Lionel Messi: ବିଶ୍ବକପ୍‌ ପରେ ମେସିଙ୍କ ପ୍ରଥମ ଗୋଲ୍‌

1 week ago 4
ARTICLE AD BOX

ନୂଆଦିଲ୍ଲୀ:ଫିଫା ବିଶ୍ବକପ୍‌ ଫାଇନାଲ୍‌ରେ ହୃଦୟବିଦାରକ ପରାଜୟ ପରେ ଆ‌ର୍ଜେଣ୍ଟିନା ତାରକା ଲିଓନେଲ୍‌ ମେସି ପ୍ରଥମ ଗୋଲ୍‌ ବୁଧବାର କରିଛନ୍ତି। ତାଙ୍କ ଯୁଗଳ ଗୋଲ୍‌ରେ ଚଳିତ ଲିଗ୍‌ସ କପ୍‌ରେ ଇଣ୍ଟର ମିଆମି ୪-୨ ଗୋଲ୍‌ରେ ଆଟ୍‌ଲେଟିକୋ ସାନ୍‌ ଲୁଇସ୍‌କୁ ମାତ୍‌ ଦେଇଛି। ଏଥିସହ ମେସି ଏହି ପ୍ରତିଯୋଗିତାରେ ସର୍ବକାଳୀନ ସର୍ବାଧିକ ଗୋଲ୍‌ ହାସଲକାରୀ ଖେଳାଳି ହୋଇଛନ୍ତି।

୧୨ ଲିଗ୍‌ କପ୍‌ରେ ୧୪ ଗୋଲ୍‌ ଦେଇ ଆଗରେ

ଏହି ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ଡେଭିଡ୍‌ ରଡ୍ରିଗ୍ସଙ୍କ ହେଡର୍‌ ଗୋଲ୍‌ରେ ସାନ୍‌ ଲୁଇସ୍‌ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାପରେ ମେସି ୧୧ତମ ମିନିଟ୍‌ରେ ଗୋଲ୍‌ ଦେବାରୁ ସ୍ଥିତି ସମାନ ସ୍ତରକୁ ଆସିଥିଲା। ୪୪ତମ ମିନିଟ୍‌ରେ ଆଉ ଏକ ଗୋଲ୍‌ ଦେଇ ମେସି ଦଳକୁ ପ୍ରଥମାର୍ଦ୍ଧରେ ୨-୧ରେ ଆଗୁଆ ରଖିଥିଲେ। ମେସି ଏହି ଯୁଗଳ ସଫଳତା ବଳରେ ୧୨ ଲିଗ୍‌ କପ୍‌ରେ ୧୪ ଗୋଲ୍‌ ଦେଇ ଆଗରେ ରହିଛନ୍ତି।

Shubman Team: ଶ୍ରୀଲଙ୍କାରେ ଶୁବମନ ବାହିନୀ: ୯ ବର୍ଷ ପରେ ନୂଆ ମାଇଲଖୁଣ୍ଟ ସୁଯୋଗ

ତାଙ୍କ ପଛକୁ ଲସ୍‌ଏଞ୍ଜେଲ୍ସ ଏଫ୍‌ସି ଫରୱାର୍ଡ ଡେନିସ୍‌ ବୌଆଙ୍ଗା ୧୩ ଗୋଲ୍‌ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ମେସିଙ୍କ ବାଦ୍‌ ବୁଧବାର ‌ତେଲାସ୍କୋ ସେଗୋଭିଆ ଓ ମାଇକେଲ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଇଣ୍ଟର ମିଆମିକୁ ୪-୨ରେ ବିଜୟ ଭେଟି‌ ଦେଇଥିଲେ। ଏହି ବିଜୟ ସହ ଇଣ୍ଟର ମିଆମି ଚଳିତ ଲିଗ୍‌ସ କପ୍‌ରେ ୮ ମ୍ୟାଚ୍‌ ଖେଳି ଅପରାଜେୟ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.