ARTICLE AD BOX
ଋତୁ ଇନ୍ସାନ୍ଙ୍କ ସମ୍ବଳ ଥିଲା ପର୍ସରେ ଥିବା ଦଶ ଟଙ୍କା ଓ ଘରର ସିଲେଇ ମେସିନ୍। କିନ୍ତୁ, ନିଜ ଦକ୍ଷତା ବଳରେ ଗୋଟାଏ ସୁଖମୟ ଭବିଷ୍ୟତ ଗଢ଼ିବା ପାଇଁ ତାଙ୍କ ପ୍ରତିବଦ୍ଧତା ଥିଲା ସମ୍ବଳ ଠାରୁ ଢେର୍ ଅଧିକ। କେବଳ ସେତିକି ନୁହେଁ, ପରିସ୍ଥିତି ସୁଧାରିବା ପାଇଁ ସେ ମନେ ମନେ ପଣ କରିଥିଲେ। ଇଏ ଥିଲା ପ୍ରାୟ କୋଡ଼ିଏ ବର୍ଷ ତଳର କଥା। ଆଜି ନିଜ ସଂକଳ୍ପକୁ ସାର୍ଥକ କରିଛନ୍ତି ହରିୟାଣାର ଝିଅ ଋତୁ। ନିଜ ଜୀବନକୁ ସଜାଡ଼ିବା ସହ ପ୍ରାୟ ସାଢ଼େତିନି ଲକ୍ଷ ମହିଳା ଓ ଝିଅଙ୍କୁ ଜୀବିକାର୍ଜନ ନିମନ୍ତେ ସକ୍ଷମ କରିଛନ୍ତି। ତାଙ୍କଠାରୁ ତାଲିମପ୍ରାପ୍ତ ଅନେକ ମହିଳା ଓ ଝିଅ ସମ୍ପ୍ରତି ବୁଟିକ୍ ଖୋଲିଛନ୍ତି ଅଥବା ଘରୁ କାମ କରି ଭଲ ଦି’ପଇସା ଉପାର୍ଜନ କରୁଛନ୍ତି।
Education: ‘ଏନ୍ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ
ନଅଟି ରାଜ୍ୟରେ ଖୋଲିଛି ତାଙ୍କ ସଂସ୍ଥାର ଶାଖା। ଦେଶର ପଚାଶଟି ଶାଖାରେ ସେ ସିଲେଇ, ଏମ୍ବ୍ରଏଡରି, ଗାର୍ମେଣ୍ଟ୍ କଟିଙ୍ଗ୍ ଓ ଫ୍ୟାସନ୍ ଡିଜାଇନିଙ୍ଗ୍ ଆଦି ତାଲିମ ଦେଉଛନ୍ତି। ତାଲିମ କେନ୍ଦ୍ରକୁ ଯାଇପାରୁ ନ ଥିବା ମହିଳା ଘରେ ରହି ଅନ୍ଲାଇନ୍ ଜରିଆରେ ଋତୁଙ୍କ ଠାରୁ ତାଲିମଗ୍ରହଣ କରୁଛନ୍ତି। ଅନ୍ଲାଇନ୍ କ୍ଲାସ୍ରେ ସେ ଗୋଟି ଗୋଟି କରି ସମସ୍ତ କୌଶଳ ଶିକ୍ଷା ଦେଉଛନ୍ତି। ତାଙ୍କ ଉନ୍ନତ ବୁଟିକ୍ ପାଠ୍ୟକ୍ରମ ମଧ୍ୟରେ ରହିଛି ସୁଟ୍ ଷ୍ଟିଚିଙ୍ଗ୍, ପର୍ଫେକ୍ଟ୍ ଫିଟିଙ୍ଗ୍, କୋ-ଅର୍ଡ ସେଟସ୍, ଅଙ୍ଗ୍ରଖାସ୍, କାେଟାରି ବ୍ଲାଉଜ୍, ପ୍ରିନ୍ସେସ୍-କଟ୍ ବ୍ଲାଉଜ୍ ଓ କଲାର୍ ଡିଜାଇନ୍। ବିଶେଷକରି, ମାପଚୁପ ସରଳୀକରଣ ଓ କଟିଙ୍ଗ୍ ଫର୍ମୁଲା ପାଇଁ ସେ ଶିକ୍ଷାର୍ଥିନୀମାନଙ୍କର ପ୍ରିୟଭାଜନ ହୋଇପାରିଛନ୍ତି। ସାମାଜିକ ଗଣମାଧ୍ୟମ ହିଁ ତାଙ୍କ କ୍ଲାସ୍ରୁମ୍କୁ ହରିୟାଣାର ଭିୱାନି ବାହାରକୁ ନେବାରେ ସହାୟକ ହୋଇଛି। ଇନ୍ଷ୍ଟାଗ୍ରାମ୍, ଫେସ୍ବୁକ୍, ୟୁଟ୍ୟୁବ୍, ମୋେଜା ଓ ସ୍ନାପ୍ଚାଟ୍ରେ ସମ୍ପ୍ରତି ତାଙ୍କର ଦେଢ଼ରୁ ଦୁଇ ନିୟୁତ ଅନୁଗାମୀ ଅଛନ୍ତି। ସମଗ୍ର ଦେଶର ମହିଳାମାନେ କଟିଙ୍ଗ୍, ଷ୍ଟିଚିଙ୍ଗ୍ ଓ ନୂଆ ଡିଜାଇନ୍ ସଂକ୍ରାନ୍ତ ଭିଡିଓ ସବୁ ଦେଖୁଛନ୍ତି।
