ARTICLE AD BOX
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ତହସିଲ ଅନ୍ତର୍ଗତ ଗ୍ରେସିଙ୍ଗିଆ ରାଜସ୍ୱ ଗ୍ରାମ ଏବଂ ଡକେଡି ଗ୍ରାମ ଠାରେ ରାଜସ୍ୱ ବିଭାଗ ପକ୍ଷରୁ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତହସିଲଦାର ସମୁଦ୍ର ମିଶ୍ର ଯୋଗ ଦେଇ ୬୫ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରିଥିବା ବେଳେ ୧୩ଟି ବିବାଦୀୟ ଜମି ଗୁଡ଼ିକର ଶୁଣାଣି କରିଥିଲେ ଓ ୧୦ଗୋଟିଟି ଜବରଦଖଲ ଜମି ଅଭିଯୋଗର ସମାଧାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜସ୍ୱ ନିରୀକ୍ଷକ ପ୍ରମୋଦ କୁମାର ସାହୁ, ଅମିନ ପ୍ରତିଭା ମଞ୍ଜରୀ ବେହେରା, ଶୁଭଶ୍ରୀ ପ୍ରଧାନ, ଡିଇଓ ସତ୍ୟବାନ ପ୍ରଧାନ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ। ଲୋକମାନେ କିପରି ଅଯଥା ଖର୍ଚ୍ଚାନ୍ତ ନ ହୋଇ ସେମାନେ ନିଜ ଜମିପଟ୍ଟା ନିଜ ଘର ପାଖରେ ପାଇ ପାରିବେ ଓ ନିଜ ସମୟର ସୁ ବିନିଯୋଗ କରି ପାରିବେ ସେ ଉପରେ ରାଜ୍ୟ ସରକାରଙ୍କ ଏହି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ କୁ ସ୍ଥାନୀୟ ତହସିଲ ଅଧିନରେ ଥିବା ସମସ୍ତ ଜନ ସାଧାରଣ କିପରି ଏହାର ସୁବିଧା ସୁଯୋଗ ଉପଲବ୍ଧ କରି ପାରିବେ ସେ ଉପରେ କାର୍ଯ୍ୟକ୍ରମ ସମସ୍ତ ଅଞ୍ଚଳ ରେ କରାଯାଉଅଛି ବୋଲି ତହସିଲଦାର ସୂଚନା ଦେଇଛନ୍ତି।
ୟୁଜିସି ଗ୍ରାଣ୍ଟ ରାସ୍ତାରେ କଣ୍ଟା ଜମିପଟ୍ଟା: ପଛରେ ପଡ଼ିଛି ୫୦ବର୍ଷର ଜଟଣୀ କଲେଜ
ଆଗାମୀ ଦିନରେ ଅନ୍ୟ ସ୍ଥାନରେ ଏହିପରି କାର୍ଯ୍ୟକ୍ରମ କରି ଲୋକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦିଆଯାଇଅଛି। ରାଜସ୍ୱ ବିଭାଗ ସ୍ଥାନୀୟ ଅଞ୍ଚଳବାସୀଙ୍କ ନିକଟକୁ ଯାଇ ଗ୍ରାମବାସୀଙ୍କୁ ଏପରି ସେବା ଯୋଗାଇ ଦେଇଥିବାରୁ ଗ୍ରାମବାସୀ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ସମସ୍ତ ଜନସାଧାରଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

1 hour ago
2


