ARTICLE AD BOX
ନୀଳଗିରି: ପରିଚୟ ପଚାରିବାକୁ ଆସି ବୃଦ୍ଧାଙ୍କ ବେକରୁ ଲୁଟିନେଲେ ଚାରି ଲକ୍ଷ ଟଙ୍କାର ସୁନା ହାର। ଆଜି ଭୋର ସମୟରେ ନୀଳଗିରି ସହରରେ ଲୁଟେରାଙ୍କ ଆତଙ୍କ। ହେଲମେଟ ପିନ୍ଧି ବାଇକରେ ଆସିଥିଲେ ଦୁଇ ଲୁଟେରା।
Advertisment
ହାରଟି ୨୫ ଗ୍ରାମରୁ ଅଧିକ ଓଜନର
ସୂଚନା ଅନୁଯାୟୀ, ନୀଳଗିରି ଏନଏସି ୭ ନମ୍ବର ୱାର୍ଡ ବାଲିଗୋହିରୀ ଗ୍ରାମର ପ୍ରଫୁଲ୍ଲବାଳା ଦେବୀଙ୍କ ବେକରୁ ଭୋର ସମୟରୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ପରିଚୟ ପଚାରିବାର ବାହାନା କରି ବୃଦ୍ଧାଙ୍କ ବେକରୁ ସୁନା ଚେନ ଲୁଟିନେଇଛନ୍ତି। ହାରଟି ୨୫ ଗ୍ରାମରୁ ଅଧିକ ଓଜନର ହେଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଘର ମାଲିକ।

1 month ago
10


