Editorial: ପକ୍ଷଭୁକ୍ତ ଭାରତ

1 hour ago 1
ARTICLE AD BOX

ଆନ୍ତର୍ଜାତିକ କୂଟନୀତିରେ ଶଠତା ହିଁ ସର୍ବଦା ବାସ୍ତବରେ ନୀତି ରୂପେ ଅନୁସୃତ ହେବା ଦେଖାଯାଇଥାଏ। ଉଦାହରଣ ସ୍ବରୂପ ୨୦୨୫ରେ ରୁଷିଆ ଥିଲା ‘ଇଉରୋପିଆନ ୟୁନିଅନ’ର ଦ୍ବିତୀୟ ବୃହତ୍ତମ ‘ଏଲ୍ଏନ୍‌ଜି’ ବା ତରଳୀକୃତ ପ୍ରାକୃତିକ ବାଷ୍ପ ଯୋଗାଣକାରୀ ଦେଶ। ଇଉରୋପୀୟ ଦେଶମାନେ ଅହରହ ୟୁକ୍ରେନ ଯୁଦ୍ଧକୁ ନେଇ ରୁଷିଆ ବିରୁଦ୍ଧରେ ବିଷୋଦ୍‌ଗାର କରି ଚାଲିଥିବା ବେଳେ, ନିଜର ଶିଳ୍ପମାନଙ୍କୁ ସୁରକ୍ଷିତ ରଖିବାକୁ, ନିଜର ନାଗରିକମାନଙ୍କର ବାସଗୃହମାନଙ୍କୁ ଉଷୁମ ରଖିବାକୁ ଏବଂ ସର୍ବୋପରି ନିଜର ଅର୍ଥନୀତିକୁ ସକ୍ରିୟ ରଖିବା ପାଇଁ ଶତ୍ରୁ ଦେଶ ରୁଷିଆରୁ ଇନ୍ଧନ କ୍ରୟ କରି ‘ସଇତାନ’ ପୁଟିନଙ୍କ ଯୁଦ୍ଧ ପାଣ୍ଠିକୁ ପରିପୁଷ୍ଟ କରିବାକୁ ତିଳେମାତ୍ର କୁଣ୍ଠା ପ୍ରଦର୍ଶନ କରୁନାହାନ୍ତି।

Durga puja: ଦିଲ୍ଲୀରରେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଗାପୂଜାର ରଜତ ଜୟନ୍ତୀ ପାଳନ

ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଭାରତର ଲୋକସଂଖ୍ୟା ପାଖାପାଖି ୧୫୦ କୋଟି ଛୁଇଁଲାଣି। ପୃଥିବୀର ସର୍ବାଧିକ ଧନଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ଲୋକସଂଖ୍ୟା ହେଉଛି ପାଖାପାଖି ୩୫ କୋଟି, ଯାହା ଭାରତର ଲୋକସଂଖ୍ୟାର ଏକ-ଚତୁର୍ଥାଂଶ ଠାରୁ ମଧ୍ୟ କମ୍। ୨୦୨୫ରେ ଭାରତରେ ମୁଣ୍ଡପିଛା ‘ଜିଡିପି’ ଥିଲା ପ୍ରାୟ ୨,୭୦୦ ଡଲାର, ଯେଉଁ ସ୍ଥଳେ ଆମେରିକାରେ ମୁଣ୍ଡପିଛା ‘ଜିଡିପି’ ଥିଲା ପ୍ରାୟ ୯୦,୦୦୦ ଡଲାର, ଯାହା ହେଉଛି ଭାରତର ୩୩ ଗୁଣରୁ ସାମାନ୍ୟ ଅଧିକ। ଅନ୍ୟ ପ୍ରକାରେ କୁହାଯାଇପାରେ ଆମେରିକୀୟମାନଙ୍କର ମୁଣ୍ଡପିଛା କ୍ରୟ ଶକ୍ତି ହେଉଛି ଭାରତୀୟମାନଙ୍କର ମୁଣ୍ଡପିଛା କ୍ରୟ ଶକ୍ତିର ୩୩ ଗୁଣ।
ଉଭୟ ଦେଶରେ ପେଟ୍ରୋଲ, ଡିଜେଲ ଆଦି ଜୀବାଶ୍ମ ଇନ୍ଧନ ହେଉଛନ୍ତି ଅପରିହାର୍ଯ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟ। ଏଇ ଦ୍ରବ୍ୟ ଯେପରି ସର୍ବଦା ଯଥେଷ୍ଟ ପରିମାଣରେ ଓ ଯଥାସମ୍ଭବ ସୁଲଭ ଦରରେ ନାଗରିକମାନଙ୍କ ପାଇଁ ଉପଲବ୍‌ଧ ହୁଏ, ତାହା ନିଶ୍ଚିତ କରିବା ହେଉଛି ଉଭୟ ଦେଶର ସରକାରଙ୍କର ପ୍ରାଥମିକ ଦାୟିତ୍ବ। ତେଣୁ ନିକଟ ଅତୀତରେ ଯେତେବେଳେ ରୁଷିଆରୁ ଅପେକ୍ଷାକୃତ ଶସ୍ତାରେ ଯଥେଷ୍ଟ ପରିମାଣର ଅଶୋଧିତ ତୈଳ ଉପଲବ୍‌ଧ ହେବାର ସୁଯୋଗ ସୃଷ୍ଟି ହେଲା, ଭାରତ ସରକାର ସେ ସୁଯୋଗର ସଦ୍‌ବ୍ୟବହାର କରି ରୁଷିଆରୁ ତୈଳ ଆମଦାନି କରିବାକୁ ନିଷ୍ପତ୍ତି ନେଲେ, ଯାହା ସଂପୂର୍ଣ୍ଣ ରୂପେ ଯଥାର୍ଥ। ନୀଚା କ୍ରୟ ଶକ୍ତି ଧାରଣ କରୁଥିବା ନିଜ ଦେଶର ୧୫୦ କୋଟି ନାଗରିକମାନଙ୍କ ଆବଶ୍ୟକତା ପୂରଣ ନିମିତ୍ତ ଭାରତ ସରକାର ଗ୍ରହଣ କରିଥିବା ଏଇ ପଦକ୍ଷେପକୁ କିନ୍ତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିପରି ତୀବ୍ର ବିରୋଧ କରି ଭାରତ ପ୍ରତି ତୀକ୍ଷ୍‌ଣ ଟାରିଫ ଲାଗୁ କରିବା ପାଇଁ ଧମକ ଦେଇ ତାହା କାର୍ଯ୍ୟକାରୀ କରିବାକୁ ଉଦ୍ୟତ ହୋଇଥିଲେ, ସେ ସମ୍ବନ୍ଧରେ ଅଧିକ ଆଲୋଚନା ନିଷ୍ପ୍ରୟୋଜନ। ଅର୍ଥାତ୍ ଆମେରିକାର ଇରାନ ଉପରେ ଆକ୍ରମଣ ଯୋଗୁଁ ତୈଳ ଯୋଗାଣ ବ୍ୟାହତ ହୋଇ ତୈଳ ଦରରେ ଘଟିଥିବା ବୃଦ୍ଧିକୁ ଭାରତୀୟ ଖାଉଟିମାନେ ବହନ କରିବାକୁ ବାଧ୍ୟ ବୋଲି ଟ୍ରମ୍ପ ବିଚାର କରିଥାନ୍ତି।

Durga puja: ଦିଲ୍ଲୀରରେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଗାପୂଜାର ରଜତ ଜୟନ୍ତୀ ପାଳନ

