Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ସୃଜନ ସମ୍ଭାରରେ...

3 hours ago 2
ARTICLE AD BOX

ଶ୍ରୀ ସାହିତ୍ୟ

shreeshree Photograph: (sambad)

ସମ୍ପାଦକ: କୃଷ୍ଣ ନାୟକ
ଯୋଗାଯୋଗ: ଝାରପଡ଼ା, ବୁଦ୍ଧେଶ୍ବର କଲୋନୀ, ଭୁବନେଶ୍ବର
ମୂଲ୍ୟ: ୨୫୧ ଟଙ୍କା, ପୃଷ୍ଠା: ୪୦୦

‘ଶ୍ରୀ ସାହିତ୍ୟ’ର ଏହି ଶାରଦୀୟ ସଂଖ୍ୟାଟି ଜନଜାତି ବିଶେଷାଙ୍କ ଭାବେ ପ୍ରକାଶ ପାଇଛି। ପାରମ୍ପରିକ ଭାବେ ଗଳ୍ପ କବିତା ପ୍ରକାଶ ନ କରି ପ୍ରବନ୍ଧ ଓ ଆଲୋଚନାମାନ ଏଥିରେ ସ୍ଥାନ ପାଇଛି। ଆଦିବାସୀ ଭାଷା ଓ ସାହିତ୍ୟକୁ ନେଇ ଆଲୋଚନା କରିଛନ୍ତି ଚିତ୍ରସେନ ପଶାୟତ, କଳିଙ୍ଗ ସଭ୍ୟତାର ଗଠନରେ ଓଡ଼ିଶାର ପ୍ରାଚୀନ ଜନଜାତିର ଅବଦାନକୁ ନେଇ ପ୍ରବନ୍ଧ ଲେଖିଛନ୍ତି ଗୁରୁ ପ୍ରସାଦ ମିଶ୍ର, ହୋ ଜନଜାତିର ଖାଦ୍ୟ ସଂସ୍କୃତି କଥା ଲେଖିଛନ୍ତି ସଂଜିତା ମିଶ୍ର, ବିଞ୍ଝାଲ ଜନଜାତିର ଇତିହାସକୁ ସମ୍ମୁଖକୁ ଆଣିଛନ୍ତି ସଂଘମିତ୍ରା ମିଶ୍ର। ଜନଜାତିଙ୍କ ଅନେକ ଅନାଲୋଚିତ ଦିଗକୁ ନେଇ ଆଲୋଚନା; ମୁଖ୍ୟତଃ କନ୍ଧ ଓ ସାନ୍ତାଳ ସଂପ୍ରଦାୟର ଭାଷା, ସାହିତ୍ୟ, ଚିତ୍ରକଳା ପରମ୍ପରା, ଧର୍ମବିଶ୍ବାସ, ନୃତ୍ୟ, ସଂଗୀତ, ବାଦ୍ୟ ଓ ପ୍ରକୃତିର ଉପାସନା ଆଦି ପ୍ରସଙ୍ଗକୁ ନେଇ ଅଠେଇଶଟି ପ୍ରବନ୍ଧ ଏଥିରେ ରହିଛି। ପତ୍ରିକାଟି ସଂଗ୍ରହଯୋଗ୍ୟ। 

ଆହୁରି ପଢ଼ନ୍ତୁ- Natural Beauty Trend: ପ୍ରାକୃତିକ ସୌନ୍ଦର୍ଯ୍ୟର ନୂଆ ଧାରା: ବୟସ ଲୁଚାଇବା ନୁହେଁ, ସୁସ୍ଥ ତ୍ୱଚା ଉପରେ ଗୁରୁତ୍ୱ

ଘାସଫୁଲ

ghaGhasafula Photograph: (sambad)

ସମ୍ପାଦିକା: ଉର୍ମିଳାରାଣୀ ପାଣିଗ୍ରାହୀ
ଯୋଗାଯୋଗ: କୁଆଁସ, ଭଦ୍ରକ
ମୂଲ୍ୟ: ୧୦୦ ଟଙ୍କା, ପୃଷ୍ଠା: ୫୬୮

