Local wine: ମାଙ୍କିଡ଼ିଆ ବସ୍ତିରେ ମଦ, ହାଣ୍ଡିଆ ହାଟ

39 minutes ago 1
ARTICLE AD BOX

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ୧୦ ନମ୍ବର ୱାର୍ଡ ମହ୍ଲାରସାହି ମାଙ୍କିଡ଼ିଆ ବସ୍ତି ମଝିରେ ମଦ, ହାଣ୍ଡିଆ ହାଟ ବସିବାକୁ ନେଇ ବସ୍ତିରେ ଉ‌ତ୍ତେଜନା ପ୍ରକାଶ ପାଇଛି। ଅଞ୍ଚଳବାସୀଙ୍କ ଗଣପର୍ବ ସୌରିକ ସାର୍ବଜନୀନ ଦୁର୍ଗାପୂଜା ପଡ଼ିଆ ସଂଲଗ୍ନ ଏହି ନିଶା ହାଟ ପାଇଁ ବସ୍ତିର ଶାନ୍ତି ଶୃଙ୍ଖଳା ଓ ଭାଇଚାରା ପ୍ରଭାବିତ ହେବା ସହ ଝିଅବୋହୂଙ୍କ ଇଜ୍ଜତ ପ୍ରତି ବିପଦ ରହୁଥିବା ବସ୍ତିବାସିନ୍ଦା ଅଭିଯୋଗ କରନ୍ତି। ଥାନାରେ ପୁଲିସକୁ ଲିଖିତ ଅଭିଯୋଗ ସତ୍ତ୍ବେ ଏଠାରେ ପୁନର୍ବାର ନିଶାହାଟ ବସିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଆଇନ ନିଶା କାରବାରକୁ ପୁଲିସ ଦମନ କରିବା ପରିବର୍ତ୍ତେ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

ଦୁର୍ଗାପୂଜା ସୁଯୋଗରେ ୫ ବର୍ଷ ଧରି ମାଫିଆମାନେ ଏଠାରେ ରସି ହାଣ୍ଡିଆ ହାଟ ନ‌ାଁରେ ବେଧଡ଼କ ଦେଶୀ ମହୁଲି ମଦ କାରବାର ଚଳାଇ ଆସିଛନ୍ତି। ଏହାଦ୍ବାରା ବସ୍ତିରେ ରାତିସାରା ଉଚ୍ଚବାଚ ଓ ଗଣ୍ଡଗୋଳ ହେଉଥିବାରୁ ଶାନ୍ତି ବ୍ୟାହତ ହୋଇଆସିଛି। ପ୍ରତିବାଦ ସ୍ବରୂପ ଏବର୍ଷ ବସ୍ତିବାସିନ୍ଦା ଗତ ୧୦ ତାରିଖରେ ଏକ ବୈଠକ ଡକାଇ ପ୍ରସ୍ତାବିତ ନିଶାପାଣି ହାଟକୁ ବିରୋଧ କରିଥିଲେ। ୧୧ ତାରିଖରେ ମାଙ୍କିଡ଼ିଆ ଜନଜାତିର ଏକ ପ୍ରତିନିଧି ଦଳ ଥାନାକୁ ଯାଇ ବସ୍ତି ମଝିରେ ହାଣ୍ଡିଆ ହାଟ ନବସାଇବାକୁ ପୁଲିସକୁ ଅନୁରୋଧ କରିଥିଲେ। ପୁଲିସ ଠାରୁ ବସ୍ତିବାସିନ୍ଦାଙ୍କୁ ନିର୍ଭର ପ୍ରତିଶ୍ରୁତି ମିଳିଥିଲା। ହେଲେ ଗତ ଗତକାଲି ଠାରୁ ଉକ୍ତ ବିବାଦୀୟ ସ୍ଥାନରେ ମାଫିଆଙ୍କ ପକ୍ଷରୁ ପୁଣି ନିଶାହାଟ ବସାଯିବା ପ୍ରସ୍ତୁତି ଦେଖି ବସ୍ତିବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

Congress Workers Meet Governor: ରିସା ମାଙ୍କିଡ଼ିଆଙ୍କ ମୃତ୍ୟୁ: ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

ନିଶାହାଟକୁ ବିରୋଧ
ଆଜି ଅପରାହ୍ଣରୁ ବସ୍ତି ମଝିରେ ନିଶାହାଟ ବସିଥିବା ଦେଖାଯାଇଛି। ବସ୍ତିର ୯୦ ପ୍ରତିଶତ ମାଙ୍କିଡ଼ିଆ ପରିବାର ଏହାକୁ ବିରୋଧ କରୁଛନ୍ତି। ପୂର୍ବରୁ ବସ୍ତିକୁ ଲାଗି ଏକ ନିୟମିତ ହାଣ୍ଡିଆ ହାଟ ବସୁଥିଲେ ହେଁ ବସ୍ତିରେ ଆଉ ଏକ ହାଟ ବସାଯିବାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ସେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.