କିନ୍ତୁ ତାଙ୍କ ଦ୍ବାରା ସୃଷ୍ଟ ସେଇ ତୈଳ ସଂକଟ ଯୋଗୁଁ ଆମେରିକାରେ ଯେତେବେଳେ ଡିଜେଲ ଦରରେ ବୃଦ୍ଧି ଘଟିଲା, ସେତେବେଳେ ସେଇ ଟ୍ରମ୍ପ ଏବେ ରୁଷିଆରୁ ବିପୁଳ ପରିମାଣ ଡିଜେଲ ଆମଦାନି କରି ନିଜ ଦେଶର ନାଗରିକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଗେଇ ଆସିଛନ୍ତି, ଯାହା ତାଙ୍କର ଶଠତାପୂର୍ଣ୍ଣ ଚରିତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି ବୋଲି କହିଲେ ଭୁଲ୍ ହେବ ନାହିଁ। ଏଥିସହିତ ତଥାକଥିତ ‘ଲିଣ୍ଡସେ ଗ୍ରାହାମ ଆକ୍ଟ’ ଅନୁସାରେ ଟ୍ରମ୍ପ ରୁଷିଆରୁ ତୈଳ କ୍ରୟ କରୁଥିବା ଭାରତ, ଚୀନ ଆଦି ଭଳି ଦେଶମାନଙ୍କ ପ୍ରତି ଯେଉଁ ବାସନ୍ଦାଦେଶ (‘ସାଙ୍କସନ୍’) ଲାଗୁ କରିଥିଲେ, ତାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ କରିଦେଇଛନ୍ତି।
ଯଦି ଅପେକ୍ଷାକୃତ କ୍ଷୁଦ୍ର ଜନସଂଖ୍ୟାବିଶିଷ୍ଟ ଆମେରିକାର ଉଚ୍ଚ ଆୟବିଶିଷ୍ଟ ନାଗରିକମାନଙ୍କ ପାଇଁ ଡିଜେଲ ଦରରେ ବୃଦ୍ଧି ଏଭଳି ଅସହନୀୟ ହେଉଛି, ସେମାନଙ୍କ ମୁଣ୍ଡପିଛା ଆୟର ମାତ୍ର ତିନି ଶତାଂଶ ଆୟବିଶିଷ୍ଟ  ଜନବହୁଳ ଭାରତର ନାଗରିକମାନଙ୍କ ପାଇଁ ଏହା କିପରି ଦୁର୍ବିଷହ ହେଉଥିବ ତାହା ସହଜରେ ଅନୁମେୟ। ଡିଜେଲ ମୂଲ୍ୟରେ ଏକ ସାମାନ୍ୟ ବୃଦ୍ଧି କେବଳ କୋଟି କୋଟି ଭାରତୀୟ ଗାଡ଼ିମଟର ବ୍ୟବହାରକାରୀମାନଙ୍କ ପାଇଁ ଏକ ଅତିରିକ୍ତ ଆର୍ଥିକ ବୋଝ ସୃଷ୍ଟି କରି ନ ଥାଏ, ଏହା ପରବର୍ତ୍ତୀ ପର୍ଯ୍ୟାୟମାନଙ୍କରେ ସମସ୍ତ ଦ୍ରବ୍ୟ ଓ ସେବାମାନଙ୍କର ମୂଲ୍ୟରେ ବୃଦ୍ଧି ଘଟାଇ ଦେଶର ପ୍ରତ୍ୟେକ ପରିବାର ଓ ନାଗରିକକୁ ପ୍ରଭାବିତ କରିଥାଏ। ଯଦି ଆମେରିକା ଭଳି ପୃଥିବୀର ସର୍ବାଧିକ ଧନଶାଳୀ ଦେଶରେ ରାଜନୈତିକ ଦୃଷ୍ଟିରୁ ଏହା ଏଭଳି ବିପଜ୍ଜନକ ମନେ ହେଉଛି (ସେଠାରେ ଆସନ୍ନ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ଦୃଷ୍ଟିରେ ରଖି ଟ୍ରମ୍ପ ଏବେ ଏଇ ପଛଘୁଞ୍ଚା ଦେଇଛନ୍ତି), ‌େ‌ତବେ ଭାରତୀୟ ମତଦାତାମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାର ରୁଷିଆରୁ ତୈଳ କ୍ରୟ କରିବାରେ ଭୁଲ୍ କେଉଁଠି? ଭାରତର ଯେଉଁ ନୀତି ଉପରେ ଆମେରିକା ଏ ପର୍ଯ୍ୟନ୍ତ ପ୍ରଶ୍ନଚିହ୍ନ ଲଗାଇ ଆସୁଥିଲା, ତାହା ବର୍ତ୍ତମାନ ସେ ଦେଶର ସରକାରୀ ନୀତିରେ ପରିଣତ ହୋଇଛି।

Indravati: ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ: ଲଗାଥାର ୧୮ଦିନ ୬୦୦ ମେଗାୱାଟ୍ ଘଣ୍ଟା ଉପରେ ଉତ୍ପାଦନ

