ARTICLE AD BOX
ନୂଆଦିଲ୍ଲୀ: ଚଳିତଆର୍ଥିକବର୍ଷରେ କେନ୍ଦ୍ର ସରକାରଙ୍କ ଏଲ୍ପିଜି ସବ୍ସିଡି ବାବଦ୍ ବିଲ୍ ପ୍ରଦାନ ୧ ଲକ୍ଷ କୋଟି ଟଙ୍କା ଟପିପାରେ। କେନ୍ଦ୍ର ବଜେଟ୍ରେ ଏଥିପାଇଁ ୩୦ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଉକ୍ତ ରାଶି ବହୁ ଅଧିକ ହେବ ବୋଲି ପିଏଲ୍ କ୍ୟାପିଟାଲ୍ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ପ୍ରତ୍ୟେକ ସିଲିଣ୍ଡର ପିଛା ଏଲ୍ପିଜି ସବ୍ସଡି ବର୍ତ୍ତମାନ ୪୯୦ ଟଙ୍କା ରହିଛି। ଯଦି ଏହି ହାରରେ ସବ୍ସିଡି ଖର୍ଚ୍ଚ ଜାରି ରହେ ତା’ହେଲେ ଆର୍ଥିକ ବର୍ଷ ଶେଷବେଳକୁ ମୋଟ ଏଲ୍ପିଜି ସବ୍ସିଡି ରାଶି ୧ ଲକ୍ଷ କୋଟି ଟଙ୍କା ଟପିଯିବ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅଶୋଧିତ ତେଲ ଓ ଗ୍ୟାସ ବଜାରରେ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ସରକାର ଓ ତୈଳ ବିପଣନ କମ୍ପାନିଗୁଡ଼ିକ ଅଧିକ କ୍ଷତି ବହନ କରିବା ପାଇଁ ନେଇଥିବା ନିଷ୍ପତ୍ତି ଫଳରେ ସବ୍ସିଡି ବୋଝ ବଢ଼ିଛି। କେବଳ ସେତିକି ନୁହେଁ ଚଳିତ ଆର୍ଥିକବର୍ଷ ଆରମ୍ଭରୁ ସରକାରଙ୍କ ସବ୍ସିଡି ବୋଝ ଦ୍ରୁତ ଭାବେ ବଢ଼ିଚାଲିଛି। ଏପ୍ରିଲ ଓ ମେ ମାସରେ ସରକାର ପ୍ରମୁଖ ସବ୍ସିଡି ବାବଦରେ ୭୫,୫୪୦ କୋଟି ଖର୍ଚ୍ଚ କରି ସାରିଛନ୍ତି।
ଆହୁରି ପଢନ୍ତୁ:Development Project: ସ୍ଥାୟୀ ଜୀବିକା ବିକାଶକୁ ପ୍ରୋତ୍ସାହନ: ୭.୫୫ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ
ଗତ ଆର୍ଥିକବର୍ଷର ପ୍ରଥମ ଦୁଇ ମାସରେ ହୋଇଥିବା ଖର୍ଚ୍ଚ ୫୧,୨୫୦ କୋଟି ତୁଳନାରେ ଏହା ୪୭ ପ୍ରତିଶତ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି। ଖାଦ୍ୟ ସବ୍ସିଡିରେ ସର୍ବାଧିକ ୪୦,୮୦୦ କୋଟି ଖର୍ଚ୍ଚ ହୋଇଛି, ଯାହାକି ଗତ ଆର୍ଥିକବର୍ଷର ପ୍ରଥମ ଦୁଇମାସରେ ହୋଇଥିବା ୨୭,୯୯୦ କୋଟି ଖର୍ଚ୍ଚ ତୁଳନାରେ ୪୬ ପ୍ରତିଶତ ଅଧିକ। ପୋଷକତତ୍ତ୍ବଭିତ୍ତିକ ସାର ସବ୍ସିଡି ବାବଦ ଖର୍ଚ୍ଚ ୩୯ ପ୍ରତିଶତ ବୃଦ୍ଧି ଘଟି ୬୦୧୦ କୋଟି ଟଙ୍କାରେ ଏବଂ ୟୁରିଆ ସବ୍ସିଡି ୫୦ ପ୍ରତିଶତ ବୃଦ୍ଧି ଘଟି ୨୮,୪୫୦ କୋଟି ଟଙ୍କାରେ ପହଞ୍ଚିଛି। ଗତ ଆର୍ଥିକବର୍ଷର ପ୍ରଥମ ଦୁଇ ମାସରେ ପେଟ୍ରୋଲିୟମ ସବ୍ସିଡି ଖର୍ଚ୍ଚ ଆଦୌଁ ନଥିଲା। ଚଳିତ ଆର୍ଥିକବର୍ଷର ପ୍ରଥମ ଦୁଇମାସରେ ଏହା ୨୮୦ କୋଟି ଟଙ୍କା ରହିଛି।
ଆହୁରି ପଢନ୍ତୁ:72nd National Film Awards: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ୟାମି ଶ୍ରେଷ୍ଠ ଅଭିନେତ୍ରୀ -କାର୍ତ୍ତିକ ଶ୍ରେଷ୍ଠ ଅଭିନେତା
ଗୋଟିଏ ପଟେ + ଖର୍ଚ୍ଚ ବୃଦ୍ଧି ପାଉଛି ଏବଂ ଅନ୍ୟପଟେ ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯିବାକୁ ଥିବାରୁ ଚଳିତ ଆର୍ଥିକବର୍ଷର ପ୍ରଥମାର୍ଦ୍ଧରେ ପୁଞ୍ଜିବ୍ୟୟକୁ ନେଇ ସରକାର ଅଧିକ ସତର୍କ ରହିପାରନ୍ତି ବୋଲି କୁହାଯାଇଛି। ଦୁଇ ମାସରେ ପୁଞ୍ଜିବ୍ୟୟ ୨.୫ ଲକ୍ଷ କୋଟି ଟଙ୍କାରେ ରହିଛି, ଯାହାକି ଗତ ଆର୍ଥିକବର୍ଷର ପ୍ରଥମ ଦୁଇମାସରେ ହୋଇଥିବା ୨.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ତୁଳନାରେ ୧୩ ପ୍ରତିଶତ ଅଧିକ।

1 hour ago
1


