ARTICLE AD BOX
ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପାଇଁ ଇ-କେୱାଇସି କରିବାର ଶେଷ ତାରିଖକୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ମହଲତ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଥିଲା। ତୈଳ କମ୍ପାନିଗୁଡ଼ିକର ସର୍ଭର ଡାଉନ୍ ରହିବା ଓ ମୋବାଇଲ୍ ଆପ୍ ଠିକ୍ ଭାବେ କାମ କରୁ ନଥିବା ଅଭିଯୋଗ ଆସିଛି।
ନୂଆଦିଲ୍ଲୀ: ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପାଇଁ ଇ-କେୱାଇସିକରିବାର ଶେଷ ତାରିଖକୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ମହଲତ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଥିଲା। ତୈଳ କମ୍ପାନିଗୁଡ଼ିକର ସର୍ଭର ଡାଉନ୍ ରହିବା ଓ ମୋବାଇଲ୍ ଆପ୍ ଠିକ୍ ଭାବେ କାମ କରୁ ନଥିବା ଅଭିଯୋଗ ଆସିଛି। ଲୋକମାନେ ବାରମ୍ବାର ଉଦ୍ୟମ କରିବା ସତ୍ତ୍ବେ ଭେରିଫିକେସନ କରିପାରୁନାହାନ୍ତି।
ଆହୁରି ପଢନ୍ତୁ :J&K: ସିକିମ୍ରେ ଏସ୍ଆଇଆର୍ ପାଇଁ ୨୦୦୨କୁ ଆଧାର ବର୍ଷ ରଖିବା ନିଷ୍ପତ୍ତି ଠିକ୍: ସୁପ୍ରିମ୍କୋର୍ଟ
ଦେଶର ବିଭିନ୍ନ ସ୍ଥାନରେ ଗ୍ୟାସ୍ ଏଜେନ୍ସିଗୁଡ଼ିକରରେ ଗ୍ରାହକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଠିଆ ହେବା ପରେ ଇ-କେୱାଇସି ହୋଇଯିବ ବୋଲି ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ଇ-କେୱାଇସି ପ୍ରକ୍ରିୟା ତେଲ କମ୍ପାନିଗୁଡ଼ିକର କେନ୍ଦ୍ରୀୟ ଡିଜିଟାଲ ଭିତ୍ତିଭୂମି ଓ ସର୍ଭରକୁ ଆଧାର କରି ଚାଲୁଛି। ସର୍ଭର ଡାଉନ୍ ହେଲେ ସେହି ଅନୁସାରେ ଆପ୍ ମଧ୍ୟ ମନ୍ଥର ହୋଇଯାଉଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

48 minutes ago
2