ସାଂପ୍ରତିକ ସମୟର ଗଳ୍ପ, କବିତା ସମେତ ସାହିତ୍ୟର ବିବିଧ ଦିଗକୁ ନେଇ ଲେଖାମାନ ‘ଘାସଫୁଲ’ର ଏହି ଶାରଦୀୟ ସଂଖ୍ୟାରେ ସ୍ଥାନ ପାଇଛି। ଏଥିରେ କାଳଜୟୀ କାହାଣୀ, କବିତାଠୁ ଆରମ୍ଭ କରି ପ୍ରବନ୍ଧ, ଭ୍ରମଣ କାହାଣୀ, ଜୀବନାନୁଭୂତି ଆଦି ରହିଛି। ଏ ସଂଖ୍ୟାର ବିଶେଷ ଆକର୍ଷଣ ଗୁରୁ ପ୍ରସାଦ ମହାନ୍ତିଙ୍କ କାଳଜୟୀ କବିତା ‘କାଳପୁରୁଷ’, ବିଜୟ ଦାସଙ୍କ ପୂର୍ଣ୍ଣାଙ୍ଗ ନାଟକ ‘କଙ୍ଗାରୁ’ ଏବଂ  ଫ୍ରାନ୍‌ଜ କାଫ୍‌କାଙ୍କ ପ୍ରସିଦ୍ଧ ଉପନ୍ୟାସ ‘ମେଟାମର୍‌ଫୋସିସ୍‌’ର ଅନୂଦିତ ରୂପ ‘ରୂପାନ୍ତର’। ନବୀନ ଓ ପ୍ରବୀଣଙ୍କ ଲେଖାରେ ପତ୍ରିକାଟି ସମୃଦ୍ଧ।

ବର୍ତ୍ତିକା

barBarttika Photograph: (sambad)

ମୁଖ୍ୟ ସମ୍ପାଦକ: ବିଜୟ ମୋହନ ରାୟ
ଯୋଗାଯୋଗ: ସାରସ୍ବତ ବିହାର, 
ଦଶରଥପୁର, ଯାଜପୁର
ମୂଲ୍ୟ: ୧୨୦ ଟଙ୍କା, ପୃଷ୍ଠା: ୧୧୫୨

ଅନେକ ସାରସ୍ବତ ସମ୍ଭାର ଧରି ପ୍ରକାଶ ପାଇଛି ‘ବର୍ତ୍ତିକା’ର ଶାରଦୀୟ ସଂଖ୍ୟା। ଏ ସଂଖ୍ୟାର ପ୍ରମୁଖ ଆକ‌ର୍ଷଣ ମଧ୍ୟରେ ରହିଛି ଭାନୁମତୀ ସାହୁ, ବସନ୍ତ କୁମାର ଘୋଷଙ୍କ ଉପନ୍ୟାସ; ଜୀବନକୃଷ୍ଣ ମହାପାତ୍ରଙ୍କ ଉପନ୍ୟାସିକା; ମନ୍ମଥ କୁମାର ସାହୁ, ବଦ୍ରୀ ମହାନ୍ତି ଓ ନନ୍ଦକିଶୋର ସିଂହଙ୍କ ନାଟକ; ଶରତ ଚନ୍ଦ୍ର ଓ ମନୀଷା କୁଲଶ୍ରେଷ୍ଠଙ୍କ ଉପନ୍ୟାସର ଅନୁବାଦ। ଏହାବାଦ୍‌ ଶତାଧିକ କବିତା, ଚାଳିଶ ସରିକି ଗଳ୍ପ, କୋଡ଼ିଏରୁ ଊର୍ଦ୍ଧ୍ବ ପ୍ରବନ୍ଧ, ଅନୂଦିତ କାବ୍ୟ ଓ ଗଳ୍ପ, ଭ୍ରମଣ କାହାଣୀ, ସାକ୍ଷାତ୍‌କାର ଓ ପୁସ୍ତକସମୀକ୍ଷା ଆଦି ଏଥିରେ ସ୍ଥାନ ପାଇଛି।

