Low-pressure: ଆଜି ଲଘୁଚାପ: ୨୨ରୁ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି

1 week ago 6
ARTICLE AD BOX

ଭୁବନେଶ୍ବର: ଉତ୍ତର ଥାଇଲ୍ୟାଣ୍ଡ ଉପରେ ରହିଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କରିଛି। ପ୍ରଭାବରେ ୧୯ ତାରିଖ (ଶନିବାର) ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୩ରୁ ୪ ଦିନରେ ଏହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଏଥିସହ ୧୯ ତାରିଖଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଭାରତରୁ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ପଶ୍ଚିମ ରାଜସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବ। ଓଡ଼ିଶାରେ ମୌସୁମୀ ବାୟୁ ଧିମା ରହିଥିବା ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି।

Doppler Weather Radar ସମ୍ବଲପୁରରେ ସ୍ଥାପିତ ହେଲା ନୂତନ ଡିପ୍‌ଲର୍ ରାଡାର୍, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଥମ

ବାତ୍ୟା ସମ୍ପର୍କରେ ପାଣିପାଗ ବିଭାଗ କୌଣସି ସ୍ପଷ୍ଟ କରି ନ ଥିଲେ ମଧ୍ୟ ୨୨ ତାରିଖଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିବା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ୨୨ ତାରିଖରେ ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ହେବାକୁ ଥିବା ବେଳେ ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୩ ତାରିଖ ପାଇଁ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ବାଲେଶ୍ବର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୨୪ ତାରିଖରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ କଳାହାଣ୍ଡି, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

Weather: ଚୀନର ସତର୍କ ସୂଚନା; ନେପାଳରେ ୩ ଦିନ ମଧ୍ୟରେ ପୁଣି ବନ୍ୟା ଆଶଙ୍କା

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସାଟେଲାଇଟ୍‌ ଚିତ୍ରରେ ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ବାଦଲ ଅଧିକ ଘନୀଭୂତ ହେଉଛି, ଯାହାକି ୧୯ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ସହ ଆହୁରି ଅଧିକ ଘନୀଭୂତ ହେବାର ସଙ୍କେତ ଦେଉଛି। ଭାରତୀୟ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ ଲଘୁଚାପ ସୃଷ୍ଟି ପରେ ଧୀରେ ଧୀରେ ଶକ୍ତିଶାଳୀ ହେବାକୁ ଥିବାରୁ ଅବପାତ ହେବାର ସମ୍ଭାବନା ବଢ଼ୁଛି। ପରେ ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଏହା ଆହୁରି ଶକ୍ତିଶାଳୀ ହୋଇ ବାତ୍ୟା ହେବାର ସମ୍ଭାବନାକୁ ଏବେଠାରୁ ବାଦ୍‌ ଦିଆଯାଇପାରୁ ନାହିଁ। ଇସିଏମ୍‌ଡବ୍ଲୁଏଫ୍‌/ଇପିଏସ୍‌ ଓ ଜିଏଫ୍‌ଏସ୍‌/ଜିଇଏଫ୍‌ଏସ୍‌ ମଡେଲ୍‌ ଆକଳନରେ ପୂର୍ବ ତୁଳନାରେ ଗତିପଥ ଉତ୍ତର ଆଡ଼କୁ ଯାଉଥିବା ସଙ୍କେତ ମିଳୁଛି। ଫଳରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଉପରେ ନଜର ବଢ଼ିଛି। କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହା ଗଭୀର ଅବପାତରେ ସୀମିତ ରହିବ କି ବାତ୍ୟାର ରୂପ ନେବ, ସେ ନେଇ ମଧ୍ୟ ଅନିଶ୍ଚିତତା ଲାଗିରହିଛି। ତେବେ ୨୨ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବ। ଗତିପଥ ଉତ୍ତର ଆଡ଼କୁ ରହିଲେ ଉପକୂଳ, ଉତ୍ତର ଉପକୂଳ ଓ ଏହାକୁ ଲାଗିଥିବା ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷାର ସମ୍ଭାବନା ବଢ଼ିବ। କେଉଁ ଜିଲ୍ଲାରେ କେତେ ବର୍ଷା ହେବ, ତାହା ଶେଷ ଗତିପଥ ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.