ARTICLE AD BOX
ଜମ୍ମୁ କାଶ୍ମୀରର ବାରମୂଳା ଜିଲ୍ଲାର ଉରି ସେକ୍ଟର ସ୍ଥିତ କମଲକୋଟ ଅଞ୍ଚଳରେ ଏଲ୍ଓସି (ନିୟନ୍ତ୍ରଣ ରେଖା) ନିକଟରେ ଆଜି ଲାଣ୍ଡମାଇନ ବିସ୍ଫୋରଣରେ ୨ ଜଣ ସେନା ଯବାନ ଗୁରୁତର ଆହତ ହୋଇଛନ୍ତି।
Terrorist Killed Kupwara Photograph: (aajtak)ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରମୂଳା ଜିଲ୍ଲାର ଉରି ସେକ୍ଟର ସ୍ଥିତ କମଲକୋଟ ଅଞ୍ଚଳରେ ଏଲ୍ଓସି (ନିୟନ୍ତ୍ରଣ ରେଖା) ନିକଟରେ ଆଜି ଲାଣ୍ଡମାଇନ ବିସ୍ଫୋରଣରେ ୨ ଜଣ ସେନା ଯବାନ ଗୁରୁତର ଆହତ ହୋଇଛନ୍ତି। ଆଗୁଆ ଅଞ୍ଚଳରେ ଆଜି ଅପରେସନ୍ ଜାରି ରହିଥିବାବେଳେ ଏହି ଘଟଣା ଘଟିଛି। ଉକ୍ତ ଘଟଣାପରେ ଆହତ ଯବାନମାନଙ୍କୁ ଶ୍ରୀନଗରର ୯୨ ବେସ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ସେନା କର୍ତ୍ତୃପକ୍ଷଙ୍କ ଦ୍ବାରା ସେମାନଙ୍କ ସ୍ଥିତିକୁ ଭଲଭାବେ ଯାଞ୍ଚ କରାଯାଉଛି।
ତେବେ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା ତାହା ଜାଣିବାପାଇଁ ସୁରକ୍ଷାବାହିନୀ ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ ଆଗାମୀ ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ପ୍ରସ୍ତୁତି ପାଇଁ ଜମ୍ମୁରେ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିବାବେଳେ ଏହି ଘଟଣା ଘଟିଛି। ଜମ୍ମୁର ଡିଭିଜନାଲ କମିସନର ରମେଶ କୁମାର ବୈଠକର ଅଧ୍ୟକ୍ଷତା କରିଥିଲେ ଏବଂ ପୁଲିସ ଆଇଜି ଭୀମ ସେନ ତୁତି ବୈଠକର ସହ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।
Amarnath Yatra: ୨୦ ମିଟର ଗଭୀର ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍ : ୫୦ ଜଣଙ୍କ ଜୀବନ ବଞ୍ଚାଇଲେ ଯବାନ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 hours ago
2


