Women's Asia Cup 2026: ପ୍ରଦିଦ୍ବନ୍ଦ୍ବୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇବେ ୫ ଭାରତୀୟ ମହିଳା ଖେଳାଳି

1 hour ago 2
ARTICLE AD BOX

ଦୁବାଇ: ମହିଳା ଏସିଆ କପ୍‌ ୨୦୨୬ ଆଜିଠାରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌ ନିଜର ଅଭିଯାନ ଅଗଷ୍ଟ ୩୦ରୁ ଥାଇଲାଣ୍ଡ ବିପକ୍ଷରେ ଆରମ୍ଭ କରିବ। ମହିଳା ଏସିଆ କପ୍‌ରେ ଭାରତ ଏପର୍ଯ୍ୟନ୍ତ ୭ଥର ଚାମ୍ପିଅନ ହୋଇଛି। ଏଥି ସହିତ ଭାରତୀୟ ଟିମ୍‌ ଦିନିକିଆରେ ମଧ୍ୟ ବିଶ୍ବ ଚାମ୍ପିଅନ ହୋଇଛି। ମହିଳା ଏସିଆ କପ୍‌ ୨୦୨୬ରେ ମଧ୍ୟ ଭାରତୀୟ ଟିମ୍‌ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଭାରତୀୟ ମହିଳା ଟିମ୍‌ର ୫ ଜଣ ଖେଳାଳି ପ୍ରତିଦ୍ବନ୍ଦ୍ବୀଙ୍କର ନିଦ ହଜାଇ ଦେବେ‌ ବୋଲି ମଧ୍ୟ କ୍ରିକେଟ୍‌ପ୍ରେମୀମାନେ ଆଶା କରୁଛନ୍ତି। 

ସ୍ମୃତି ମନ୍ଧାନା

smruti mandhana

ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ଏବେ ଭଲ ଫର୍ମରେ ଅଛନ୍ତି। ଏଥି ସହିତ ତାଙ୍କର ଅଭିଜ୍ଞତା ଭାରତୀୟ ଟିମ୍‌ ପାଇଁ ପ୍ରୋତ୍ସାହନ ଯୋଗାଇପାରେ। ୨୦୨୬ରେ ୧୪ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ୧୩୪ ଷ୍ଟ୍ରାଇକ୍‌‌ ରେଟ୍‌ରେ ୪୩୬ ରନ୍‌ ସଂଗ୍ରହ କରିଛନ୍ତି। ଏହାରି ମଧ୍ୟରେ ସେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। 

ଶ୍ରୀ ଚରଣୀ

shree charani

ମହିଳା ଏସିଆ କପ୍‌ ୨୦୨୬ର ଆୟୋଜନ ଦୁବାଇରେ ହୋଇଛି। ଏଠାରେ ସ୍ପିନ ବୋଲର ଯାଦୁ ଦେଖାଇବାରେ ସହାୟକ ହେବ। ଏହି କାରଣରୁ ଭାରତୀୟ ବୋଲର ଶ୍ରୀ ଚରଣୀ ନିଜର ଦମଦାର ପ୍ରଦର୍ଶନ କରିପାରିବେ। ୨୦୨୬ରେ ସେ ୨୭ଟି ୱିକେଟ୍‌ ହାସଲ କରିଛନ୍ତି। 

Asia Cup Cricket: ଦୁବାଇରେ ଆରମ୍ଭ ହେବ ମହିଳା ଏସିଆ କପ୍‌ କ୍ରିକେଟ୍‌

ଋଚା ଘୋଷ

rucha ghose

ମହିଳା ଏସିଆ କପ୍‌ ୨୦୨୬ରେ ଋଚା ଘୋଷ ଭାରତୀୟ ଟିମ୍‌ ପାଇଁ ଉତ୍ତମ ପ୍ରଦର୍ଶନ କରିବାର ଆଶା ରଖିଛନ୍ତି ସେ ୧୬ଟି ଟି୨୦ ଅନ୍ତର୍ଜାତୀୟ ମୁକାବିଲାରେ ୧୪୬ ଷ୍ଟ୍ରାଇକ ରେଟ୍‌ରେ ୨୨୦ ରନ୍‌ ସଂଗ୍ରହ କରିଛନ୍ତି। 

କ୍ରାନ୍ତି ଗୌଡ଼ 

kranti gauda

ଭାରତୀୟ ଟିମ୍‌ ପାଇଁ ବୋଲିଂରେ କ୍ରାନ୍ତି ଗୌଡ଼ଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ। କ୍ରାନ୍ତି ଗତ କିଛି ମାସ ଧରି ପ୍ରତ୍ୟେକ ଫର୍ମାଟରେ ଭଲ ବୋଲିଂ କରିଛନ୍ତି। ନିଜର ଗତି ଏବଂ ଭଲ ଲାଇନ୍‌ ଯୋଗୁଁ ସେ ବିରୋଧୀ ଦଳର ନିଦ ହଜାଇ ଦେଇଥାନ୍ତି। 

ଶେଫାଳି ବର୍ମା

shefali

୨୦୨୬ରେ ଖେଳାଯାଇଥିବା ୧୬ଟି ଟି୨୦ ଅନ୍ତର୍ଜାତୀୟ ମୁକାବିଲାରେ ୧୪୬ଟି ଷ୍ଟ୍ରାଇକ୍‌ ରେଟ୍‌ରେ ୪୩୯ ରନ୍‌ ସଂଗ୍ରହ କରିଛନ୍ତି ଶେଫାଳି ବର୍ମା। ତାଙ୍କର ପ୍ରଦର୍ଶନ ଉପରେ କ୍ରିକେଟ୍‌ପ୍ରେମୀଙ୍କର ନଜର ରହିବ। ସେ ଯଦି ନିଜର ଫର୍ମକୁ ଜାରି ରଖନ୍ତି, ଭାରତୀୟ ଟିମ୍‌କୁ ଅଟକାଇବା ବିରୋଧୀଙ୍କ ପାଇଁ ସହଜ ହେବ ନାହିଁ। ଶେଫାଳି ନିଜସ୍ବ ପ୍ରଦର୍ଶନ ବଳରେ ଖେଳର ଧାରା ପରିବର୍ତ୍ତନ କରିଦେବାର ଦକ୍ଷତା ରଖିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.