Lok Sabha: ଲୋକସଭାରେ ଟିକସ ଓ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍‌ ଆଗତ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଟିକସ ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌ ଆଗତ କରିଛନ୍ତି। ଏଥିରେ ଟିକସ କ୍ଷେତ୍ରରେ ଏକାଧିକ ସଂଶୋଧନ ପ୍ରସ୍ତାବ ରହିଛି। ଦେଶରେ ନିବେଶକୁ ପ୍ରୋତ୍ସାହନ ଦେବା, ନିର୍ମାଣକୁ ବଢ଼ାଇବା, ଟିକସରେ ସ୍ଥିରତା ପ୍ରଦାନ କରିବା ଏବଂ ଆୟକର (ସଂଶୋଧନ) ଅଧ୍ୟାଦେଶ ୨୦୨୬କୁ ଆଇନରେ ପରିଣତ କରିବା ଲାଗି ବ୍ୟବସ୍ଥା ଏହି ବିଲ୍‌ରେ ରହିଛି। ବିଶେଷକରି ଆୟକର ଆଇନ ୨୦୨୫, ଅର୍ଥ ଆଇନ ୨୦୨୬ ଏବଂ ପେମେଣ୍ଟ ଆଣ୍ଡ୍‌ ସେଟେଲମେଣ୍ଟ ସିଷ୍ଟମ୍‌ସ ଆଇନ ୨୦୦୭ରେ ସଂଶୋଧନ ଏହି ବିଲ୍‌ ଜରିଆରେ ହେବ। ବିଶ୍ବରେ ସଂପ୍ରତି ମୁଣ୍ଡ‌ ଟେକିଥିବା ଭୂରାଜନୈତିକ ପରସ୍ଥିତି ଏବଂ ବିଶ୍ବ ବାଣିଜ୍ୟ ଓ ଯୋଗାଣ ଶୃଙ୍ଖଳରେ ସୃଷ୍ଟି ହୋଇଥିବା ବ୍ୟାଘାତ ପୃଷ୍ଠଭୂମିରେ ଆଇନରେ ସଂଶୋଧନ ପ୍ରସ୍ତାବ ରହିଛି।

 ଦେଶକୁ ବିଦେଶୀ ପୁଞ୍ଜି ଆକୃଷ୍ଟ କରିବା ଲାଗି ସରକାର ଚଳିତବର୍ଷ ଜୁନ ୫ ତାରିଖରେ ଏକ ଅଧ୍ୟାଦେଶ ଜାରି କରିଥିଲେ। ସେଥିରେ ବିଦେଶୀ ପୋର୍ଟଫୋଲିଓ ନିବେଶକ ବା ଏଫ୍‌ପିଆଇମାନେ ସରକାରୀ ସିକ୍ୟୁରିଟିଜ୍‌ରେ ନିବେଶ କରି ଯେଉଁ ସୁଧ ଓ ପୁଞ୍ଜିଲାଭ ପାଉଛନ୍ତି ତାହା ଉପରୁ ଆୟକର ଛାଡ଼ କରାଯାଇଥିଲା। ନୂଆ ବିଲ୍‌ ଜରିଆରେ ତାହା ଆଇନରେ ପରିଣତ ହେବ। ଆଜି ଆଗତ ହୋଇଥିବା ବିଲ୍‌ରେ ଯେଉଁ ବିଦେଶୀ କମ୍ପାନି ସୀମା ଶୁଳ୍କ ନିୟନ୍ତ୍ରିତ ଅଞ୍ଚଳରେ ସେମାନଙ୍କ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମହଜୁଦ ରଖି ଭାରତୀୟ ନିର୍ମାତାଙ୍କୁ ବିକ୍ରି କରୁଛନ୍ତି ସେମାନଙ୍କ ପାଇଁ ଟିକସ ଛାଡ଼ ବ୍ୟବସ୍ଥା ରହିଛି।

ଏଥିସହିତ କଟା ଯାଇ ନଥିବା କିମ୍ବା ପଲିସ୍‌ ହୋଇ ନଥିବା ହୀରା ବ୍ୟବସାୟରେ ଯୋଗ୍ୟ ସଂସ୍ଥାଗୁଡ଼ିକଠାରୁ ୨୦୪୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟିକସ ଛାଡ଼ ସୁବିଧା ରହିଛି। ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମ୍‌ସ ଆଇନ ୨୦୦୭ରେ ଯେଉଁ ସଂଶୋଧନ ପ୍ରସ୍ତାବ ରହିଛି ତାହାଦ୍ବାରା ସରକାର ଗୋଟିଏ କିମ୍ବା ଏକାଧିକ ଇଲେକ୍ଟ୍ରୋନିକ୍ ପେମେଣ୍ଟ ବ୍ୟବସ୍ଥା ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ (ଏମ୍‌ଡିଆର) ଲଗାଇବା ଅନୁମତି ପାଇବେ। ଅର୍ଥାତ୍‌ କେଉଁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ଏମ୍‌ଡିଆର୍‌ ଲାଗୁ ହେବ ଏବଂ କେଉଁଥିରେ ଲାଗୁ ହେବ ନାହିଁ ତାହାର ଅଧିକାର ସରକାରଙ୍କୁ ପ୍ରଦାନ ନେଇ ନୂଆ ବିଲ୍‌ରେ ପ୍ରସ୍ତାବ ରହିଛି।

ବିଦେଶରୁ ୨୭୪ ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିଲା ଭାରତ

ସରକାର ଅଧିକ ମୂଲ୍ୟର ୟୁପିଆଇ କାରବାର ଉପରେ ଏମ୍‌ଡିଆର୍‌ ଲଗାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି ନୂଆ ବିଲ୍‌ ଆଗତ ହୋଇଛି। ମନି କଣ୍ଟ୍ରୋଲ ପକ୍ଷରୁ ଜୁଲାଇ ୧୭ ତାରିଖର ଏକ ରିପୋର୍ଟ ଅନୁଯାୟୀ, ପ୍ରସ୍ତାବିତ ଏମ୍‌ଡିଆର୍‌ ଫି ୦.୫ ପ୍ରତିଶତରୁ କମ୍‌ ରହିବ ଏବଂ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ଏହା ଲାଗୁ ହେବ। ଉଲ୍ଲେଖଯୋଗ୍ୟ, ସରକାର ୨୦୨୦ ଜାନୁଆରି ମାସରେ ୟୁପିଆଇ ପେମେଣ୍ଟ ଉପରୁ ଏମ୍‌ଡିଆର୍‌ ଉଚ୍ଛେଦ କରାଯାଇଛି। ନୂଆକରି ଏହା ଲାଗୁ ହେଲେ ୟୁପିଆଇ କାରବାର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ଆଶଙ୍କା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.