landslides: ଦକ୍ଷିଣ ମ୍ୟାମାରରେ ବନ୍ୟା, ଭୂସ୍ଖଳନ: ୮ ମୃତ, ୩୦ ନିଖୋଜ ଆଶଙ୍କା

3 days ago 4
ARTICLE AD BOX

ୟାଙ୍ଗୁନ୍‌: ଦକ୍ଷିଣ ମ୍ୟାମାରର ତାନିନ୍ଥାରି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନରେ ଅତିକମ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ୩୦ ଜଣ ନିଖୋଜ ଥିବା ଆଶଙ୍କା କରାଯାଉଛି। ସୋମବାର ସ୍ଥାନୀୟ ଉଦ୍ଧାରକାରୀମାନେ ଏହି ସୂଚନା ଦେଇଛନ୍ତି। ତେବେ ମ୍ୟାମାର ସରକାର ଏପର୍ଯ୍ୟନ୍ତ ମୃତାହତଙ୍କ କୌଣସି ଆଧିକାରିକ ସଂଖ୍ୟା ଜାରି କରିନାହାନ୍ତି। ଚାଲୁଥିବା ଗୃହଯୁଦ୍ଧ ଯୋଗୁଁ ଦୁର୍ଗମ ଅଞ୍ଚଳରେ ଉଦ୍ଧାର ଓ କ୍ଷୟକ୍ଷତି ଆକଳନ ମଧ୍ୟ କଷ୍ଟକର ହୋଇଛି।

ଆହୁରି ପଢନ୍ତୁ :IIT Bombay: ବମ୍ବେ ଆଇଆଇଟି ଛାତ୍ର ସାହିଲ ମୃତ୍ୟୁ ପୂର୍ବରୁ ପରୀକ୍ଷାରେ ନକଲ ପାଇଁ ଅନୁତାପ କରିଥିଲେ

ତାନିନ୍ଥାରି ଅଞ୍ଚଳର ଲାଉଙ୍ଗଲୋନ୍‌ ଟାଉନସିପ୍‌ରେ ଶୁକ୍ରବାର ରାତିରୁ ଲଗାଣ ବର୍ଷା ହେଉଛି। ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ‘ପିପୁଲ୍ସ ଆଡମିନିଷ୍ଟ୍ରେସନ୍ ଟିମ୍‌’ର ଉଦ୍ଧାରକର୍ମୀ ହେଇନ୍‌ ହତେତ କହିଛନ୍ତି ଯେ ୮ଟି ମୃତଦେହ ଉଦ୍ଧାର ହୋଇଛି ଏବଂ ୨୦ରୁ ୩୦ ଜଣଙ୍କ ପତ୍ତା ମିଳୁନାହିଁ। ରବିବାର ଏକ ସ୍ଥାନୀୟ ମଠରେ ଏକାଠି ହୋଇଥିବା କେତେକ କିଶୋର ମଧ୍ୟ ଭୂସ୍ଖଳନର ଶିକାର ହୋଇଛନ୍ତି। ଏଥିରେ ତିନି ଜଣ କିଶୋରଙ୍କ ମୃତ୍ୟୁ ଘଟିଛି। ଭୂସ୍ଖଳନରେ ଗୋଟିଏ ଗାଁର ୧୮ଟି ଘର ଓ ଅନ୍ୟାନ୍ୟ କୋଠା ମାଟି ତଳେ ପୋତି ହୋଇଯାଇଛି। 

ଆହୁରି ପଢନ୍ତୁ :Flooding In Nepal: ନେପାଳରେ ପ୍ରବଳ ବର୍ଷା ଓ ବନ୍ୟା, ୨୧ ମୃତ ଓ ୫ ନିଖୋଜ

ଡାୱେଇ ଜାବୁଥିରି ଜରୁରିକାଳୀନ ଚିକିତ୍ସା ସେବାର ଅଧ୍ୟକ୍ଷ ମ୍ୟୋ ମିନ୍‌ କହିଛନ୍ତି ଯେ ଶହ ଶହ ବନ୍ୟାବିପନ୍ନ ନିଜ ଘର ଛାଡ଼ି ମଠଗୁଡ଼ିକରେଆଶ୍ରୟ ନେଇଛନ୍ତି। ବିପର୍ଯ୍ୟୟର ସମଗ୍ର ଅଞ୍ଚଳରେ ଉଦ୍ଧାରକର୍ମୀ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି। ତେଣୁ ମୃତକଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି। ମ୍ୟାମାରର ପାଣିପାଗ ବିଭାଗ ଅନୁସାରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଞ୍ଚଳରେ ନିମ୍ନଚାପ ଓ ସକ୍ରିୟ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବନ୍ୟା, ଭୂସ୍ଖଳନ, ପ୍ରବଳ ପବନ ଓ ସମୁଦ୍ର ଅଶାନ୍ତ ହେବା ନେଇ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.