ARTICLE AD BOX
ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଭଲ ସୁଯୋଗ। ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ପକ୍ଷରୁ ଏଲ୍ଆଇସି ଗୋଲ୍ଡେନ୍ ଜୁବ୍ଲି ସ୍କଲାର୍ସିପ୍ ୨୦୨୬ ଦିଆଯାଉଛି। ୧୦ମ ଓ ୧୨ଶ ଶ୍ରେଣୀ ପାସ୍ କରି ଆଗକୁ ପଢ଼ୁଥିବା ଯୋଗ୍ୟ ଛାତ୍ରଛାତ୍ରୀ ଏହି ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର। ତେଣୁ ଯୋଗ୍ୟ ଛାତ୍ରଛାତ୍ରୀ ବିଳମ୍ବ ନକରି ଆବେଦନ କରନ୍ତୁ।
କିଏ ଆବେଦନ କରିପାରିବେ?
ଆହୁରି ପଢ଼ନ୍ତୁ- Drishyam 3: 'ଦୃଶ୍ୟମ ୩'ର ଆଡଭାନ୍ସ ବୁକିଂରେ ଧମାକା: ପ୍ରଥମ ଦିନ ଭାଙ୍ଗିପାରେ 'ସ୍ତ୍ରୀ ୨'ର ରେକର୍ଡ!
୧୨ଶ/ଡିପ୍ଲୋମା ପାସ୍ ଛାତ୍ରଛାତ୍ରୀ:
୧୨ଶ ଶ୍ରେଣୀ କିମ୍ବା ଡିପ୍ଲୋମାରେ ଅତି କମ୍ରେ ୬୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୨୦୨୬-୨୭ ଶିକ୍ଷାବର୍ଷରେ ମେଡିକାଲ, ଇଞ୍ଜିନିୟରିଂ, ଗ୍ରାଜୁଏସନ୍, ଡିପ୍ଲୋମା କିମ୍ବା ଇଣ୍ଟିଗ୍ରେଟେଡ୍ ଡିଗ୍ରୀ ଭଳି ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏଥିପାଇଁ ଯୋଗ୍ୟ ହେବେ।
୧୦ମ ପାସ୍ ଛାତ୍ରଛାତ୍ରୀ:
୧୦ମ ଶ୍ରେଣୀରେ ଅତି କମ୍ରେ ୬୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଏଥିପାଇଁ ୧୧ଶ ଶ୍ରେଣୀ, ଧନ୍ଦାମୂଳକ ଶିକ୍ଷା, ଆଇଟିଆଇ କିମ୍ବା ସମାନ ପାଠ୍ୟକ୍ରମରେ ନାମ ଲେଖାଇଥିବା ଆବଶ୍ୟକ। ଏହାସହ ଆବେଦନକାରୀଙ୍କ ପରିବାରର ବାର୍ଷିକ ଆୟ ୪.୫ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଆବଶ୍ୟକ।
ଆହୁରି ପଢ଼ନ୍ତୁ- Unregistered pesticides: ଅଣପଞ୍ଜୀକୃତ କୀଟନାଶକ ବିକ୍ରି ପାଇଁ ଆମାଜନ, ଫ୍ଲିପକାର୍ଟ ଓ ଜିଓମାର୍ଟକୁ ଜରିମାନା
କିପରି ଆବେଦନ କରିବେ?
ଛାତ୍ରଛାତ୍ରୀ ଘରେ ବସି ଅନଲାଇନ୍ରେ ନିଜେ ଆବେଦନ କରିପାରିବେ।
• ପ୍ରଥମେ https://licindia.in/golden-jubilee-foundation ୱେବସାଇଟ୍କୁ ଯାଆନ୍ତୁ।
• ଆବେଦନ ଫର୍ମରେ ଆବଶ୍ୟକ ତଥ୍ୟ ଦିଅନ୍ତୁ।
• ଆବଶ୍ୟକ କାଗଜପତ୍ର ଅପଲୋଡ୍ କରନ୍ତୁ।
• ଫର୍ମ ଯାଞ୍ଚ କରି ସବମିଟ୍ କରନ୍ତୁ।
• ଆବେଦନର ଏକ ପ୍ରିଣ୍ଟଆଉଟ୍ ନେଇ ରଖନ୍ତୁ।
• ଏହି ସ୍କଲାରସିପ୍ ପାଇଁ କୌଣସି ଆବେଦନ ଫି’ ଦେବାକୁ ପଡ଼ିବନାହିଁ।
ଆବେଦନର ଶେଷ ତାରିଖ: ୩୦ ସେପ୍ଟେମ୍ବର ୨୦୨୬।
ଅଧିକ ଦେଖନ୍ତୁ-

3 days ago
3


