Landslides: ଭୁଶୁଡ଼ିଲା ହାଇ ଭୋଲଟେଜ୍ ବିଦ୍ୟୁତ ଟାୱାର, ଧସିଗଲା ଟ୍ରେନ ଟ୍ରାକ୍

2 days ago 3
ARTICLE AD BOX

କୋରାପୁଟ (ପ୍ରଦୀପ ପାଢ଼ୀ): କୋରାପୁଟ ଜିଲ୍ଲାରେ ମୁଷଳଧାରାରେ ବର୍ଷା ଯୋଗୁଁ ମାଳିଗୁଡ଼ା-ଛତ୍ରିପୁଟ ମଧ୍ୟରେ ଥିବା ରେଳଧାରଣା ଧ୍ବସ୍ତ ବିଧ୍ବସ୍ତ ହୋଇଛି। ମାଳିଗୁଡା ଷ୍ଟେସନ ନିକଟରେ ଥିବା ଏକ ହାଇ ଭୋଲଟେଜ୍ ବିଦ୍ୟୁତ ଟ୍ରାନସମିସନ୍ ଟାୱାର ଭୁଶୁଡିଛି। ଟାୱାର ଭୁଶୁଡ଼ିବା ବେଳର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପବନ ଓ ବର୍ଷାର ପ୍ରଭାବରେ ଟାୱାରଟି ପ୍ରଥମେ ବଙ୍କା ହୋଇ ପରେ ଧୀରେ ଧୀରେ ତଳକୁ ଭୁଶୁଡ଼ି ପଡ଼ିଥିବା  ଦୃଶ୍ୟ ସାମ୍ନାକୁ ଆସିଛି। 

ସେହିପରି ଭାବେ ରେଳଧାରଣାର ବହୁ ସ୍ଥାନରେ ମାଟି ଧସି ତଳକୁ ଖସିଯାଇଛି। କେତେକ ସ୍ଥାନରେ ରେଳଧାରଣା ଦବି ଯାଇଛିଏବଂ ରେଳଧାରଣା ବି ଧସିଯାଇଛି।  କିଛି ସ୍ଥାନରେ ଭୂସ୍ଖଳନ ହୋଇ ମାଟି ଆତଡା ଧସି ରେଳଧାରଣା ଉପରେ ପଡ଼ି ରହିଛି। ରେଳଧାରଣାର ପାଶ୍ବରେ ଥିବା ବିଦ୍ୟୁତ ଖୁଣ୍ଟ ବି ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ଗତକାଲି ରାତିରେ ହିଁ ରାୟଗଡ଼ା ଡିଆରଏମ ଅମିତାଭ ସିଂଘାଲ ମାଳିଗୁଡା ପହଞ୍ଚି ଶ୍ରୀ ସିଂଘାଲଙ୍କ ପ୍ରତକ୍ଷ ତତ୍ବାବଧାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

Landslides: ରାୟଗଡ଼ାରେ ଭୂସ୍ଖଳନ ବଢ଼ାଇଲା ପଥଚାରୀଙ୍କ ଚିନ୍ତା

ରେଳ ବିଭାଗ ପକ୍ଷରୁ ୩ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ୨ ଗୋଟି ଟ୍ରେନ୍‌ କୋରାପୁଟ ପର୍ଯ୍ୟନ୍ତ ଗଡ଼ିବ। ଆସନ୍ତାକାଲି ୨୬ ତାରିଖ ପାଇଁ କିରାଣ୍ଡୁଲ-ବିଶାଖାପାଟନା ଉଭୟ ଏକ୍ସପ୍ରେସ ଓ ପାସେଞ୍ଜେର ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ରାଉରକେଲା-ଜଗଦଲପୁର ଇଣ୍ଟେରସିଟି ଏକ୍ସପେସ ବି ବାତିଲ କରାଯାଇଛି। ଆଜି ହିରାଖଣ୍ଡ ଟ୍ରେନ୍‌ ୮ ଘଣ୍ଟା ବିଳମ୍ବରେ ଅପରାହ୍ନ ୪.୧୦ରେ କୋରାପୁଟ ଷ୍ଟେସନରେ ପହଞ୍ଚି ଥିଲା। କୋରାପୁଟରୁ ଆଗକୁ ଟ୍ରେନ ଚଳାଚଳ ବନ୍ଦ ରହିଥିବାରୁ ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଜୟପୁର ଓ ଜଗଦଲପୁରକୁ ୨ଟି ମାଗଣା ବସ ସେବାର ବ୍ୟବସ୍ଥା କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.