Lalchand jewellers: ଜ୍ୟୋତିର୍ମୟୀ ନାୟକଙ୍କୁ ଲାଲ୍‌ଚନ୍ଦ୍‌ ଜୁଏଲର୍ସର ସମ୍ବର୍ଦ୍ଧନା

1 hour ago 1
ARTICLE AD BOX

ଭୁବନେଶ୍ୱର: ଲାଲ୍‌ଚନ୍ଦ୍‌ ଜୁଏଲର୍ସ ପକ୍ଷରୁ ଇଣ୍ଡିଆନ୍‌ ଆଇଡଲ୍‌ ସିଜନ୍‌-୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଲାଲ୍‌ଚନ୍ଦ୍‌ ଗ୍ରୁପ୍‌ ଅଧ୍ୟକ୍ଷ ଡ. ସଞ୍ଜୟ ହଂସ ଏବଂ ନିର୍ଦ୍ଦେଶିକା ଅନ୍‌ଭିତା ହଂସ, ପରିଚାଳନା ନିର୍ଦ୍ଦେଶକ ଅଜିତ୍‌ ହଂସଙ୍କ ଉପସ୍ଥିତିରେ ଜ୍ୟୋତିର୍ମୟୀଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀସୁଭଦ୍ରାଙ୍କ ଏକ ହସ୍ତନିର୍ମିତ ସୁନା ଆବରଣଯୁକ୍ତ ଫଟୋ ପ୍ରଦାନ କରିଥିଲେ। 

ଡ. ହଂସ କହିଥିଲେ, ଏତେ ସମ୍ମାନଜନକ ଏବଂ ପ୍ରତିଯୋଗିତାପୂର୍ଣ୍ଣ ଜାତୀୟ ମଞ୍ଚରେ ଗୌରବମୟ ବିଜୟ ହାସଲ କରି ଜ୍ୟୋତିର୍ମୟୀ ଆମ ରାଜ୍ୟ ପାଇଁ ବିଶେଷ ପରିଚୟ ଓ ଅପାର ଗୌରବ ଆଣିଛନ୍ତି। ଏହି ଅସାଧାରଣ ସଫଳତା ପାଇଁ ଅଭିନନ୍ଦନ ଜଣାଇ ଡ. ହଂସ ଜ୍ୟୋତିର୍ମୟୀଙ୍କ ନିଷ୍ଠା, ଅଧ୍ୟବସାୟ ଏବଂ ଅସାମାନ୍ୟ ପ୍ରତିଭାର ପ୍ରଶଂସା କରିଥିଲେ।

କଟକରେ ଲାଲ୍‌ଚନ୍ଦ୍‌ ଜୁଏଲର୍ସର ଦ୍ବିତୀୟ ସୋ’ରୁମ୍

 ଏହି ସମ୍ମାନ ପାଇଁ ଜ୍ୟୋତିର୍ମୟୀ ଡ. ହଂସ ଏବଂ ସମଗ୍ର ଲାଲ୍‌ଚନ୍ଦ୍‌ ପରିବାରକୁ ଧନ୍ୟବାଦ ଜଣାଇଥିଲେ। ଗତ କିଛିବର୍ଷ ଧରି ସେ ମଧ୍ୟ ଲାଲ୍‌ଚନ୍ଦ୍‌ର ଜଣେ ନିୟମିତ ଗ୍ରାହକ ଥିବା କଥା ପ୍ରକାଶ କରିଥିଲେ। ମାଷ୍ଟରକ୍ୟାଣ୍ଟିନସ୍ଥିିତ ସୋରୁମରେ୍‌ ସମ୍ବର୍ଦ୍ଧିତ ହେବା ସମୟରେ ଜ୍ୟୋତିର୍ମୟୀ ଇଣ୍ଡିଆନ୍‌ ଆଇଡଲ୍‌ ବିଜେତା ଟ୍ରଫି ପ୍ରଦର୍ଶିତ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.