ARTICLE AD BOX
ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁଁ ଗତ ଦୁଇଦିନ ହେବ ଚିତ୍ରକୋଣ୍ଡା ସମେତ ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବାବେଳେ ଗତକାଲି ରାତିରେ ରେକର୍ଡ ପରିମାଣର ବର୍ଷା ଚିତ୍ରକୋଣ୍ଡା ଅଞ୍ଚଳରେ ହୋଇଛି |
/sambad/media/media_files/2026/09/24/road-block-2026-09-24-12-38-48.jpeg)
ଚିତ୍ରକୋଣ୍ଡା: ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁଁ ଗତ ଦୁଇଦିନ ହେବ ଚିତ୍ରକୋଣ୍ଡା ସମେତ ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବାବେଳେ ଗତକାଲି ରାତିରେ ରେକର୍ଡ ପରିମାଣର ବର୍ଷା ଚିତ୍ରକୋଣ୍ଡା ଅଞ୍ଚଳରେ ହୋଇଛି | ସୂଚନା ଅନୁସାରେ 168.8 ମିମିର ବର୍ଷା ଚିତ୍ରକୋଣ୍ଡା ଅଞ୍ଚଳରେ ହୋଇଛି |
ଆହୁରି ପଢନ୍ତୁ :Road Accident: ସଡ଼କ ଦୁର୍ଘଟଣାରେ ଝାଡ଼ଖଣ୍ଡ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅଙ୍କ ସମେତ ୪ ମୃତ
ଏହାର ପ୍ରଭାବରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଝୁଲାବ୍ରିଜଠାରୁ ନୂଆ ଟେକପଦର ଓ ରାଲେଗାଡା ପଞ୍ଚାୟତକୁ ଯିବା ରାସ୍ତାରେ ମାଟି ଅତଡ଼ା ଧସି ପଡିବାରୁ ରାସ୍ତା ଅବରୋଧ ହୋଇଛି ଏବଂ ଚିତ୍ରକୋଣ୍ଡାଠାରୁ ବାଲିମେଳା ପର୍ଯ୍ୟନ୍ତ ଘାଟି ରାସ୍ତାରେ ଦୁଇଟି ଜାଗାରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ପ୍ରଶାସନ ପକ୍ଷରୁ ଗତକାଲି ରାତିରୁ ଚିତ୍ରକୋଣ୍ଡା ବାଲିମେଳା ଘାଟି ରାସ୍ତାରେ ସମସ୍ତ ପ୍ରକାର ଯାତାୟତକୁ ବନ୍ଦ କରାଯାଇଛି |
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 days ago
5