ଆହୁରି ପଢ଼ନ୍ତୁ- Khordha Land Fraud Case: ଜମି ଜାଲିଆତି ମାମଲା; ଖୋର୍ଦ୍ଧା ଉପନିବନ୍ଧକ କାର୍ଯ୍ୟାଳୟରେ ଡିଟିପି ଅପରେଟର ବହିଷ୍କୃତ

ଶିଳାଶ୍ରୀ

silaShilashree Photograph: (sambad)

ସମ୍ପାଦିକା: ବାସନ୍ତୀ ଦାସ
ଯୋଗାଯୋଗ: ଭୀମଟାଙ୍ଗୀ, ଭୁବନେଶ୍ବର-୨
ମୂଲ୍ୟ: ୧୬୦ ଟଙ୍କା, ପୃଷ୍ଠା: ୧୬୬

ଅଠେଇଶଟି ଗଳ୍ପ, ଊଣେଇଶଟି ପ୍ରବନ୍ଧ, ସତୁରି ସରିକି କବିତା ସମେତ ‘ଶିଳାଶ୍ରୀ’ର ଶାରଦୀୟ ସଂଖ୍ୟାରେ ରହିଛି ଭ୍ରମଣ କାହାଣୀ, ସଂଗୀତ ରୂପକ ଓ ପୁସ୍ତକ ସମୀକ୍ଷା। ଏହାର ବିଭିନ୍ନ ବିଭାଗରେ ଅନେକ ନବୀନ ସ୍ରଷ୍ଟା ସ୍ଥାନ ପାଇଛନ୍ତି। ସାହିତ୍ୟର ସ୍ବରୂପକୁ ନେଇ ଏକ ସମ୍ପାଦକୀୟ ପ୍ରସ୍ତୁତ କରିଛନ୍ତି ସମ୍ପାଦିକା। 

ଚାହାଣି

chaChahani Photograph: (sambad)

ସମ୍ପାଦକ: ଚନ୍ଦ୍ରକାନ୍ତ ମହାନ୍ତି
ଯୋଗାଯୋଗ: ପାଣିକୋଇଲି କଲେଜ, ଯାଜପୁର
ମୂଲ୍ୟ: ୧୧୦ ଟଙ୍କା, ପୃ‌ଷ୍ଠା: ୧୨୮

ପ୍ରକ‌ାଶ ପାଇଛି ‘ଚାହାଣି’ର ପୂଜା ସଂଖ୍ୟ‌ା। ଗଳ୍ପ, କବିତା, ପ୍ରବନ୍ଧ, ଅନୁବାଦ, ବ୍ୟଙ୍ଗ, ଗୀତିକବିତା, ପିଲାଙ୍କ ସାହିତ୍ୟ, ପୁସ୍ତକ ସମୀକ୍ଷା, ସ୍ମୃତି ଅନୁଭୂତି ଆଦି ଏ‌ହାର କ‌େଳବର ମଣ୍ଡନ କରିଛି। ଏହାର ବିଭିନ୍ନ ବିଭାଗରେ ଅଧ୍ୟାପକ ବିଶ୍ବରଂଜନ, ଦାଶ ବେନହୁର, ବିଜୟାନନ୍ଦ ସିଂହ, ଅସିତ୍‌ ମହାନ୍ତି, ସେନାପତି ପ୍ରଦ୍ୟୁମ୍ନ କେଶରୀ, ଶ୍ରୀହରି ଧଳ, ଧନଞ୍ଜୟ ସ୍ବାଇଁ, ନନ୍ଦକିଶୋର ସିଂହ ପ୍ରମୁଖଙ୍କ ଲେଖା ସ୍ଥାନ ପାଇଛି।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.