆଦିକୁ ଏଡ଼ାଇବାକୁ ଆହ୍ବାନ ଦେଇଥିଲେ। କେୟାର ହସ୍ପିଟାଲ୍ର ହୃଦରୋଗ ବିଭାଗର କ୍ଲିନିକାଲ୍ ଡାଇରେକ୍ଟର ଓ ବିଭାଗୀୟ ମୁଖ୍ୟ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ ନିୟମିତ ଚାଲିବା, ସ୍ବାସ୍ଥ୍ୟକର ଖାଦ୍ୟ ପାଇବା ଓ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଡାକ୍ତର ବି ବି ମହାନ୍ତି, ଡାକ୍ତର ଗିରିଧାରୀ ଜେନା, ଡାକ୍ତର ମନୋରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।
Massive March: ମିଳିତ ଆଦିବାସୀ ମଞ୍ଚର ବିଶାଳ ପଦଯାତ୍ରା, ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା ମଞ୍ଚ

47 minutes ago
1


