ARTICLE AD BOX
ପୁରୀ: ସେପ୍ଟେମ୍ବର ୨ ତାରିଖରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଆସନ୍ତାକାଲି ସାଢ଼େ ୪ ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ। ଅପରାହ୍ନ ୨ଟା ୩୦ ମିନିଟ୍ରୁ ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସଂଧ୍ୟା ୭ଟା ପରେ ପୁଣି ଦର୍ଶନାର୍ଥୀମାନେ ମହାପ୍ରଭୁଙ୍କ ଦର୍ଶନଲାଭ କରିପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତାକାଲି ସେପ୍ଟେମ୍ବର ୨, ବୁଧବାର, ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖାଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୨ଟା ୩୦ଠାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଅର୍ଥାତ୍ ରେଖାପଞ୍ଚମୀ ଦିନ ଅନୁଷ୍ଠିତ ହୋଇଥାଏ । ଏହା ମହାପ୍ରଭୁଙ୍କ ଏକ ସ୍ୱତନ୍ତ୍ର ଏବଂ ଗୁପ୍ତ ନୀତିକାନ୍ତି ଅଟେ।ପରମ୍ପରା ଅନୁଯାୟୀ, ସ୍ନାନ ପୂର୍ଣ୍ଣିମାରୁ ମହାପ୍ରଭୁଙ୍କଠାରୁ ଓଲାଗି ହୋଇଥିବା ସ୍ୱର୍ଣ୍ଣ ରାହୁରେଖାକୁ ଆସନ୍ତାକାଲି ପୁନର୍ବାର ଶ୍ରୀମୁଖରେ ଲାଗି କରାଯିବ।
land Dispute: ଜମିବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ: ଗ୍ରାମ ମୁରବିଙ୍କ ସମେତ ୧୦ରୁ ଅଧିକ ଆହତ

1 hour ago
2


