ARTICLE AD BOX
ଅନୁଭବର ଚିତ୍ରକର
ଅମିୟ ମହାନ୍ତି
ରଙ୍ଗିନ ସ୍ବପ୍ନ ଯଦି ଦୁର୍ଘଟଣାର ଶିକାର ହୋଇ
ଚୂର୍ମାର ହୋଇଯାଏ ଦୁଃଖ ନାହିଁ ମୋର
ସମୟ ଯଦି ମୋଠୁ ମୋର ଭଲପାଇବାକୁ ଛଡ଼େଇନିଏ
ତଥାପି ଭାଙ୍ଗି ପଡ଼ିବିନି, ଏହା ମୋ ପାଇଁ ଅଗ୍ନିପରୀକ୍ଷା, ଅତୁଟ ସମ୍ପର୍କ
ଅନୁଭବ ଓ ସ୍ବପ୍ନ ଏମିତି ଏକ ଉପାଦାନ
ଯାହାକୁ ସୀମା ଭିତରେ ଆବଦ୍ଧ କରିହୁଏନା
ଥରେ ମଧୁର ସମ୍ପର୍କ ଯୋଡ଼ି ହୋଇଗଲେ
ମନରୁ ଲିଭେଇ ହୁଏନା
ଆହୁରି ପଢ଼ନ୍ତୁ- RIDF Project Review ଆର୍ଆଇଡିଏଫ୍ ପ୍ରକଳ୍ପ ସମୀକ୍ଷା: ୧୯୨ରୁ ୬୮ ପ୍ରକଳ୍ପ ଅଧୁରା, ପଡ଼ିରହିଛି ୪୦% କାମ
ତୁମେ କାହାର ପୂନେଇଁ ଜହ୍ନ ହେଇପାର,
କିନ୍ତୁ ମୋ ପାଇଁ ଅର୍ଥହୀନ, ମୋ ପ୍ରିୟ ଅନୁଭବର
ତୁମେ ଯେ ଅଭୁଲା ଚିତ୍ରକର
ତୁମର ପ୍ରତ୍ୟେକଟି ରାସ୍ତା ମୋ ଲକ୍ଷ୍ୟସ୍ଥଳର
ଶେଷ ପାହାଚ... ଯେଉଁଠାରେ ମୁଁ ବଞ୍ଚିବାକୁ ଚାହେ
ଆଲିଙ୍ଗନ କରି ମୋର ସ୍ବପ୍ନ, ଅନୁଭବ ଓ ଆଶାକୁ
ଏବଂ
ପ୍ରତୀକ୍ଷାରେ ଥାଏ
ଇନ୍ଦ୍ରଧନୁର।
ମୋ: ୭୫୦୪୯୬୯୬୯୮
ଅଧିକ ଦେଖନ୍ତୁ-

1 hour ago
2


