ARTICLE AD BOX
ଜାମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟରର କାଙ୍ଗା ଗଲି ଅଞ୍ଚଳରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଏକ ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରିବା ସମୟରେ ବିସ୍ଫୋରଣ ଘଟି ଦୁଇଜଣ ସେନା ଯବାନ ଗୁରୁତର ଆହାତ ହୋଇଛନ୍ତି।
/sambad/media/media_files/2026/08/06/06bbs_51_06082026_112-2026-08-06-17-00-53.jpg)
ପୁଞ୍ଛ: ଜାମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟରର କାଙ୍ଗା ଗଲି ଅଞ୍ଚଳରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଏକ ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରିବା ସମୟରେ ବିସ୍ଫୋରଣ ଘଟି ଦୁଇଜଣ ସେନା ଯବାନ ଗୁରୁତର ଆହାତ ହୋଇଛନ୍ତି। ଆହାତ ଯବାନମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ଅନୁପ୍ରବେଶ ରୋକିବା ପାଇଁ ସୀମାନ୍ତରେ ବିଛାଯାଇଥିବା କେତେକ ଲ୍ୟାଣ୍ଡମାଇନ୍ ନିଜ ସ୍ଥାନରୁ ଭାସି ଆସିଥିଲା। ସେନାର ଏକ ପାଟ୍ରୋଲିଂ ଟିମ୍ ଏହି ଲ୍ୟାଣ୍ଡମାଇନକୁ ଦେଖିବା ପରେ ନିଷ୍କ୍ରିୟ କରିବା ପାଇଁ ବିଶେଷଜ୍ଞ ଦଳକୁ ଡକାଯାଇଥିଲା, ମାତ୍ର କାମ ଚାଲିଥିବା ବେଳେ ଆକସ୍ମିକ ଭାବେ ଏହା ବିସ୍ଫୋରଣ ହୋଇଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

49 minutes ago
1


