ARTICLE AD BOX
ବସାଘର
ସୁଶାନ୍ତ କୁମାର ନାୟକ
ପ୍ରେମର ପଶାପାଲିରେ
ଗୋଟିଏ ମନରେ ଅଟକେ
ଦୁଇଟି କ୍ଷତାକ୍ତ ହୃଦୟ।
ଚାରି ଆଖିର ମିଳନରେ
ପତ୍ରଫାଙ୍କରେ ପଢ଼ାହୁଏ
ଆତ୍ମୀୟତାର ମନ୍ତ୍ର।
ରାତିପାହି ସକାଳ ହେଲେବି
ଲଣ୍ଠନ ଆଲୁଅରେ
ଖୋଜା ହୁଅନ୍ତି ମଣିଷ।
ଆହୁରି ପଢ଼ନ୍ତୁ- Madras High Court: ଘରର ଦାୟିତ୍ବ କେବଳ ମହିଳାଙ୍କର ନୁହେଁ, ପୁରୁଷଙ୍କର ମଧ୍ୟ ସମାନ ଦାୟିତ୍ବ ରହିଛି: ମାଡ୍ରାସ ହାଇକୋର୍ଟ
ସମୁଦ୍ର ଢେଉରେ
ଅଳସ ଭାଙ୍ଗେ ପର୍ବତ
ନିଦର କୋଳରେ
ଜନ୍ମନିଏ ଅନ୍ଧାର।
ନିଶାରେ ଟଳମଳ ପାଦ
ଖୋଜୁଥାଏ ବାଟ
ଭାଗ୍ୟରେଖା ଡେଇଁ
ଆକାଶରୁ ଓହ୍ଲାଏ ମଲାଜହ୍ନ।
ବନ୍ଦ ଆଖିରେ
ସ୍ୱପ୍ନଦେଖେ ସମୟ
ପୃଥିବୀର ପାଦ ଶବ୍ଦରେ
ଡହଳବିକଳ ଜୀବନ।
ସତ୍ୟର ମଲାଟ ଚିରି
ରାତିର ଆଇନାରେ
ରତି ସୁଖପାଏ ଦେହ।
ଇନ୍ଦ୍ରିୟର ନାଲି ଓଠରେ
ସାଇତି ରଖାହୁଏ
ମୃତ ସ୍ୱରର ଗୀତ।
ଆହୁରି ପଢ଼ନ୍ତୁ- Draupadi Murmu: ରାଷ୍ଟ୍ରପତି ମୁର୍ମୁ ପଶ୍ଚିମବଙ୍ଗର ‘ଗୁଣ୍ଡା ବିରୋଧୀ’ ବିଲ୍କୁ ଅନୁମୋଦନ ଦେଲେନି, ପୁନର୍ବିଚାର ପାଇଁ ଫେରାଇଦେଲେ
ପବନର ଦୁଆର ମୁହଁରେ
ମେଘର କାନି ଛୁଏଁ
ମରଣର ଅସ୍ଥିର ମନ।
ଠିକଣା ଢଙ୍ଗରେ ବଞ୍ଚିବା
ଶିଖି ପାରୁନଥିବା ମଣିଷ
ନିଜ ବସାଘରେ
ମରୁଥାଏ ଅହରହଃ।
ମୋ: ୭୬୦୮୦୨୫୬୧୬
ଅଧିକ ଦେଖନ୍ତୁ-

55 minutes ago
1


