ARTICLE AD BOX
କେସିଙ୍ଗା: କଳାହାଣ୍ଡିଜିଲ୍ଲା କେସିଙ୍ଗା ଥାନା କଲେଜ ରୋଡରେ ରହୁଥିବା ବ୍ୟବସାୟୀ ଯୁଗଳ ଅଗ୍ରୱାଲଙ୍କ ଘରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପ୍ରାୟ ୪ ଲକ୍ଷ ୫୦ ହଜାର ନଗଦ ଟଙ୍କା, ୩ ଶହ ଗ୍ରାମ ରୁପା, ୧୫ ଗ୍ରାମ ସୁନା ଓ ଲାପଟପ ଆଦି ଲୁଟି ନେଇଛନ୍ତି। ସେ ବାବା ଧାମ ଶିବଙ୍କ ପାଖରେ ଜଳ ଚଢ଼େଇବା ପାଇଁ ଗତ ୫/୬ ଦିନ ହେଲା ଯାଇଥିଲେ। ଗତକାଲି ସେ ଘରକୁ ରାତି ୧ ଟାରେ ଫେରିବା ବେଳେ ତାଲା ଭଙ୍ଗା ହୋଇ ସବୁ ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ।
ଗତ କିଛି ଦିନ ମଧ୍ୟରେ ଦୁଇଟି ବଡ଼ ଚୋରି
ପରେ ଏନେଇ ସେ କେସିଙ୍ଗା ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କେସିଙ୍ଗା ସହରରେ ଗତ କିଛି ଦିନ ମଧ୍ୟରେ ଦୁଇଟି ବଡ଼ ଚୋରି ହୋଇଥିବାବେଳେ ପୁଲିସ ତାର ଟେର୍ ପାଉ ନାହିଁ, ଯେଉଁଥି ଲାଗି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।

1 hour ago
1


