Lakhpati Didis ଓଡ଼ିଶା ଜୀବିକା ମିସନରେ ସୃଷ୍ଟି ହୋଇଛନ୍ତି ୨୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି

5 hours ago 1
ARTICLE AD BOX

ଭୁବନେଶ୍ୱର: ରାଜ୍ୟରେ ସମ୍ପ୍ରତି ୨୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି ଅଛନ୍ତି। ୫୦ ଲକ୍ଷରୁ (୮୪%) ଅଧିକ ସଦସ୍ୟ ଫାର୍ମଭିତ୍ତିକ ଜୀବିକା ନିର୍ବାହ କାର୍ଯ୍ୟ କରୁଥିବା ବେଳେ  ୨ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟ  ସେବା ଭିତ୍ତିକ ଏବଂ ୨.୩୦ ଲକ୍ଷ  ଅଣକୃଷି ଓ ଅନ୍ୟ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ଆଜି (ବୁଧବାର) ଅନୁଷ୍ଠିତ  ଓଡ଼ିଶା ଜୀବିକା ମିସନ (ଓଏଲଏମ)ର  ୫ମ ପରିଚାଳନା କମିଟି ବୈଠକରେ ଉପସ୍ଥାପିତ ‌ତଥ୍ୟରୁ ଜଣାଯାଇଛି।  

Mission Shakti ଲକ୍ଷପତି ଦିଦି ପରେ ମହାଲକ୍ଷପତି ଓ କୋଟିପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ

ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ମିସନ  ନିର୍ଦ୍ଦେଶିକା ତଥା ସିଇଓ ମିସନ ଶକ୍ତି ବିଭାଗ ଡଃ. ମୋନିକା ପ୍ରିୟଦର୍ଶିନୀ ଓଡ଼ିଶା ଜୀବିକା ଜୀବିକା ମିସନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନ କରିଥିଲେ ।  ୨୦୨୪ ମସିହାରେ ହାରାହାରି ଋଣ ପରିମାଣ ୪ ଲକ୍ଷ ଟଙ୍କା ଥିବାବେଳେ ୨୦୨୬ ମସିହାରେ ଏହା ବୃଦ୍ଧି ପାଇ ୫.୯୬ ଲକ୍ଷ ଟଙ୍କା ହୋଇଛି ।  ୫.୯୫ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଏସ୍.ଏଚ୍.ଜି ବ୍ୟାଙ୍କ ଲିଙ୍କ୍ରେ ୭୫,୧୧୬ କୋଟି ଅର୍ଥ ଋଣ ସହାୟତା ପ୍ରଦାନ କରାଯାଇଛି । ୧.୭୦ ଲକ୍ଷ ଉଦ୍ୟୋଗୀଙ୍କ  ପାଇଁ ୭,୯୯୭ କୋଟି  ଆର୍ଥିକ ସହାୟତା ପ୍ରଦାନ  କରାଯାଇଛି । ଓଡ଼ିଶା ଜୀବିକା ମିସନ ପଦକ୍ଷେପରେ ୨୬.୫୯ ଲକ୍ଷ ମହିଳା ଲକ୍ଷପତି ଦିଦି ଭାବରେ ମାନ୍ୟତା  ପାଇଛନ୍ତି । 

Mission Shakti: ଓଡ଼ିଶାରେ ୨୬ ଲକ୍ଷରୁ ଅଧିକ 'ଲକ୍ଷପତି ଦିଦି': ଉପମୁଖ୍ୟମନ୍ତ୍ରୀ
ଲକ୍ଷପତି ଦିଦିମାନେ କୃଷିଭିତ୍ତିକ, ପ୍ରାଣୀ ପାଳନ,ଅଣକାଷ୍ଠ ବନଜାତ ଦ୍ରବ୍ୟ ଭିତ୍ତିକ ଉଦ୍ୟୋଗ ( ଏନଟିଏଫପି), ଜଳ କୃଷି, ଉତ୍ପାଦନ ଭିତ୍ତିକ ଉଦ୍ୟୋଗ, ବ୍ୟବସାୟିକ ଉଦ୍ୟୋଗ, ସେବା ଉଦ୍ୟୋଗ ଆଦି କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପଞ୍ଜୀକରଣ ଓ ଲକ୍ଷ୍ୟ ହାସଲର ସମୀକ୍ଷା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ  ୨୦୨୬-୨୭  ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୩୭ ଲକ୍ଷ (ବାର୍ଷିକ)ଥିବା ବେଳେ ୯୬ ପ୍ରତିଶତ  ସଦସ୍ୟା ପଞ୍ଜୀକୃତ  ହୋଇଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୪୭.୨୬ ଲକ୍ଷ (ବାର୍ଷିକ)  ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ୯୭% ସଫଳତା ହାସଲ ହୋଇଛି ।

Lakhpati Didi: ‘ଲକ୍ଷପତି ଦିଦି’ ଯୋଜନା: ସୁଯୋଗ ଓ ସଫଳତାର ଅନୁଭୂତି ବାଣ୍ଟିଲେ ଗ୍ରାମାଞ୍ଚଳର ମହିଳା
ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହଙ୍କ  ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ହସ୍ତତନ୍ତ, ବୟନ ଓ  ହସ୍ତଶିଳ୍ପ ବିଭାଗ ଏବଂ ମିସନ ଶକ୍ତି  ବିଭାଗର  କମିସନର ତଥା ଶାସନ ସଚିବ, ସମନ୍ୱିତ ଶିଶୁ ବିକାଶ  ଓ  ସମାଜ  କଲ୍ୟାଣ  ବିଭାଗ ନିର୍ଦ୍ଦେଶିକା, ରାଜ୍ୟ ମିସନ  ନିର୍ଦ୍ଦେଶିକା ତଥା ସିଇଓ, ମିସନ ଶକ୍ତି ବିଭାଗଙ୍କ ସମେତ ପରିଚାଳନା କମିଟିର  ସଦସ୍ୟ ଥିବା  ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.