ARTICLE AD BOX
ପୁରୀ: ଜନ୍ମବେଦିକୁ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ। ସିଂହଦ୍ବାରକୁ ଆସିବାରେ ବିଳମ୍ବ କଲେ, କିନ୍ତୁ ରଥରୁ ପହଣ୍ଡି ହୋଇ ଜନ୍ମବେଦିକୁ ଗଲାବେଳେ ସଅଳ ସଅଳ ଆଗେଇ ଚାଲିଲେ। ଭକ୍ତଙ୍କ ମେଳରେ ବଡ଼ଦାଣ୍ଡରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇଭଉଣୀଙ୍କ ସହ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ପ୍ରଥମେ ଶ୍ରୀବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ଲଗେଇ ଝୁଲିଝୁଲି ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିଛନ୍ତି। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଛି ପରିବେଶ। ପହଣ୍ଡି ୮.୧୦ରେ ଆରମ୍ଭ ହୋଇଥିଲା। ୯ଟା ୫୮ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା।
Weekly Horoscope 2026 July 19 to 25: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ରବିବାରଠାରୁ ଆଡ଼ପମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଭକ୍ତ। ଆଡ଼ପମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ। ଏଠାରେ ଜଗନ୍ନାଥଙ୍କର ଅବସ୍ଥିତିକୁ ମହାବେଦି ଯୋଗ କୁହାଯାଏ। ମହାବେଦି ମହାପ୍ରଭୁଙ୍କର ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ପୁରାଣରେ ଉଲ୍ଲେଖ ରହିଛି। ତେଣୁ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଏଥିସହ ଶ୍ରୀମନ୍ଦିରରେ ରବିବାରଠାରୁ ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ାର ଯୋଗ ଜୁଟିବ।
ଆଜି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଣେ ଆଡ଼ପ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ଆଜି ବିଳମ୍ବିତ ରାତିରେ ଆଡ଼ପମଣ୍ଡପରୁ ଚାରମାଳ ଫିଟାଯାଇଛି। ଶୁକ୍ରବାର ଧୂଳିଆ ଗୁଣ୍ଡିଚାରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ଆଜି ସକାଳ ସାଢ଼େ ୭ଟାରୁ ୭ଟା ୪୦ ମଧ୍ୟରେ ରଥ ଉପରେ ମଙ୍ଗଳ ଆଳତି ପରେ ଅନ୍ୟ ନୀତି ବଢ଼ିଥିଲା। ରଥ ଉପରେ ଗୋପାଳବଲ୍ଲଭ ଓ ଭୋଗ ନୀତି ସଂପନ୍ନ ହୋଇଥିଲା। ତିନି ରଥରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ବେଶ ପରେ ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାଧୂପ ପୂଜା ୩ଟା ୧୫ ସୁଦ୍ଧା ଶେଷ ହୋଇଥିଲା। ପରେ ଘୋଡ଼ା ଫିଟା ହୋଇଥିଲା। ୭ଟା ୩୫ରେ ଚାରବନ୍ଧା ଶେଷ ହୋଇଥିଲା। ଆଜି ସନ୍ଧ୍ୟା ୮ଟା ୧୦ରେ ସୁଦର୍ଶନ ଦେବଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀରାମ, ଶ୍ରୀକୃଷ୍ଣ ଓ ମଦନମୋହନ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ପରେ ପ୍ରଭୁ ସୁଦର୍ଶନ ବିଜେ ହୋଇଥିଲେ। ୮ଟା ୪୦ରେ ବଡ଼ଠାକୁର ଶ୍ରୀବଳଭଦ୍ର ପହଣ୍ଡି ବିଜେ ହୋଇଥିଲେ। ୯ଟା୨୫ରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ୯ଟା ୫୮ରେ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିଥିଲେ।
Health: ବିଦ୍ୟୁତ ବିଭ୍ରାଟ ଯୋଗୁ ମୋବାଇଲ ଲାଇଟ୍ରେ ଚାଲିଛି ରୋଗୀ ସେବା
ରବିବାର ଦର୍ଶନ ଓ ପୂଜା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ କରିଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ସକାଳ ୫ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସାଢ଼େ ୫ଟାରେ ଭିତରଶୋଧ ଓ ୬ଟାରେ ମଙ୍ଗଳଆଳତି ନୀତି ସଂପନ୍ନ ହେବ। ଅବକାଶ ପୂଜା ଶେଷ ପରେ ସାଢ଼େ ୭ଟାରୁ ସାଢ଼େ ୮ଟା ସାହାଣମେଲା ଦର୍ଶନ ସୁଯୋଗ ମିଳିବ। ସକାଳ ୯ଟାରେ ରୋଷହୋମ ସହ ଅନ୍ୟାନ୍ୟ ନୀତି ବଢ଼ିବ। ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ, ପୂର୍ବାହ୍ଣ ସାଢ଼େ ୧୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସକାଳଧୂପ, ମଧ୍ୟାହ୍ନ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ପ୍ରଥମ ଭୋଗମଣ୍ଡପ, ଅପରାହ୍ଣ ୪ଟାରୁ ସାଢ଼େ ୫ଟା ମଧ୍ୟାହ୍ନ ଧୂପ, ସନ୍ଧ୍ୟା ୫ରୁ ସାଢ଼େ ୬ଟା ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବ। ପରେ ରାତି ସାଢ଼େ ୧ଟାରେ ରାତ୍ର ପହୁଡ଼ ହେବ। ଜୁଲାଇ ୨୦ରେ ହେରାପଞ୍ଚମୀ ନୀତି, ୨୧ରେ ରଥ ଦକ୍ଷିଣମୋଡ଼, ୨୩ରେ ସନ୍ଧ୍ୟା ଦର୍ଶନ, ୨୪ରେ ବାହୁଡ଼ାଯାତ୍ରା, ୨୫ରେ ସୁନାବେଶ, ୨୬ରେ ଅଧର ଓ ଗରୁଡ଼ ଶୟନ ନୀତି ଏବଂ ୨୭ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

4 hours ago
1


