Landslides: ଜିଲ୍ଲାପାଳ, ଉପଜିଲ୍ଲାପାଳ ଆସିବାର କିଛି କ୍ଷଣ ପରେ ପାହାଡ଼ରୁ ମାଡ଼ି ଆସିଲା ପଥର

3 days ago 5
ARTICLE AD BOX

ଭଞ୍ଜନଗର (ବିଶ୍ବମ୍ବର ଜେନା): ପ୍ରବଳ ବର୍ଷା ପାଇଁ ଗଞ୍ଜାମ ଏବଂ କନ୍ଧମାଳଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଘନଉଛି ବିପଦ। ସକାଳେ ଘାଟିର ଅନ୍ଧାରିକୋଟ ନିକଟ ଗାର୍ଡ ୱାଲ୍ ଧସିଥିବା ବେଳେ ଅପରାହ୍ନରେ ଘାଟି ତଳ ଭାଗରେ ଗତବର୍ଷ ହୋଇଥିବା ଭୂସ୍ଖଳନ ସ୍ଥାନରେ ଏକ ବିରାଟ ବଡ଼ ପଥର ଖସିଛି। ଆଉ ପଥର ଖସି ପୁରା ରାସ୍ତା ବନ୍ଦ କରିଦେଇଛି। ଉପରୁ ପଥରଟି ଖସି ଆସିବା ସହ ଭୂସ୍ଖଳନ ପରେ ନିର୍ମିତ ହୋଇଥିବା ସଂକୀର୍ଣ୍ଣ ରାସ୍ତା ଉପରେ ପଡ଼ି ରହିଛି। ଫଳରେ ଏହି ଘାଟି ଦେଇ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। 

ସବୁ ଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ସ୍ଥାନ ଠାରୁ ଉପରେ ହୋଇଥିବା ଗାର୍ଡ ୱାଲ୍ ଧସେଇବା ସ୍ଥଳର ସ୍ଥିତି ଅନୁଧ୍ୟାନ କରିବାକୁ ଅପରାହ୍ନରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ଆଇଏସ୍ ଯଶକରଣ ସିଂ(ପ୍ରୋବେଶନ), ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଡେପୁଟି ସବ୍ କଲେକ୍ଟର ପ୍ରଧାନ ଟୁଲିଆମା, ଏସଡିପିଓ ଡ.ଦୀପକ କୁମାର ମିଶ୍ର, ବିଡିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମାହାର, ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ପ୍ରମୁଖ ଅନ୍ୟ ସରକାରୀ ଅଧିକାରୀଙ୍କ ସହ କଳିଙ୍ଗା ଘାଟିକୁ ଅନୁଧ୍ୟାନ କରିବାକୁ ଯାଇଥିଲେ। ସ୍ଥିତି ଦେଖିବା ସହ ମାଟି ଧସିଥିବା ସ୍ଥାନରୁ କିଛି ଦୂର ତଳକୁ ଗତବର୍ଷ ହୋଇଥିବା ଭୂସ୍ଖଳନ ସ୍ଥାନକୁ ମଧ୍ୟ ଯାଇଥିଲେ ସେଠାରେ ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଲଟକି ରହିଥିବା ପଥର ସହ ପ୍ରଚୁର ମାତ୍ରାରେ ପାଣି ପାହାଡ ଉପରୁ ଆସୁଥିବା ଦେଖିଥିଲେ। 

WhatsApp Image 2026-09-24 at 19.36.09 (1)

ଏହାପରେ ଉଭୟ ଜିଲ୍ଲାର ପ୍ରଶାସନିକ ଅଧିକାରୀ ନିଜ ନିଜ ଅଞ୍ଚଳକୁ ସେଠାରୁ ଫେରିଥିଲେ। ଫେରିବାର ପ୍ରାୟ ୧୫-୨୦ ମିନଟ ଭିତରେ ସେହି ସ୍ଥାନରେ ହିଁ ଏକ ବିରାଟ ପଥର ଖସି ଆସିବା ସହ ଉକ୍ତ ସଂକୀର୍ଣ୍ଣ ରାସ୍ତାରେ ଉଭୟ ପାର୍ଶ୍ୱରେ ନିର୍ମାଣ କରାଯାଇଥିବା ୮ ଫୁଟ୍ ଉଚ୍ଚର ସିମେଣ୍ଟ ସୁରକ୍ଷା ପାଚେରୀକୁ ଧକ୍କା ଦେଇ ଭାଙ୍ଗିବା ସହ ରାସ୍ତା ଉପରେ ଫସି ରହିଛି। ଫଳରେ ଅଧିକାରୀମାନେ ଏକ ନିଶ୍ଚିତ ବଡ ବିପଦରୁ ରକ୍ଷା ପାଇଯାଇଥିବା କୁହାଯାଉଛି। ବିରାଟ ପଥର ରାସ୍ତାରେ ପଡିବ ଦ୍ୱାରା ସୁରକ୍ଷା ପାଚେରୀ ଓ ରାସ୍ତା କ୍ଷତିଗ୍ରସ୍ତ ହେବା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି। ପୁଣି ଘାଟିର କିଛି କିଛି ସ୍ଥାନରେ ପଥର ଖସି ରାସ୍ତା ଉପରେ ପଡ଼ି ରହିଛି। ଏସବୁ ଦୃଷ୍ଟିରୁ କଳିଙ୍ଗା ଘାଟି ଆଉ ସୁରକ୍ଷିତ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। 

Heavy rain: ଲଗାଣ ବର୍ଷା ପାଇଁ କଳିଙ୍ଗା ଘାଟି ସିଲ୍‌, ଲାଗିଲା ନାକା

ଅନ୍ୟପଟେ ବର୍ଷାର ପରିମାଣ ବଢ଼ିବାରେ ଲାଗୁଛି। ବର୍ଷା ବଢ଼ିବା ସାଙ୍ଗକୁ ବିପଦ ମଧ୍ୟ ବଢିବାରେ ଲାଗିଛି। ଅନ୍ୟପଟେ କଳିଙ୍ଗା ଘାଟିକୁ ନେଇ ଜୀବନଜୀବିକା ନିର୍ବାହ କରୁଥିବା ଉଭୟ କଳିଙ୍ଗା ଓ ଦୁର୍ଗାପ୍ରସାଦ ଅଞ୍ଚଳର ବ୍ୟବସାୟୀ ମାନେ ପୁଣି ଥରେ ସେମାନଙ୍କ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। ଘାଟି ପାଦ ଦେଶରେ ଥିବା ସମସ୍ତ ଦୋକାନ ବଜାର ଆଜି ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ଏକ ଅଜଣା ନୀରବତା ଖେଳିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.