ARTICLE AD BOX
ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ଲାଲ୍ଚନ୍ଦ୍ ଜୁଏଲର୍ସ ପକ୍ଷରୁ ‘ଦଶହରାସ୍ପେସାଲ୍’ ଅଫର୍ ଘୋଷଣା କରାଯାଇଛି। ଲାଲ୍ଚନ୍ଦ୍ ଗ୍ରୁପ୍ର ଅଧ୍ୟକ୍ଷ ଡ. ସଂଜୟ ହଂସ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା ଦୁର୍ଗାଙ୍କ ଆଶୀର୍ବାଦରେ ଆମେ ଏହି ପାର୍ବଣଭିତ୍ତିକ ଅଫର୍ ଆଣିଛୁ। ଗ୍ରାହକମାନେ ଯେପରି ନିଜ କଷ୍ଟୋପାର୍ଜିତ ଅର୍ଥର ସର୍ବାଧିକ ମୂଲ୍ୟ ପାଇବା ସହ ଅଧିକ ସଞ୍ଚୟ କରିପାରିବେ, ତାହା ଆମର ପ୍ରମୁଖ ଉଦ୍ଦେଶ୍ୟ। ସୁନାର ଦର ସମାନ ଥିବା ବେଳେ ଗଢ଼ା ମଜୁରିର ପାର୍ଥକ୍ୟ ଗହଣା କ୍ରୟର ମୋଟ ଖର୍ଚ୍ଚକୁ ପ୍ରଭାବିତ କରେ।
ତେଣୁ ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଓ ଆକର୍ଷଣୀୟ ଗଢ଼ା ମଜୁରି ପ୍ରଦାନ କରିବା ହେଉଛି ଆମର ପ୍ରାଥମିକତା। ସେହିପରି, ସେଲିବ୍ରିଟିଙ୍କ ବିଜ୍ଞାପନ ଖର୍ଚ୍ଚ ଗ୍ରାହକଙ୍କ ଉପରେ ଅତିରିକ୍ତ ଗଢ଼ା ମଜୁରି ଭାବେ ଲଦିବା ଅନୁଚିତ୍ ବୋଲି ଆମେ ବିଶ୍ୱାସ କରୁ। ଏହି ଅଫରରେ ୨୨ କ୍ୟାରେଟ୍ ଏଚ୍ୟୁଆଇଡି ସୁନା ଚେନ୍ ଉପରେ ଗଢ଼ା ମଜୁରି ଫ୍ଲାଟ୍ ୬.୯୯% ଓ ଅନ୍ୟ ସମସ୍ତ ୨୨ କ୍ୟାରେଟ୍ ଏଚ୍ୟୁଆଇଡି ସୁନା ଗହଣା ଫ୍ଲାଟ୍ ୯.୯୯% ରହିଛି। ଆଇଜିଆଇ ସାର୍ଟିଫାଏଡ୍ ହୀରା ମୂଲ୍ୟ ଉପରେ ଫ୍ଲାଟ୍ ୨୫% ରିହାତି ଓ ସମସ୍ତ ରୂପା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୫୦% ରିହାତି ରହିଛି।
ପାର୍ବଣଭିତ୍ତିକ ଅଫର୍
ସୋନେ ପେ ସୁହାଗା କିସ୍ତି ଯୋଜନାରେ ଗ୍ରାହକ ଶୂନ ଗଢ଼ା ମଜୁରି ସହ ସୁନା କିଣିପାରିବେ। ଲାଲଚନ୍ଦରେ ସ୍ମାର୍ଟ ଗୋଲ୍ଡ ପ୍ରି-ବୁକିଂ ସୁବିଧା ରହିଛି ଯେଉଁଥିରେ ଗ୍ରାହକମାନେ କିଣିବାକୁ ଚାହୁଁଥିବା ଏଚ୍ୟୁଆଇଡି ସୁନାର ଅଗ୍ରୀମ ଦେଇ ସୁନା ମୂଲ୍ୟକୁ ଲକ୍ କରିବା ପରେ କିଣିବା ଦିନର ଓ ବୁକିଂ ଦିନର ମୂଲ୍ୟ ମଧ୍ୟରେ ଯେଉଁଟି କମ୍, ସେହି ଦାମ୍ରେ ସୁନା କିଣିପାରିବେ। ଗ୍ରାହକଙ୍କ ପାଇଁ ଲାଲ୍ଚନ୍ଦ୍ରେ ୯୯୯.୯ ଶୁଦ୍ଧ ଏମ୍ଏମ୍ଟିସି ସୁନା ଓ ରୂପା ମୁଦ୍ରା ମଧ୍ୟ ଉପଲବ୍ଧ। ଏହାସହ କୌନ ବନେଗା ଲକ୍ଷପତି ଲକି ଡ୍ର''ରେ ଅଂଶଗ୍ରହଣ କରି ଲକ୍ଷପତି ହେବା ସହ ଆକର୍ଷଣୀୟ ଉପହାରର ସୁଯୋଗ ରହିଛି।

3 hours ago
1


