Loan Insurance Policy: ଋଣ ସହ ବୀମା କିଣିବାକୁ ବ୍ୟାଙ୍କ ବାଧ୍ୟ କରିପାରିବେନି

3 days ago 4
ARTICLE AD BOX

ନୂଆଦିଲ୍ଲୀ: କୌଣସି ଜରୁରୀ କାମ ପାଇଁ ଋଣ ନେଇଥିବା ଗ୍ରାହକମାନେ ଜାଣିଥିବେ ସେମାନେ କେତୋଟି ବୀମା ପଲିସି କିଣିଛନ୍ତି। ଆବଶ୍ୟକତା ନ ଥିବା ସତ୍ତ୍ବେ ବ୍ୟାଙ୍କ କିମ୍ବା ଋଣ ଦେଉଥିବା ସଂସ୍ଥା ସେହି ପଲିସିଗୁଡ଼ିକୁ ବାଧ୍ୟ କରି ବିକ୍ରି କରାଇଛନ୍ତି। ବୀମା ନାଁରେ ଋଣଗ୍ରହୀତାଙ୍କୁ ହେଉଥିବା ଶୋଷଣ ଉପରେ ରୋକ ଲାଗିବ। ଋଣ ନେବାକୁ ଚାହୁଥିବା ଗ୍ରାହକମାନଙ୍କୁ ବୀମା ପଲିସି କିଣିବାକୁ ବାଧ୍ୟ କରାଯାଇପାରିବ ନାହିଁ। ଏହି ବ୍ୟବସ୍ଥାକୁ ନିଷିଦ୍ଧ କରିବାକୁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ) ପ୍ରସ୍ତାବ ଦେଇଛି। ବର୍ତ୍ତମାନ କେବଳ ଚିଠା ନିୟମ ପ୍ରସ୍ତୁତ ହୋଇଛି ଓ ତାହା ଆଲୋଚନା ପର୍ଯ୍ୟାୟରେ ରହିଛି। ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଲେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକର ଫି ଆୟ ଗୁରୁତର ପ୍ରଭାବିତ ହେବା ଆଶଙ୍କା ରହିଛି। ସେଥିପାଇଁ ଆଜି ଷ୍ଟକ୍‌ ବଜାରରେ ବ୍ୟାପକ ଅସ୍ଥିରତା‌ ଦେଖିବାକୁ ମିଳିଥିଲା।

ପଲିସି ବିକ୍ରିରୁ ପାଉଥିବା କମିସନ କମିବ

ଚିଠା ନିୟମ ଅନୁସାରେ, ବୀମା ପଲିସି ବିକ୍ରି ଉପରେ ବ୍ୟାଙ୍କ ପାଉଥିବା କମିସନର ସୀମା ନିର୍ଦ୍ଧାରଣ କରାଯିବ। କେତେକ ପ୍ରକାର ପଲିସି ଉପରେ ବ୍ୟାଙ୍କଗୁଡ଼ିକ ୪୦ ପ୍ରତିଶତ ଭଳି ଉଚ୍ଚ ହାରରେ କମିସନ ପାଉଛନ୍ତି। ସେହି ହାରକୁ ମାତ୍ର ୨ ପ୍ରତିଶତରେ ସୀମିତ ରଖାଯିବ। ଫଳରେ କୌଣସି ବ୍ୟାଙ୍କ ଅଧିକ କମିସନ ପାଇବା ଆଶାରେ ଆବଶ୍ୟକତାଠାରୁ ଅଧିକ ପଲିସି ବିକ୍ରି କରିପାରିବେ ନାହିଁ। ଏହା ଦ୍ବାରା ମିସ୍‌-ସେଲିଂ ହ୍ରାସ ପାଇବ। ଚିଠା ପ୍ରସ୍ତାବ ଅନୁସାରେ, ଋଣ ସହ ବିକ୍ରି କରାଯାଉଥିବା ବୀମା ଉପରେ କମିସନକୁ ୨ ପ୍ରତିଶତ‌ରେ ସୀମିତ ରଖିବା ପ୍ରସ୍ତାବ ରହିଛି ଯାହା ସମ୍ପ୍ରତି ୨୮ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ‌ସ୍ବାସ୍ଥ୍ୟ ବୀମା ଉପରେ କମିସନକୁ ୪୦ ପ୍ରତିଶତରୁ କମାଇ ୫ ପ୍ରତିଶତ ଓ ମୋଟର ଯାନ ବୀମାର କମିସନକୁ ୧୬ ପ୍ରତିଶତରୁ ଖସାଇ ୪ ପ୍ରତିଶତ କରିବାକୁ ପ୍ରସ୍ତାବ ଦିଆଯାଇଛି।

କେବଳ ସେତିକି ନୁହେଁ, ବ୍ୟାଙ୍କାସ୍ୟୁରାନ୍ସ ମଡେଲ୍‌ ଅଧୀନରେ ଦିଆଯାଉଥିବା ପ୍ରୋତ୍ସାହନର ସମୀକ୍ଷା କରିବାକୁ ମଧ୍ୟ ଆଇଆର୍‌ଡିଏଆଇ ନିଷ୍ପତ୍ତି ନେଇଛି। ଏଥି ସହିତ ଅଧିକ ପଲିସି ବିକ୍ରି କରୁଥିବା ବ୍ୟାଙ୍କ ଓ ଏନ୍‌ବିଏଫ୍‌ସି କର୍ମଚାରୀଙ୍କୁ ଅଧିକ ପ୍ରୋତ୍ସାହନର ଯେଉଁ ବ୍ୟବସ୍ଥା ରହିଛି ତାହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଉପରେ ବିଚାର କରାଯାଉଛି। ଏହି ଚିଠା ନିୟମ ଲାଗୁ ହେଲେ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ, ଏଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଆକ୍ସିସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, କୋଟକ୍‌ ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା ଓ ଆଇସିଆଇସିଆଇ ବ୍ୟାଙ୍କ ଆଦିର ଫି ଆୟ ପ୍ରଭାବିତ ହେବା ଆଶଙ୍କା ରହିଛି।

ନିବେଶକମାନେ ଚିନ୍ତିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.