ARTICLE AD BOX
ବାଲିପାଟଣା: ବାଲିପାଟଣା ଥାନା ବାରିଲୋ ନନ୍ଦ କଲୋନୀରେ ଗତ ମାସ ୨୩ ତାରିଖ ରାତିରେ ଭଡାରେ ରହୁଥିବା ଜଣେ ଅସାମାଜିକ ଯୁବକ ପଡୋଶୀଙ୍କ କାରକୁ କଟୁରିରେ ହାଣିବା ସହ ନିଆଁ ଲଗାଇ ପୋଡି ପାଉଁଶ କରିଦେଇଥିଲା | ପୋଡି ପର ଠାରୁ ଗିରଫ ଭୟରେ ମୁଖ୍ୟ ଅଭିଯୁକ୍ତ ଭିଙ୍ଗାରପୁରର ମନୋଜ ଭୋଇ ମୋବାଇଲ ସୁଇଜ ଅଫ କରି ଫେରାର ହୋଇ ଯାଇଥିଲା | ଘଟଣାଟି ଗଣ ମାଧ୍ୟମରେ ପ୍ରଚାର ପ୍ରସାରଣ ହେବା ପରେ ପୁଲିସ ତତ୍ପରତା ଦେଖାଇ ଥିଲା | ଗତକାଲି ପୁଲିସ ମନୋଜକୁ ଗିରଫ କରିବା ରେ ସଫଳ ହୋଇଛି | ଅଭିଯୁକ୍ତକୁ ପୁଲିସ କାର ପୋଡି ସ୍ଥାନକୁ ନେଇ ଘଟଣାର ଡେମୋ କରିଛି | ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି |
ଅଭିଯୋଗକାରିଣୀ ସରାଟ ଶାସନ ଦଳିତ ସାହିର ଯମୁନା ଭୋଇ ଏବଂ ତାଙ୍କ ସ୍ୱାମୀ ବାରିଲୋ ସ୍ଥିତ ନନ୍ଦ କଲୋନୀରେ ରହୁଥିଲେ | ସେହି କଲୋନୀରେ ଭିଙ୍ଗାରପୁରର ମନୋଜ ଭୋଇ ଏବଂ ତାଙ୍କ ପତ୍ନୀ ରହୁଥିଲେ | କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବିବାଦ ଉପୁଜି ଥିଲା | ଗତ ୨୩ ତାରିଖ ରବିବାର ବିଳମ୍ବିତ ରାତିରେ ମନୋଜ ଗାଳି ଗୁଲଜ କରିଥିଲା | ଏହାକୁ ଯମୁନା ଏବଂ ତାଙ୍କ ସ୍ୱାମୀ ପ୍ରତିବାଦ କରିଥିଲେ | ଏତିକି ରେ ମନୋଜ ଉତକ୍ଷିପ୍ତ ହୋଇ ଏକ ମାରଣାସ୍ତ୍ର ଧରି ସ୍ୱାମୀ , ସ୍ତ୍ରୀଙ୍କୁ ଗୋଡାଇ ଆସିଥିଲେ | ସେମାନେ ଜୀବନ ବଞ୍ଚାଇ ଘରେ କବାଟ କିଳି ରହି ସଵୁ ଦେଖିଥିଲେ | ଭୟରେ ବାହାରି ପାରି ନ ଥିଲେ | ହେଲେ ମନୋଜର ରାଗ ପଞ୍ଚମ ହୋଇଯାଇଥିଲା | ମାରଣାସ୍ତ୍ରରେ ଯମୁନାଙ୍କ ସ୍ୱାମୀ ଙ୍କ ଗାଡ଼ି ନଂ ଓଡି ୦୨ ଡି ଆର ୯୪୪୮ ଧଳା ରଙ୍ଗ କାର କାଚ ଏବଂ ବଡ଼ିକୁ ହାଣି ପକାଇ ଥିଲା | ସେତିକିରେ ଦୁର୍ବୃତ୍ତ ମନୋଜର ମନ ବୁଝି ନଥିଲା | ପେଟ୍ରୋଲ ଢାଳି ଶେଷରେ ନିଆଁ ଲଗାଇ ଗାଡ଼ିକୁ ପୋଡି ପାଉଁଶ କରି ଦେଇଥିଲା |
Arrested: ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ, ଅଭିଯୁକ୍ତ ଗିରଫ

1 hour ago
2


