ARTICLE AD BOX
ବଡବିଲ: ଲଘୁଚାପ ଜନିତ ଲଗାଣ ବର୍ଷାରେ, ୫୨୦ ନମ୍ୱର୍ ଜାତୀୟ ରାଜପଥ, ଭଦ୍ରାସାହି - କୋଇଡା ରାସ୍ତା, ବାରବାଙ୍କ ଘାଟି ନିକଟରେ ମାଟି ଅତଡ଼ା ଖସିବା ଯୋଗୁ ଯାତାୟତରେ ଅସୁବିଧା ଦେଖାଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରାସାହି ପଟୁ ସୁନ୍ଦରଗଡ଼ଜିଲ୍ଲା, କୋଇଡା ଆଡ଼କୁ ଯାଇଥିବା ୫୨୦ ନମ୍ୱର୍ ଜାତୀୟ ରାଜପଥର ବାମ ପଟ ରାସ୍ତାରେ ମାଟି ଅତଡ଼ା ଖସିବା ଯୋଗୁ ରାସ୍ତା ଉପରେ ମାଟି ଗଦା ହୋଇଯାଇଥିଲା। ଫଳରେ ରାସ୍ତାର ବାମ ପାର୍ଶ୍ୱରେଯାତାୟତ ବାଧାପ୍ରାପ୍ତ ହୋଇଥିଲା।
କୌଣସି ଦୁର୍ଘଟଣା ଘଟିନଥିଲା
ଚାରି ଚକିଆ ଯାନ ସହ ଭାରି ଯାନ ଉକ୍ତ ରାସ୍ତାରେ ଯାତାୟତ କରିପାରିନଥିଲା। ଅତଡ଼ା ଧସିବା ସମୟରେ ଉକ୍ତ ସ୍ଥାନରେ କୌଣସି ଗାଡ଼ି, ବାଇକ୍ ଆରୋହୀ କିମ୍ବା ପଥଚାରୀ ନଥିବାରୁ କୌଣସି ଦୁର୍ଘଟଣା ଘଟିନଥିଲା।

1 month ago
13