ଋତୁ କହନ୍ତି, ‘‘ଟେଲରିଙ୍ଗ୍ କ’ଣ ରୋଜଗାର ଉତ୍ସ ହୋଇପାରିବ? ମନରେ ଏଭଳି ଆଶଙ୍କା ନେଇ ସ୍ବଳ୍ପ ସମ୍ବଳ ଏବଂ ଦୁର୍ବଳ ଆତ୍ମବିଶ୍ବାସ ସହ ଅନେକ ଶିକ୍ଷା ଆରମ୍ଭ କରନ୍ତି। କାରଣ, ଉପାର୍ଜନକ୍ଷମ ହେବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ। ଆଉ ମୋର ଉଦ୍ଦେଶ୍ୟ ବି ଥିଲା ସେମାନଙ୍କୁ ଦକ୍ଷ କରାଇ ଆତ୍ମନିର୍ଭରଶୀଳ କରାଇବା। ଶେଷରେ ଅଧିକାଂଶ ତାଙ୍କ ଲକ୍ଷ୍ୟ ହାସଲ କରନ୍ତି।’’ ଋତୁଙ୍କ ମତରେ ଅଧ୍ୟବସାୟ ଓ ଆଗ୍ରହ ସହକାରେ ଯେଉଁମାନେ ଟେଲରିଙ୍ଗ୍ ଶିକ୍ଷା କରିବେ ସେମାନଙ୍କ ପାଇଁ ସଫଳତାର ଦ୍ବାର ଉନ୍ମୁକ୍ତ। ଏମିତି ଅନେକ ଝିଅ ଅଛନ୍ତି, ଯେଉଁମାନଙ୍କର ଟେଲରିଙ୍ଗ୍ ଶିଖିବା ପାଇଁ ମୌଳିକ ସୁବିଧା ବି ନ ଥିଲା। ତାଲିମ ଗ୍ରହଣ କରି ଏବେ ସେମାନେ ନିଜସ୍ବ ବୁଟିକ୍ ଚଳାଇ ଜୀବିକାର୍ଜନ କରୁଛନ୍ତି। ସେ ପୁଣି କହନ୍ତି, ‘‘ଦିନ ଥିଲା ମୋ ପକେଟ୍ରେ ମାତ୍ର ଦଶ ଟଙ୍କା ଥିଲା, କିନ୍ତୁ ମୁଁ ନିରାଶ ହୋଇ ନଥିଲି। ଅଭାବୀ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ଦେଖିଲେ ମୁଁ ଅପାର ଆତ୍ମସନ୍ତୋଷ ପାଏ।’’
Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ
ତାଙ୍କ କାର୍ଯ୍ୟଧାରା ସମ୍ପ୍ରସାରଣ କ୍ଷେତ୍ରରେ କୌଣସି ସରକାରୀ ଯୋଜନା ଅଥବା ଆନୁଷ୍ଠାନିକ ସହଯୋଗ ମିଳି ନ ଥିଲା। ସେ ନିରବଚ୍ଛିନ୍ନ ଉଦ୍ୟମ ଓ ସାମାଜିକ ଗଣମାଧ୍ୟମ ଉପରେ ନିର୍ଭର କରି ସଫଳ ହୋଇଛନ୍ତି। ସାମାଜିକ ଗଣମାଧ୍ୟମ ହିଁ ତାଙ୍କ କାର୍ଯ୍ୟକୁ ପରିଚିତ କରାଇଛି। ସେ କଠିନ ପରିଶ୍ରମ କଲେ ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ସବୁ ତାଙ୍କ ଦକ୍ଷତାକୁ ସମଗ୍ର ଦେଶର ମହିଳାଙ୍କ ନିକଟରେ ପହଞ୍ଚାଇଲା। ସମ୍ପ୍ରତି ଚାଲିଥିବା କାଉଡ଼ିଆ ଯାତ୍ରାରେ ସାମିଲ ମହିଳାମାନଙ୍କୁ ସେ ସ୍ବାଗତ କରିବା ସହ ମାପ ଫିତା ପ୍ରଦାନ କରି ଟେଲରିଙ୍ଗ୍ ଶିଖିବାକୁ ଉତ୍ସାହିତ କରୁଛନ୍ତି। ତାଙ୍କର ମନେହୁଏ, ଟେଲରିଂ ଦକ୍ଷତା ମହିଳାମାନଙ୍କୁ ଆର୍ଥିକ ସ୍ବାଧୀନତା ଦେବାସହିତ ପରିବାର ପ୍ରତି ସେମାନଙ୍କ ଅବଦାନ ମଧ୍ୟ ବଢ଼ାଉଛି।

59 minutes ago
1


