Low-pressure area: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି: ୧୫ରେ ଅବପାତ ୧୬ରେ ବାତ୍ୟା

1 hour ago 1
ARTICLE AD BOX

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୪ ତାରିଖରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧୀକ ଘନୀଭୂତ ହୋଇ ୧୫ ତାରିଖ ସକାଳ ସମୟରେ ଅବପାତ ରୂପ ନେବ। ଏହାପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ବାତ୍ୟା କେଉଁ ଦିଗକୁ ଗତି କରିବ ଏବଂ ପ୍ରଭାବ କିଭଳି ରହିବ ସେ ସଂକ୍ରାନ୍ତରେ କୌଣସି ଆକଳନ କରାଯାଇ ନାହିଁ। ତେବେ ଏହାର ପ୍ରଭାବରେ ୧୭ ତାରିଖଠାରୁ ଉପକୂଳ ଓଡ଼ିଶାରେ ପାଗ ବଦଳିବା ସହ ୧୮ ଓ ୧୯ ତାରିଖରେ ବର୍ଷାପବନ ହେବା ନେଇ ବିଭାଗ ପୂର୍ବାନୁମାନ କରିଛି। ଯଦି ଏହା ବାତ୍ୟା ରୂପ ନିଏ ତେବେ ଏହାର ନାମ ‘ଅକ୍‌ଭାନ୍‌’ ରହିବ।

Migrant worker: ଦୁଃଖରେ ଭାଙ୍ଗିପଡ଼ିଥିଲେ ପରିବାର; ବିଧାୟକ ଦେଲେ ଆର୍ଥିକ ସହାୟତା

ଆନ୍ଧ୍ର-ଓଡ଼ିଶା ଉପକୂଳମୁହାଁ ହୋଇପାରେ
୧୭ରୁ ବଦଳିବ ପାଗ, ୧୮ରୁ ପ୍ରବଳ ବର୍ଷା
ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ଉପକୂଳ ସମୁଦ୍ର ମନା

ଆକଳନ ଅନୁଯାୟୀ ୧୮ ତାରିଖରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁୂର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏହାବ୍ୟତୀତ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଓ ନୟାଗଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୯ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧୭ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଉପକୂଳ ଓ ପାର୍ଶ୍ବବର୍ତ୍ତୀ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ସହ ଘଣ୍ଟାପ୍ରତି ୬୫ କିମି ବେଗରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Health: ୬ମାସରେ ଉଚ୍ଚରକ୍ତଚାପରେ ୮୧,୪୨୩, ମଧୁମେହରେ ୪୩,୭୮୪ରୋଗୀ ଚିକିତ୍ସାଧୀନ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଲଘୁଚାପ ଏବେ ଚେନ୍ନାଇଠାରୁ ପ୍ରାୟ ୯୬୦ କିମି ପୂର୍ବ-ଦକ୍ଷିଣପୂର୍ବ ଓ ବିଶାଖାପାଟଣାରୁ ପ୍ରାୟ ୧୧୫୦ କିମି ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି। ଏହାର ସର୍ବାଧିକ ପବନ ବେଗ ଘଣ୍ଟାପ୍ରତି ୪୫ କିମି ଓ କେନ୍ଦ୍ରୀୟ ଚାପ ୧୦୦୯ ଏଚ୍‌ପିଏ ରହିଛି। ସାଟେଲାଇଟ୍ ଚିତ୍ର ଅନୁଯାୟୀ ଅସଙ୍ଗଠିତ ମେଘମାଳା ଏକ ବିସ୍ତୃତ ନିମ୍ନ-ସ୍ତରୀୟ ଘୂର୍ଣ୍ଣିବଳୟକୁ ଆଂଶିକ ଭାବେ ଆଚ୍ଛାଦିତ କରି ରଖିଛି। ସର୍ବାଧିକ ପବନ ଏହାର ଦକ୍ଷିଣ ପାର୍ଶ୍ୱରେ କେନ୍ଦ୍ରୀଭୂତ ହୋଇଛି। ମଡେଲ୍‌ଗୁଡ଼ିକର ଆକଳନ ଅନୁଯାୟୀ ୧୫ ତାରିଖରେ ଏହା ଅବପାତ ଏବଂ ୧୬ କିମ୍ବା ୧୭ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମାନ୍ୟ ବାତ୍ୟା (ଘଣ୍ଟାପ୍ରତି ୭୫ କିମି) ରୂପ ନେଇପାରେ। ଉପକୂଳ ନିକଟରେ ବଢ଼ୁଥିବା ବାୟୁ କାଟ (ଘଣ୍ଟାପ୍ରତି ୩୫ କିମିରୁ ଅଧିକ) ଏବଂ ଥଣ୍ଡା ଉପକୂଳବର୍ତ୍ତୀ ଜଳ ଏହାର ଅଧିକ ତୀବ୍ରତାକୁ ରୋକିବ। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଏହା ଦକ୍ଷିଣ ପାର୍ଶ୍ୱ ଦେଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏବଂ ଦକ୍ଷିଣ ପାର୍ଶ୍ୱରୁ ପଶ୍ଚିମାବାୟୁ ପ୍ରବାହ ବଢ଼ିବା ଫଳରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ମୋଡ଼ ନେଇ ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ମୁହାଁଇବ। ୧୭ କିମ୍ବା ୧୮ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ (ବିଶାଖାପାଟଣାରୁ ଗୋପାଳପୁର ମଧ୍ୟରେ) ଅତିକ୍ରମ କରିବ। ୧୭ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳରେ ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ ବହିବା ସହ ଝଟକା ପବନ ୫୫ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.