ତେବେ ଆନ୍ତର୍ଜାତିକ କୂଟନୀତିରେ ଶଠତା ହିଁ ସର୍ବଦା ବାସ୍ତବରେ ନୀତି ରୂପେ ଅନୁସୃତ ହେବା ଦେଖାଯାଇଥାଏ। ଉଦାହରଣ ସ୍ବରୂପ ୨୦୨୫ରେ ରୁଷିଆ ଥିଲା ‘ଇଉରୋପିଆନ ୟୁନିଅନ’ର ଦ୍ବିତୀୟ ବୃହତ୍ତମ ‘ଏଲ୍ଏନ୍‌ଜି’ ବା ତରଳୀକୃତ ପ୍ରାକୃତିକ ବାଷ୍ପ ଯୋଗାଣକାରୀ ଦେଶ। ଇଉରୋପୀୟ ଦେଶମାନେ ଅହରହ ୟୁକ୍ରେନ ଯୁଦ୍ଧକୁ ନେଇ ରୁଷିଆ ବିରୁଦ୍ଧରେ ବିଷୋଦ୍‌ଗାର କରି ଚାଲିଥିବା ବେଳେ, ନିଜର ଶିଳ୍ପମାନଙ୍କୁ ସୁରକ୍ଷିତ ରଖିବାକୁ, ନିଜର ନାଗରିକମାନଙ୍କର ବାସଗୃହମାନଙ୍କୁ ଉଷୁମ ରଖିବାକୁ ଏବଂ ସର୍ବୋପରି ନିଜର ଅର୍ଥନୀତିକୁ ସକ୍ରିୟ ରଖିବା ପାଇଁ ଶତ୍ରୁ ଦେଶ ରୁଷିଆରୁ ଇନ୍ଧନ କ୍ରୟ କରି ‘ସଇତାନ’ ପୁଟିନଙ୍କ ଯୁଦ୍ଧ ପାଣ୍ଠିକୁ ପରିପୁଷ୍ଟ କରିବାକୁ ତିଳେମାତ୍ର କୁଣ୍ଠା ପ୍ରଦର୍ଶନ କରୁନାହାନ୍ତି। ସେମାନେ ଯଦି ଏହାକୁ ବୁଦ୍ଧିମାନର କାର୍ଯ୍ୟ ରୂପେ ବିଚାର କରୁଛନ୍ତି, ଭାରତ ପ୍ରତି ମଧ୍ୟ ସେଇ ଯୁକ୍ତି ଲାଗୁ ହେବା ଉଚିତ। ଟ୍ରମ୍ପଙ୍କ ପଛଘୁଞ୍ଚା ନିଷ୍ପତ୍ତି ଏହାକୁ ନିରବ ସ୍ବୀକୃତି ପ୍ରଦାନ ବୋଲି କୁହାଯାଇପାରେ।
ଏହା ତାଙ୍କ ପାଇଁ ତଥା ସମସ୍ତ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ଯେଉଁ ଶିକ୍ଷା ବହନ କରିଥାଏ, ସେମାନେ ସେଥିପ୍ରତି ଧ୍ୟାନ ଦେବେ ବୋଲି ଆଶା କରାଯାଏ। ତାହା ହେଲା, ଦେଶମାନେ ନୈତିକତାର ପ୍ରବଚକ ହୋଇପାରିଥାନ୍ତି, କିନ୍ତୁ ସରକାରମାନଙ୍କର ସେମାନଙ୍କର ନାଗରିକମାନଙ୍କ ପ୍ରତି କେତେକ ମୌଳିକ ଦାୟିତ୍ବ ରହିଥାଏ, ଯାହାକୁ ନିର୍ବାହ କରିବାକୁ ସେମାନେ ସର୍ବଦା ଅଗ୍ରାଧିକାର ପ୍ରଦାନ କରିଥାନ୍ତି। ଯେତେବେଳେ ଶକ୍ତି-ନିରାପତ୍ତା, ଅର୍ଥନୈତିକ ସ୍ଥିରତା କିମ୍ବା ଜାତୀୟ ନିରାପତ୍ତା ବିପଦାପନ୍ନ ହେବାର ସମ୍ଭାବନା ଦେଖାଦେଇଥାଏ, ସେତେବେଳେ ମହାଶକ୍ତିମାନେ ମଧ୍ୟ ପ୍ରବଚନ ମଞ୍ଚରୁ ଓହ୍ଲାଇ ତାହାର ମୁକାବିଲା କରିବା ପାଇଁ ବାସ୍ତବଧର୍ମୀ ପଦକ୍ଷେପ ନେବା ଲାଗି ଯଥେଷ୍ଟ ଜାଗା ରଖିଛନ୍ତି। ରୁଷିଆରୁ ତୈଳ କ୍ରୟ ବ୍ୟାପାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆରମ୍ଭରୁ ଏଇ ପ୍ରଶଂସନୀୟ ବ୍ୟାବହାରିକ ବିଜ୍ଞତା ପ୍ରଦର୍ଶନ କରିଆସିଛି।
ଲକ୍ଷ୍ୟ କରିବା କଥା ୟୁକ୍ରେନ ଯୁଦ୍ଧକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ବିବାଦରେ ଭାରତ ପ୍ରବଳ ପାଶ୍ଚାତ୍ୟ ଚାପ ଆଗରେ ମୁଣ୍ଡ ନ ନୁଅଁାଇ ରୁଷିଆରୁ ତୈଳ କ୍ରୟ କରିଚାଲିଥିଲେ ହେଁ, ଭାରତ ଏହାକୁ ରୁଷିଆର ଆକ୍ରମଣ ପ୍ରତି ନୈତିକ ସମର୍ଥନରେ ରୂପାନ୍ତରିତ କରିନାହିଁ। ଭାରତ ଏ ପର୍ଯ୍ୟନ୍ତ ଏକ ଅତ୍ୟନ୍ତ ଜଟିଳ ତଥା ସୂକ୍ଷ୍ମ ସନ୍ତୁଳନ ରକ୍ଷା କରି କାହାର ପକ୍ଷଭୁକ୍ତ ‌ନ ହୋଇ କେବଳ ନିଜର ପକ୍ଷଭୁକ୍ତ ହୋଇ ରହିବାକୁ ଯେଉଁ ଚେଷ୍ଟା ଚଳାଇ ଆସିଛି, ଟ୍ରମ୍ପଙ୍କ ପଛଘୁଞ୍ଚା ତାହାକୁ ନିଶ୍ଚିତ ରୂପେ ଆହୁରି ବଳ ଯୋଗାଇବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.