ARTICLE AD BOX
କାର୍ତ୍ତିକ ଶୁକ୍ଳ ନବମୀ ଅଁଳା ନବମୀ ଭାବରେ ପ୍ରଖ୍ୟାତ। ଏହି ଦିନ ଅଁଳାବୃକ୍ଷ ପୂଜନ କରାଯାଏ ଏବଂ ଭଗବାନ ବିଷ୍ଣୁଙ୍କୁ ଅଁଳାମାଳ ପ୍ରଦାନ କରାଯାଏ। ଏହା କଲେ ବିଷ୍ଣୁ ପ୍ରସନ୍ନ ହୁଅନ୍ତି।
ମହାଦେବ ଦାସ ବିରଚିତ ‘କାର୍ତ୍ତିକ ମାହାତ୍ମ୍ୟ’ରେ ତୁଳସୀ ପରି ଅଁଳାର ମାହାତ୍ମ୍ୟ ମଧ୍ୟ ବର୍ଣ୍ଣିତ ହୋଇଛି। ଏହାର ପଞ୍ଚଦଶ ଅଧ୍ୟାୟ ଅନୁସାରେ, ଗୌରୀଙ୍କ ସତ୍ତ୍ବଗୁଣ ଅଂଶରେ ଯେପରି ତୁଳସୀବୃକ୍ଷର ବୃଷ୍ଟି ହୋଇଥିଲା, ସେହିପରି ସରସ୍ବତୀଙ୍କ ରଜଗୁଣ ଅଂଶରେ ଅଁଳାବୃକ୍ଷର ସୃଷ୍ଟି ହୋଇଥିଲା। ମାଳତୀ ସୃଷ୍ଟି ହୋଇଥିଲା ରମାଙ୍କ ତମୋଗୁଣ ଅଂଶରେ। ଏହି ତିନି ବୃକ୍ଷ ଯୋଗମାୟାଙ୍କର ତିନି ମୂର୍ତ୍ତି ରୂପେ ଜାତ ହୋଇଥିଲେ। କିନ୍ତୁ ତାହା ଥିଲା ଆତ୍ମାହୁତି ଦେଇଥିବା ଜଳନ୍ଧର ଦୈତ୍ୟର ପତ୍ନୀ ବୃନ୍ଦାବତୀଙ୍କର ତିନି ମୂର୍ତ୍ତି। ତେଣୁ ସେହି ତିନି ବୃକ୍ଷ ବିଷ୍ଣୁଙ୍କର ଅତି ପ୍ରିୟ।
Dead: ଅଖିଳେଶଙ୍କ ସ୍ୱାଗତ ପାଇଁ ଆସିଥିବା ଜେସିବି ଧକ୍କାରେ ବିଜେପି ନେତାଙ୍କ ପୁଅ ମୃତ
ଏ ସଂପର୍କରେ ‘କାର୍ତ୍ତିକ ମାହାତ୍ମ୍ୟ’ରେ ଭଗବାନ ଶ୍ରୀକୃଷ୍ଣ ପ୍ରିୟ ପତ୍ନୀ ସତ୍ୟଭାମାଙ୍କୁ କହିଛନ୍ତି- ‘‘ଅଁଏଳା ତୁଳସୀ ମାଳତୀ। ଏ ତିନି ମୋର ପ୍ରିୟବତୀ।’’ କିନ୍ତୁ ତମୋଗୁଣରୁ ଜାତ ମାଳତୀକୁ ବନରେ ଛାଡ଼ି, ରଜ ଓ ସତ୍ତ୍ବଗୁଣରୁ ଜାତ ଅଁଳା ଓ ତୁଳସୀକୁ ବିଷ୍ଣୁ ବୈକୁଣ୍ଠପୁରକୁ ଘେନି ଯାଇଥିଲେ। ଶ୍ରୀକୃଷ୍ଣ ଅବତାରରେ ବନମାଳତୀ ହୋଇଥିଲା ତାଙ୍କର ଅତ୍ୟନ୍ତ ପ୍ରିୟ।
‘କାର୍ତ୍ତିକ ମାହାତ୍ମ୍ୟ’ର ବର୍ଣ୍ଣନା ଅନୁସାରେ, ସରସ୍ବତୀଙ୍କ ଅଂଶରେ ଜାତ ହୋଇଥିବାରୁ ଅଁଳାର ଜ୍ୟୋତି ହୋଇଥିଲା ଶୁକ୍ଳବର୍ଣ୍ଣ। ଅଁଳାର କ୍ଷୁଦ୍ରପତ୍ର ଓ ଗୋଲ୍ ଫଳ ସଂପର୍କରେ ସେଥିରେ ବର୍ଣ୍ଣନା ଅଛି- ‘‘ବର୍ତ୍ତୁଳ ଫଳ କ୍ଷୁଦ୍ରପତ୍ର। ଯେହ୍ନେ ବରୁଣ ଦଣ୍ଡ ଛତ୍ର।’’
Cyclone: ସମ୍ଭାବ୍ୟ ବାତ୍ୟା-ବର୍ଷା ଭୟ, ଧାନ କାଟିବାକୁ ଚାଷୀ ତରତର; ମିଳୁନାହାନ୍ତି କୃଷି ଶ୍ରମିକ
କାର୍ତ୍ତିକ ମାସରେ ଅଁଳା ବୃକ୍ଷ ପୂଜନର ମହତ୍ତ୍ବ ସଂପର୍କରେ ସେଥିରେ ବର୍ଣ୍ଣିତ ଅଛି- ଅଁଳା ଫଳ ଓ ପତ୍ର ସହିତ ତୁଳସୀପତ୍ର ମିଶାଇ ଅର୍ପଣ କଲେ ବିଷ୍ଣୁ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି। ଅଁଳାର ପ୍ରତି ପତ୍ର ଗୋଟିଏ ଗୋଟିଏ ରତ୍ନ ଓ ମଣି ଏବଂ ଅଁଳାଫଳ ସୁବର୍ଣ୍ଣତୁଲ୍ୟ ମୂଲ୍ୟବାନ। କାରଣ, ସକଳ ସୁରମୁନିଙ୍କ ସହିତ ସ୍ବୟଂ ବିଷ୍ଣୁ କାର୍ତ୍ତିକ ମାସରେ ଅଁଳାବୃକ୍ଷରେ ବାସ କରନ୍ତି। ଆଶ୍ବିନ ମାସରୁ ଅଁଳା ଫଳ ଆଣି, ଯତ୍ନରେ ସାଇତି ରଖି, କାର୍ତ୍ତିକମାସରେ ଖାଇଲେ, ଅଁଳା ବଟାକୁ ମୁଣ୍ଡରେ ଲଗାଇ ସ୍ନାନ କଲେ ଏବଂ ଭଗବାନ ବିଷ୍ଣୁଙ୍କ ନାମ ଜପ କଲେ ଅଶେଷ ଜନ୍ମର ପାପ ନାଶ ହୁଏ। ପୁଣି କାର୍ତ୍ତିକ ମାସରେ ଅଁଳାବୃକ୍ଷ ତଳେ ବେଳାଏ ହବିଷ୍ୟାନ୍ନ ଭୋଜନ କଲେ ସକଳ ପାପ ଦହନ ହୋଇଯାଏ। କାର୍ତ୍ତିକ ଶୁକ୍ଳ ନବମୀ ବା ଅଁଳା ନବମୀ ଏହାର ସବୁଠୁ ପୁଣ୍ୟ ତିଥି।

1 hour ago
1


