Koraput: ମାଛ ମାରିବାକୁ ଯାଇ ନଦୀରେ ଶିକ୍ଷକ ନିଖୋଜ

4 days ago 6
ARTICLE AD BOX

କୋରାପୁଟ: ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ପବନ ହେବାରୁ ନଈ ମଝିରେ ଓଲଟିଗଲା ଡଙ୍ଗା। ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଶିକ୍ଷକ ନିଖୋଜ ହୋଇଯାଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ବନ୍ଧଗୁଡା ଗାଁରେ। ମଛଲିଗୁଡା ପ୍ରାଥମିକ ସ୍କୁଲର ଶିକ୍ଷକ ଥିବା ବନ୍ଧଗୁଡା ଗାଁର ଭିମଧର ନାୟକ ଓ ସେହି ଗାଁର ପୁରବ ପାଙ୍ଗି ମିଶି ଏକ ଡଙ୍ଗାରେ ସକାଳୁ ଗାଁ ନିକଟରେ ଥିବା କେରାଣ୍ଡି ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ।

ଆହୁରି ପଢନ୍ତୁ: Gang Rape: ହରିୟାଣା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ପୁଲିସ କର୍ମଚାରୀ ଓ ଦୁଇ ସିଆରପିଏଫ୍ ଯବାନ ଗିରଫ

ପବନ ହେବାରୁ ମଝି ନଦୀରେ ଡଙ୍ଗାଟି ଓଲଟିପଡିଥିଲା। ଡଙ୍ଗା ଓଲଟିବା ଦେଖି ଗାଁର କିଛି ଲୋକେ ନଈ ଭିତରକୁ ଯାଇ ପୁରବ ପାଙ୍ଗିକୁ ଉଦ୍ଧାର କରିଥିବାବେଳେ ଶିକ୍ଷକ ନିଖୋଜ ଥିବା ଜଣାପଡିଛି। ଖବର ପାଇ ସେମିଳିଗୁଡା ଅଗ୍ନିଶମ ବାହିନୀ ଏକ ବୋଟ ସାହାଯ୍ୟରେ ଉଦ୍ଧାର କରିବା ପାଇଁ ଯିବା ବେଳେ ଅଗ୍ନିଶମ ବାହିନୀର ବୋଟ ଅଚଳ ହୋଇପଡିଥିବା ନେଇ ସୂଚନା ମିଳିଛି। ଉଦ୍ଧାର ହୋଇଥିବା ପୁରବଙ୍କୁ ସୁନାବେଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.