Literatue: ଗଳ୍ପ ସିଷ୍ଟର୍‌: ଧୃତିକାମ ମହାନ୍ତିଙ୍କ କଲମରୁ ନିଃସୃତ...

1 hour ago 2
ARTICLE AD BOX

ସିଷ୍ଟର୍‌

ଧୃତିକାମ ମହାନ୍ତି

ଆଇସିୟୁର ଅଧା ଆଲୁଅ ଲିଭି ସାରିଥିଲା। ଚାରିଆଡ଼ ଶୂନ୍‌ଶାନ୍‌, ନିଃଶବ୍ଦ। ବୋଧହୁଏ, ରୋଗୀ ସବୁ ଶୋଇ ଯାଇଥିଲେ।
ମୁଁ  ଛଟପଟ ହଉଥିଲି। ବେଡ୍‌ଟା ପୂରା ଓଦା। ଭାରି ଅସୁଖ ଲାଗୁଥିଲା। ଦି’ଦିନ ହେଲାଣି ପତଳା ଝାଡ଼ା ବନ୍ଦ ହଉ ନଥିଲା। ତୁହାକୁ ତୁହା ଏଇମିତି ଦହଗଞ୍ଜ। କ’ଣ ବା କରିପାରିବି?
କେହି ଜଣେ ସଫାସଫି କରିଦିଅନ୍ତାନି! ସାମ୍ନାରେ ସିଷ୍ଟରମାନେ ଯା’ଆସ କରୁଥିଲେ, ଜଣେ ବି ଚାହୁଁ ନଥିଲେ! ସ୍ବର ଫିଟୁଥିଲେ, ଚିତ୍କାର କରନ୍ତି। ବିକଳରେ ହାତ ହଲାଉ ଥିଲି। ତଥାପି କାହାର ନଜର ପଡୁନଥିଲା। 

ଆହୁରି ପଢ଼ନ୍ତୁ- Ahmedaba: ଅହମଦାବାଦରେ ଜାଲ୍ ରକ୍ତଚାପ ଔଷଧ କାରବାରର ପର୍ଦ୍ଦାଫାଶ

କେଡ଼େ ଅସହାୟ ମୁଁ! ଆଖି ମୁଦିହେଇ ଆସୁଥିଲା। ହଠାତ୍‌ ମନେହେଲା, ପାଖରେ କିଏ ଛିଡ଼ାହେଇଛି।
ଦେଖିଲି, ଜଣେ ସିଷ୍ଟର୍‌। ଆଶ୍ବସ୍ତ ହେଲି। ତାଙ୍କୁ ଠାରରେ ମୋ ଅବସ୍ଥା ବୁଝେଇଲି। ସେ ଚାଲିଗଲେ। ସମୟ ଗଡୁଥିଲା, ଫେରୁ ନଥିଲେ। ପୁଣି ସେଇ ଛଟପଟ।
ସେ ଫେରିଲେ। ସାଥିରେ ଜଣେ ସୁଇପର୍‌। ମୋ ବେଡ୍‌ ଉପରେ ଥିବା ଆଲୁଅଟା ଜାଳିଲେ। ମୋ ମୁହଁ ଦେଖି ଆଶ୍ଚର୍ଯ୍ୟ ହେଇ ଚାହିଁଲେ! କାଇଁ କେଜାଣି ସେ ଚିହ୍ନା ଚିହ୍ନା ଲାଗୁଥିଲେ।
ସଫାସଫି ସରିଲା ପରେ କହିଲେ, ‘‘ମଉସା, ତମେ ଏଠିକି କେବେ ଆସିଲ!’’ ମୁଁ ତିନିଟା ଆଙ୍ଗୁଠି ଦେ‌ଖେଇଲି। 

‘‘ତମ ସଙ୍ଗେ ଦେଖା ହବ ବୋଲି ଭାବି ନଥିଲି। ତଳ ଆଇସିୟୁରେ ଥିବା ବେଳେ ମୁଁ ତମ ଡ୍ୟୁଟି କରିଥିଲି। ତମେ ତ କେତେ ଭଲ ହେଇଗଲଣି!’’
ମୋ ମୁହଁରୁ ହସ ଧାରେ ନିଗିଡ଼ିଗଲା। ତାଙ୍କ ସେବାରେ ଏତେ କୃତଜ୍ଞ ହେଇପଡ଼ିଥିଲି ଯେ ଦୁଇହାତ ଆପେ ଯୋଡ଼ି ହେଇଗଲା। 
ମୋ ହାତ ଧରିପକେଇ ସେ କହିଲେ, ‘‘ନମସ୍କାର କାହିଁକି କରୁଚ? ମୁଁ ତ ମୋ କର୍ତ୍ତବ୍ୟ କଲି’’। 

ଆହୁରି ପଢ଼ନ୍ତୁ- Bhadrak: ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କଲେ, ନିଜେ ଝୁଲିପଡ଼ିଲେ

ବେଡ୍‌ ପାଖରେ ଥିବା ନୋଟ୍‌ପ୍ୟାଡ୍‌ଟା ଆଡ଼େ ଇଙ୍ଗିତ କଲି। ହାତ ଥରୁଥିଲା। ବଡ଼ କଷ୍ଟରେ ଲେଖିଲି, ‘‘ମୁଁ କ’ଣ ବହୁତ ସିରିୟସ୍‌ ଥିଲି? ମୋର ତ କିଛି ମନେପଡ଼ୁନି।’’
‘‘ସବୁ କହିବି, ଏବେ ଶୋଇପଡ଼। ସକାଳେ କଥା ହବା।’’  

ସିଷ୍ଟର୍‌ଙ୍କ ଡାକରେ ନିଦ ଭାଙ୍ଗିଲା। ଆଖି ଖୋଲିଲା ବେଳକୁ ଆଉ ଜଣେ। ଠାରରେ ପଚାରିଲି ଗତରାତିରେ ଡ୍ୟୁଟିରେ ଥିବା ସିଷ୍ଟର୍‌? 
‘‘କାଲି ଥିଲା ତାଙ୍କର ଲା‌ଷ୍ଟ୍‌ ୱାର୍କିଂ ଡେ’’। ତମେ ଥିଲ ତାଙ୍କର ଲାଷ୍ଟ ପେସେଣ୍ଟ’’। ଜବାବ ଦେଲେ ନୂଆ ସିଷ୍ଟର୍‌। 

ପୁଣି ଛଟପଟ ହଉଥିଲି ମୁଁ। ଏଥର ଦେହ ନୁହେଁ, ମନ

ମୋ: ୭୦୦୮୯୦୩୨୦୭

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.